ହେଡଲାଇନସ୍:

ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସକୁ  ଜନସାଧାରଣଙ୍କ ସହଯୋଗ ଜରୁରୀ : ଡି.ଆଇ.ଜି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

12-06-18-dsp.jpg - 76.25 kB

ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟ ଗୄହ ଉଦଘାଟିତ ।

ପଦ୍ମପୁରରୁ ନିଳ ଦୀପ-ବରଗଡ଼ ଜିଲ୍ଲା ପଦ୍ମପୁର ଥାନା ପରିସର ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନୂତନ ଅଫିସ ଗୄହ ସମ୍ବଲପୁର ଡି.ଆଇ.ଜି ସତ୍ୟବ୍ରତ ଭୋଇଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଛି । ଉଦଘାଟନ ଉତ୍ସବ ପରେ ପଦ୍ମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ  ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ପଦ୍ମପୁର ବିଧାୟକ  ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ , ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଡି.ଆଇ.ଜି ସତ୍ୟବ୍ରତ ଭୋଇ,ସମ୍ମାନିତ ଅତିଥି ଭାବରେ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ  ମୁକେଶ କୁମାର ଭାମୋ,ବରଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଶୋବନ୍ତ ସେନାପତି,  ସହକାରୀ ଜିଲ୍ଲାପାଳ ଦିପ୍ତିକାନ୍ତି ଭୁଏ,ପଦ୍ମପୁର ବି.ଡି.ଓ ଏଲିଜା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଶ୍ରୀ ଭୋଇ  ପଦ୍ମପୁର ସହର ତଥା ପଦ୍ମପୁର ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସକୁ ସହଯୋଗ କରିବା ପାଇଁ ପଦ୍ମପୁରର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।ଏହି ପରିପେକ୍ଷୀରେ ପଦ୍ମପୁର ନାଗରିକ କମିଟି ଦ୍ବାରା ବିଭିନ୍ନ ଦାବୀ ଯଥା ପଦ୍ମପୁର ସହର ପାଇଁ ପିସିଆର ଭ୍ୟାନ ପ୍ରଦାନ, ପଦ୍ମପୁର ପୋଲିସ ଷ୍ଟେସନକୁ  ମୋଡେଲ ପୋଲିସ ଷ୍ଟେସନ ମାନ୍ୟତା, ପଦ୍ମପୁର ସହରର ସମସ୍ତ ଛକ ତଥା ଜନଗହଳି ଜାଗାରେ ସିସି ଟିଭି ଲଗାଇବା ପାଇଁ ଡି.ଆଇ.ଜି ଙ୍କ ଠାରେ ଉପସ୍ଥାପନ କରିଥିଲେ ।ଏହି ସଭାରେ ପଦ୍ମପୁର ବଣିକ ସଙ୍ଘ, ଓକିଲ ସଙ୍ଘ, ବସ ମାଲିକ ସଙ୍ଘ,ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ଓ ବିଭିନ୍ନ ଥାନାର ଅଧିକାରୀ ଯୋଗଦେଇଥିଲେ ।ସଭା ଶେଷରେ ପଦ୍ମପୁର ଥାନା ଆଇ.ଆଇ.ସି କେ ପ୍ରିୟଙ୍କା ରାଉତ ରାଏ ଉପସ୍ଥିତ ଜନସାଧାର ତଥା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ପରିପେକ୍ଷୀରେ ଏକ ବୄକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା 

0
0
0
s2sdefault