ହେଡଲାଇନସ୍:

କାଳିଆ ଟଙ୍କା ବାଂଟିବା ପୂର୍ବରୁ ରାଜ୍ୟବାସୀଙ୍କ ଆଗରେ ୫ଟି ପ୍ରଶ୍ନର ଉତର ରଖନ୍ତୁ ରାଜ୍ୟ ସରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରଧାନମନ୍ତ୍ରୀ କିଷାନ ଟଙ୍କା ଓଡିଶାର ଚାଷୀଙ୍କ ପାଖରେ ପହଁଚିବାରେ କଂଟା ନହୁଅନ୍ତୁ ରାଜ୍ୟ ସରକାର : ଗୋଲକ ମହାପାତ୍ର

"ଚାଷୀ ଅସନ୍ତୋଷ ଚାପିବା ପାଇଁ ରାଜ୍ୟ ସରକାରଙ୍କ କାଳିଆ ଥୋପ"

ଭୁବନେଶ୍ୱର,(ଶାସକ ପ୍ରଶାସକ) : ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ ପୂର୍ବରୁ କହିଥିଲେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ବନ୍ଦ ହେବ ନାହିଁ । କିନ୍ତୁ ନିର୍ବାଚନ ଜିତିବା ପରେ ପାଖପାଖି ଦୁଇ ବର୍ଷ ହେବ କାଳିଆ ଯୋଜନାରେ ଟଙ୍କାଟିଏ ମଧ୍ୟ କାହାପାଖରେ ପହଁଚିଲା ନାହିଁ । ଏହା ଚାଷୀଙ୍କ ପ୍ରତି ଛଳନା, ଅପମାନ ଓ ପ୍ରତାରଣ ସଦୃଶ । ଯେତେବେଳେ ଚାଷୀ ସମସ୍ୟା ରାଜ୍ୟରେ ଉଗ୍ରରୂପ ନେଲାଣି ମଣ୍ଡିରୁ ଧାନ ଉଠୁନି, ଚାଷୀ ହନ୍ତସନ୍ତ ହେଉଛନ୍ତି, ରାଜ୍ୟରେ ପ୍ରତିଦିନ ଚାଷୀମାନେ ଆନେ୍ଦାଳନ କରିବାର ପନ୍ଥା ଆପଣାଉଛନ୍ତି, ମନ୍ତ୍ରୀମାନଙ୍କୁ ଘେରୁଛନ୍ତି ସେତେବେଳେ ରାଜ୍ୟ ସରକାର ପୁଣି କାଳିଆ ଟଙ୍କା ବାଂଟିବେ ବୋଲି ଖବରକାଗଜରେ ବଡ ବଡ ବିଜ୍ଞାପନ ପ୍ରକାଶ କରିଛନ୍ତି । ସନ୍ଧ୍ୟା ୫ ଘଟିକା ସମୟରେ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରିବା ପୂର୍ବରୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ଟଙ୍କା ଓଡିଶାର ଚାଷୀଙ୍କ ପାଖରେ ପହଁଚିବାରେ ରାଜ୍ୟ ସରକାର କଂଟା ନହେବାକୁ ସେ ଦାବୀ କରିଛନ୍ତି ।

ରାଜ୍ୟରେ ଚାଷୀ ଅସନ୍ତୋଷ ଚାପିବା ପାଇଁ ରାଜ୍ୟ ସରକାରଙ୍କ କାଳିଆ ଥୋପ ବୋଲି କହିବା ସହ କାଳିଆ ଟଙ୍କା ବାଂଟିବା ପୂର୍ବରୁ ରାଜ୍ୟ ସରକାର ରାଜ୍ୟବାସୀଙ୍କ ଆଗରେ ୫ଟି ପ୍ରଶ୍ନର ଉତର ରଖିବାକୁ ଶ୍ରୀ ମହାପାତ୍ର ଆହ୍ୱାନ କରିଛନ୍ତି । ଯଦି ରାଜ୍ୟ ସରକାରଙ୍କ ପାଖରେ ୫୩ ଲକ୍ଷରୁ ଉର୍ଧ୍ଵ  ଚାଷୀଙ୍କ ତାଲିକା ଅଛି ତେବେ ପିଏମ କିଷାନ ପାଇଁ କାହିଁକି କେନ୍ଦ୍ରକୁ ସଠିକ୍ ତାଲିକା ପଠାଉନାହାଁନ୍ତି? ଓଡିଶାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟଙ୍କା ପାଇବାରୁ ରାଜ୍ୟ ସରକାର କାହିଁକି ବଂଚିତ କରୁଛନ୍ତି? ମୋଦିଙ୍କ ପଇସା ଓଡିଆ ଚାଷୀଙ୍କ ପାଖରେ ପହଂଚିବାରେ ରାଜ୍ୟ ସରକାର କ’ଣ ଅସୁବିଧା ହେଉଛି? ମୋଦି ତ ଟଙ୍କା ପଠାଇବେ, ମାତ୍ର ମାଲକାନଗିରି, ମୟୁରଭଂଜ, ସମ୍ବଲପୁର, କେନ୍ଦ୍ରାପଡା, ଗଂଜାମ ସମେତ ଓଡିଶାର ସବୁ ଚାଷୀଙ୍କୁ କାହିଁକି ଏହି ଟଙ୍କାରୁ ବଂଚିତ କରାଯାଉଛି? ଯଦି ରାଜ୍ୟ ସରକାର ୫୩ ଲକ୍ଷ ଚାଷୀଙ୍କ ତାଲିକା ତାଙ୍କ ପାଖରେ ଅଛି ବୋଲି କହୁଛନ୍ତି ତେବେ ଏହି ତାଲିକାକୁ ସବୁ ପଂଚାୟତ ଅଫିସ କାନ୍ଥରେ ଲଗାଯାଉ । ପଂଚାୟତୱାରୀ ଏହା ତାଲିକାକୁ ସାର୍ବଜନୀନ କରିବାକୁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

 ପୂର୍ବରୁ ଓଡିଶା ସରକାର ଦେଇଥିବା କାଳିଆ ସହାୟତା ରାଶି ଓଡିଆ ଚାଷୀ ମାଗିନିଥିଲେ ବରଂ ରାଜ୍ୟ ସରକାର ଯାଚିକି ଦେଇଥିଲେ । କିନ୍ତୁ ପରବର୍ତୀ ସମୟରେ ନିଜେ ଅଯୋଗ୍ୟ ହିତାଧିକାରୀ ତାଲିକା ତିଆରି କରି ପୋଲିସ ଲଗାଇ ଚାଷୀଙ୍କୁ ବଳପୂର୍ବକ ଧମକ ଦେଲେ ଏବଂ ପଇସା ଫେରାଇବାକୁ ଦାବି କଲେ । ତେବେ ପୋଲିସକୁ ଡରି ନିଜ ବାସନ କୁସନ ବିକି ଚାଷୀ କାଳିଆ ଟଙ୍କା ଫେରାଇବାକୁ ପ୍ରସ୍ତୁତ ହେଉଥିଲେ । ତେବେ ଓଡିଶା ବିଜେପି ପକ୍ଷରୁ କଡା ବିରୋଧ କରାଯିବା ପରେ ଏହି ମାମଲା ଆଜି ପର୍ଯ୍ୟନ୍ତ ସ୍ଥଗିତ ହୋଇ ରହିଛି । କିନ୍ତୁ ସରକାର ଏପର୍ଯ୍ୟନ୍ତ ଅଯୋଗ୍ୟ ହିତାଧିକାରୀଙ୍କ ଟଙ୍କା ଫେରସ୍ତ କରିବାରେ କିଛି ସ୍ପଷ୍ଟ କରିନାହାଁନ୍ତି କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । 

ପୂର୍ବରୁ ରାଜ୍ୟ ସରକାର କାଳିଆ ଯୋଜନାରେ ୩.୪୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଅଯୋଗ୍ୟ ହିତାଧିକାରୀଙ୍କୁ ୧୭୦ କୋଟି ଟଙ୍କା ଦିଆଯାଇଥିବା ସେଥିରେ ପ୍ରକାଶ ହୋଇଛି । ଭୁଲ ହିତାଧିକାରୀ ଚୟନରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ପୂର୍ବରୁ କାଳିଆ ଯୋଜନାରେ ୫୦ଲକ୍ଷ ଚାଷୀଙ୍କୁ କାଳିଆ ଟଙ୍କା ଦେବେ ବୋଲି ରାଜ୍ୟ ସରକାର କହିଥିଲେ । ସେଥିମଧ୍ୟରୁ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ବାଦ ପଡିବା ପରେ ପୁଣି କାଳିଆ ଯୋଜନାରେ ୫୩ ଲକ୍ଷ ଚାଷୀଙ୍କ ଚିଠା ଆସିଲା କେଉଁଠୁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।  

ଅନ୍ୟପଟେ ମୋଦି ସରକାର ଓଡିଶାର ଚାଷୀଙ୍କ ଉନ୍ନତି ପାଇଁ ବଦ୍ଧ ପରିକର । ୨୦୧୮-୧୯ ଠାରୁ ଆଜି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ଓଡିଶାର ୪୦.୪୯ ଲକ୍ଷ ଚାଷୀଙ୍କୁ ୩,୨୭୪ କୋଟି ଟଙ୍କା ଉର୍ଧ୍ଵ ଟଙ୍କା ଦିଆଯାଇଛି । ଓଡିଶାରେ ୩୬.୩୫ଲକ୍ଷ ଚାଷୀଙ୍କୁ ସଏଲ ହେଲଥ କାର୍ଡ ବଂଟାଯାଇଛି । ଓଡିଶାରେ ୪୧ ଟି କୃଷି ବଜାର (ଇ-ନାମ) ଖୋଲାଯାଇଛି । ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ଅଧୀନରେ ୨୩ ହଜାର ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା ହୋଇଛି । ୨୦୧୬-୧୭ରୁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ୨୦.୯୪ଲକ୍ଷ ଚାଷୀଙ୍କୁ ମୋଟ ୪,୪୨୪.୮୫ କୋଟି ଟଙ୍କା ଦିଆଯାଇଛି । ରାଜ୍ୟରେ ୪୧.୨୩ ଲକ୍ଷ କିଷାନ କ୍ରେଡିଟ କାର୍ଡକୁ ମୋଟ ୧୮,୦୫୩ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି । ୨୦୨୦-୨୧ ମଧ୍ୟରେ ଓଡିଶାରେ ୮୦ଟି କୃଷି ଉତ୍ପାଦନ ସଙ୍ଗଠନ (ଏଫପିଓ) ପ୍ରତିଷ୍ଠା  କରାଯିବା ନେଇ ଯୋଜନା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

 

0
0
0
s2sdefault