ହେଡଲାଇନସ୍:

ତାଜା ହୋଇ ଗଲା ସ୍କୁଲ ବେଳର ମଧୁର ସ୍ମୃତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

12-06-18-bargard.jpg - 163.07 kB

ପାଇକମାଲ ଟି.ଓ .ୟୁ .ପି  (ଏମ ଇ ) ସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମ 

ପାଇକମାଲ/ Gouranga dash/Nila Deep -ପାଇକମାଲ ସହରର  ଟି.ଓ .ୟୁ .ପି  (ଏମ ଇ ) ସ୍କୁଲ ଠାରେ ରାଜ୍ୟ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା 'ମୋ ସ୍କୁଲ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପବିତ୍ରା ପାଣିଗ୍ରାହୀ ଓ ଶିକ୍ଷକ ଶୁଶାନ୍ତ କୁମାର ସାହୁ ଙ୍କ ଦ୍ଵାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ବିଧାୟକ ତଥା ଏହି ବିଦ୍ୟାଳୟର ପୁରାତନ ଛାତ୍ର ପ୍ରଦୀପ ପୁରୋହିତ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନଙ୍କ ଦ୍ୱାରା ବାଗଦେବୀ ମା ସରସ୍ଵତୀଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଦେବା ସହ ଦୀପ ପ୍ରଜ୍ବଳନ କରାଯାଇ ପୂଜା କରାଯାଇଥିଲା । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ ସହ ସଭା ଆରମ୍ଭ କରାଯାଇଥିଲା ।

       ଏହି ଅବସରରେ ମୁଖ୍ୟ ଅତିଥି  ବିଧାୟକ ଏହି ସ୍କୁଲରେ ପାଠ ପଢିଥିବା ତାଙ୍କ ସମୟର ଅନୁଭୁତିକୁ ଉପସ୍ଥିତ ସମସ୍ତ ଙ୍କ ସହ ବ୍ୟକ୍ତ କରିବା ସହିତ ବିଦ୍ୟାଳୟର ଉନ୍ନତି ପାଇଁ ସଦାସର୍ବଦା ପ୍ରସ୍ତୁତ ଥିବା କହିଛନ୍ତି ।ଏହି ବିଦ୍ୟାଳୟର ଆଉ ଜଣେ ପୁରାତନ ଛାତ୍ର ଡା ସଞୟ ଭୋଇ ଯିଏକି ବର୍ତ୍ତମାନ ଏମ୍ସ  ନୂଆଦିଲ୍ଲୀର ଜଣେ ବିଶ୍ବ ବିଖ୍ୟାତ ଡାକ୍ତର ନିଜର ପିଲା ଦିନ ଏହି ସ୍କୁଲ ସହ ଜଡ଼ିତ ଅନୁଭୂତି ବାବଦରେ କହିବା ସହିତ ପ୍ରତ୍ୟେକ ବର୍ଷ ଦୁଇ ଥର ଏହି ସ୍କୁଲ କୁ ଆସି ପିଲାଙ୍କ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସବୁଠାରୁ ମୁଖ୍ୟ ଭାଷଣ ଥିଲା ପାଇକମାଲ ସରପଞ୍ଚ  ଧବଲେଶ୍ବର ସାହୁ ଙ୍କ | କାରଣ ସେ ନିଜ ପିଲା ଦିନ ଓ ସ୍କୁଲ ର ଅନୁଭୂତି ବ୍ୟକ୍ତ କରିଥିଲେ ଉପସ୍ଥିତ ସମସ୍ତେ ମନଭରି ହସିଥିଲେ । ଶ୍ରୀ ସାହୁ ମଧ୍ୟ ଆଗାମୀ ଦିନ ମାନଙ୍କରେ ସ୍କୁଲର ସମସ୍ତ କାର୍ଯ୍ୟ ରେ ସହଯୋଗ କରିବେ ବୋଲି କହିଥିଲେ । ଏହି ପରି ବହୁ ପୁରାତନ ଛାତ୍ର ଓ ବର୍ତ୍ତମାନର ବୁଦ୍ଧିଜୀବୀ ମାନେ ନିଜର ସ୍କୁଲ ପଢା ଦିନର ଅନୁଭୂତି ବ୍ୟକ୍ତ କରିବା ସହିତ ଆର୍ଥିକ ସହଯୋଗ ଘୋଷଣା କରିଥିଲେ ।

        ମୁଖ୍ୟ ଅତିଥି ବିଧାୟକ ୨୫୦୦୦ଟଙ୍କା,ଡା.ରାଜଶ୍ରୀ ସାହୁ ୧୨୦୦୦ ଟଙ୍କା,ଅନିଲ କୁମାର କାଲିଆ ୫୦୦୦ ଟଙ୍କା,ପାଇକମାଲ ପଞ୍ଚାୟତ ସମିତି ସଭ୍ୟା ନିରୁପମା ନାଗ ୫୦୦୦ ଟଙ୍କା,ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ବିଜୟ ସ୍ବାଇଁ ୫୦୦୦ ଟଙ୍କା, ପାଇକମାଲ ସରପଞ୍ଚ ଶ୍ରୀ ଧବଲେଶ୍ବର ସାହୁ ୫୦୦୦ ଟଙ୍କା,ବିନୋଦ କାଲିଆ ୩୦୦୦ ଟଙ୍କା,ଡୋଳାମଣି ମାହାର ୨୦୦୦ ଟଙ୍କା,ବିଜୟ କୁମାର ରାଓ ୧୦୦୦ ଟଙ୍କା, ଗୌରାଙ୍ଗ ଚରଣ ଦାସ ୧୦୦୦ ଟଙ୍କା,ମୁଜଫର ହୁସେନ ୩୦୦୦ ଟଙ୍କା,ଶୁଶାନ୍ତ କୁମାର ପଣ୍ଡା ୧୦୦୦ ଟଙ୍କା,ବଳଦେବ ସେଠ ୨୦୦୦ ଟଙ୍କା,ସଞ୍ଜୟ ସାହୁ ୨୦୦୦ ଟଙ୍କା,ଗଣେଶ ରାମ ସାହୁ ୫୦୦ ଟଙ୍କା,ସତ୍ୟନାରାୟଣ ଯୋଷୀ ୨୦୦୦ ଟଙ୍କା,ଡୋଳାମଣି ସାହୁ ୫୦୦ ଟଙ୍କା,ପ୍ରେମସାଗର ଫେନଦାର ୫୦୦୦ ଟଙ୍କା,ନିମାଇଁ ଚରଣ ସ୍ବାଇଁ ୧୦୦୦ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମିଶି ୧୨୦୦୦ ଟଙ୍କା ର ସହଯୋଗ ରାଶି ବିଦ୍ୟାଳୟ କୁ ପ୍ରଦାନ କରିଥିଲେ ।

           ପାଇକମାଲ ସରପଞ୍ଚ ଶ୍ରୀ ଧବଲେଶ୍ବର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଡା ସଞ୍ଜୟ ଭୋଇ,ଡା ରାଜଶ୍ରୀ ସାହୁ ବିଜୟ କୁମାର ସ୍ବାଇଁ, ବିନୋଦ କାଲିଆ,  ଅନିଲ କାଲିଆ, ମହାଦେବ ବେହେରା, ପୂର୍ବତନ ପ୍ରଧାନ ଶିକ୍ଷକ ପରମପୂଜ୍ୟ ବିଶ୍ବନାଥ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଶିକ୍ଷା ବିଭାଗର ଅଧିକାରୀ  ଡୋଳାମଣି ମାହାର ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ଶିକ୍ଷକ ଶୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ସର୍ବମୋଟ ଏକ ଲକ୍ଷ ଏକ ହଜାର ଟଙ୍କାର ଆର୍ଥିକ ସହଯୋଗ ବିଦ୍ୟାଳୟ କୁ ମିଲିଥିବା ପ୍ରଧାନ ଶିକ୍ଷୟୀତ୍ରୀ ପ୍ରକାଶ କରିଥିଲେ ।

0
0
0
s2sdefault