ହେଡଲାଇନସ୍:

ବୌଦ୍ଧ ଜିଲ୍ଲାରେ  ମିଳୁନି ଧାନବିହନ, ଚାଷିଙ୍କୁ ଶୋଷଣ କରୁଛି ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ବିହନ ବିକ୍ରିର ମାସେ ନପୁରୁଣୁ ବିହନ ମରୁଡି, ଧାନବିହନର କଳାବଜାରି

13-06-18-crop.jpg - 73.89 kB

ବୌଦ୍ଧ (ସିମୁନ୍ ନାଏକ) ; ସରକାର କୃଷି କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡିଂଡିମ ପିଟୁଥିବା ବେଳେ ବୌଦ୍ଧ ଜିଲ୍ଲାରେ ଠିକ୍ ଭାବରେ  ସାମାନ୍ୟ ଧାନ ବିହନ ଯୋଗାଇ ପାରୁନଥିବା ଭଳି ନଜିର ଦେଖିବାକୁ ମିଳିଛି । ଚଳିତ ବର୍ଷ ଖରଫ୍ ଧାନଚାଷ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୩ କିସମର ଧାନ ୩୮ଟି ପ୍ୟାକ୍ସ ଓ ୧୪ ଟି ବେସରକାରୀ ଡିଲର ମାଧ୍ୟମରେ ବିକ୍ରୀ ପ୍ରକ୍ରୀୟା ଦେଢ ମାସ ତଳୁ ଆରମ୍ଭ ହୋଇଥିଲା  । ହେଲେ ବିକ୍ରି ପ୍ରକ୍ରିୟାର ୧୫ ଦିନ ନପୁରୁଣୁ ଧାନବିହନ ଚାଷିମାନଙ୍କୁ  ମିଳିପାରୁ ନଥିବା ଅଭିଯୋଗ ହେଉଛି ।  ସମସ୍ତ ସେବା ସମବାୟ ସମେତ ବେସରକାରୀ ଡିଲର ମାନଙ୍କୁ ସରକାରି ବିହନ ବିକ୍ରି କରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି । ମାତ୍ର ବୌଦ୍ଧ ଜିଲ୍ଲାର ୩୮ଟି ଯାକ ପ୍ୟାକ୍ସ ରେ ଧାନ ବିହନ ମହଜୁତ ନଥିବାର ସୁଯୋଗ ନେଇ କିଛି ଅସାଧୁ ବେସରକାରୀ ଡିଲର ଧାନ ବିହନ ୫ ଶହରୁ ୬ ଶହ ଟଙ୍କା ଚଢା ଦରରେ ଲୁକାଇତ ଭାବେ ବିକ୍ରି କରୁଥିବା ଭଳି ସାଂଘାତିକ  ଅଭିଯୋଗ ହେଉଛି । ଅନ୍ୟପଟେ ଗରିବ ଚାଷିମାନେ ବିହନ ନପାଇ ଶେଷରେ ବାଧ୍ୟ ହୋଇ ସଂପୃକ୍ତ ବେସରକାରୀ ଡିଲର  ମାନଙ୍କ ପାଖରୁ ଆକାଶ ଛୁଆଁ ଦରରେ ବିହନ କିଣି ଶୋଷଣର ଶିକାର ହେଉଛନ୍ତି । ଏ ସମ୍ପର୍କରେ ବୌଦ୍ଧ ଏଆରସିଏସ୍ ପାଣୁଚରଣ ସାହୁଙ୍କୁ ପଚାରିବାରୁ ଆମେ ୨୦-୨୫ ଦିନ ହେଲା  ଲକ୍ଷ ଲକ୍ଷଟଙ୍କା ସୋସାଇଟି ଚିଫ୍ କୋର୍ପରେସନ ନାଁରେ ବାନ୍ଧି  ସାରିଥିଲେ ମଧ୍ୟ ଆମ ସୋସାଇଟ ମାନଙ୍କୁ ଧାନବିହନ ଯୋଗେଇ ଦେଉନାହାନ୍ତି । ହେଲେ ଅଶ୍ଚର୍ଯ୍ୟର କଥା ହେଲା ପ୍ରାଇଭେଟ ଡିଲର ମାନଙ୍କୁ ଟଙ୍କା ବାନ୍ଧିବାର ମାତ୍ର ଦୁଇଦିନ ମଧ୍ୟରେ ବିହନ ମିଳିଯାଉଛି । ଯାହା ଫଳରେ ପ୍ରାଇଭେଟ ଡିଲର ମାନଙ୍କୁ ଚଢା ଦରରେ ବିକ୍ରି କରିବାକୁ ପ୍ରୋତ୍ସାହନ ମିଳିବା ସହ ଚାଷିଙ୍କୁ ଶୋଷଣ କରିବା ପାଇଁ ଏହା ସ୍ପର୍ଶକାତର ବିଷୟ ବୋଲି କହିଥିଲେ  । ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେଇ ଧାନ ବିହନ ଯୋଗାଇ ଦେବାକୁ ଚାଷିମାନେ ଦାବୀ କରିଛନ୍ତି । 

 

0
0
0
s2sdefault