ମୋହନା(ଏସ୍. ତ୍ରିପାଠୀ)-ଗଜପତି ଜିଲ୍ଲା ଅଡବା ଥାନା ଏସ୍ଆଇ ଚନ୍ଦନ ଦାସ ଓ ପୁଲିସ କର୍ମଚାରୀ ପାଟ୍ରୋଲିଙ୍ଗ କରୁଥିବା ବେଳେ ବଜାର ଛକ ନିକଟରୁ ଏକ ମହିନ୍ଦ୍ରା ପିକଅପ ଭ୍ୟାନକୁ ଜବତ କରିଛନ୍ତି | ଗାଡ଼ିରୁ ରୁ ୬୯.୭୪ ଘନଫୁଟ ଶାଳ ସାଇଜ କାଠ ଓ ୮୧୦ ଘନଫୁଟ ପିଆଶାଳ ସାଇଜ କାଠ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରି ମୋହନା ବନ ବିଭାଗକୁ ହସ୍ତାନ୍ତର କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦୋଳି ଗ୍ରାମର ସୀମାଞ୍ଚଳ ସେଠି(୨୯) ଓ ବଲାଙ୍ଗିର ଜିଲ୍ଲା ଲୋଉସିଂ ଗ୍ରାମର ଦିନେଶ ଦୋରା (୨୫) । ଅଭିଯୁକ୍ତ ଦୁହେଁ ଅଡ଼ବା ଥାନା ଗୁଲୁବା ଅଂଚଳରୁ କାଠ ନେଇ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଭିମୁଖେ ଚାଲାଣ କରୁଥିବା ବେଳେ ୧୪୮ ଗୋଟି ସାଇଜ୍ ଶାଳ କାଠ ଓ ୩ଗୋଟି ପିଆଶାଳ ସାଇଜ୍ କାଠ ପୁଲିସ ଯାଞ୍ଚ କରି କାଠ ସହ ଏକ ବାଇକକୁ ମଧ୍ୟ ଜବତ କରିଛି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୮୦ ହଜାର ଟଙ୍କା ହେବ ବୋଲି ଜିଲ୍ଲା ବନ ଉପଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି ।
ରାଜ୍ୟ
ପିକଅପ ଭ୍ୟାନ ସହ ଶାଳ କାଠ ଜବତ , ୨ ଗିରଫ
- Hits: 253