ହେଡଲାଇନସ୍:

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅତର୍କିତ ବଦଳିକୁ ନେଇ ଅନେକ ପ୍ରଶ୍ନବାଚୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-06-18--pradip.jpg - 71.15 kB

ଭୁବନେଶ୍ୱର : ସରକାର  କାହାକୁ କେଉଁଠି ନିଯୁକ୍ତି ଦେବେ ବା କାହାକୁ କେତେବେଳେ ବଦଳି କରିବେ ସେତ ସରକାରଙ୍କ ବ୍ୟକ୍ତିଗତ ବ୍ୟାପାର | ହେଲେ ଅତର୍କିତ ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ବରିଷ୍ଠ ଆଇଏଏସ ଅଫିସର ପ୍ରଦୀପ ଜେନାଙ୍କୁ ବଦଳି କରି ତାଙ୍କ ସ୍ଥାନରେ ସ୍କୁଲ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଦାଇତ୍ୱ ଦେଲେ ସରକାର | ବଦଳି ସରକାରୀ  ପ୍ରକ୍ରିୟା, ହେଲେ ଯେଉଁ ଢଙ୍ଗରେ ହେଲେ ତାହା ଏବେ ସୃଷ୍ଟି କରିଛି ହଜାରେ ପ୍ରଶ୍ନ | କଣ ଶ୍ରୀମନ୍ଦିର ପ୍ରଶାସକ ଭାବେ ଶ୍ରୀ ଜେନା ଅସଫଳ ନ ସଇମ କୋର୍ଟଙ୍କ ଆଦେଶରେ ବହୁ ଆପେକ୍ଷିତ ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା କୁ ତୁରନ୍ତ ଲାଗୁ କରିବା ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ତଥା ହେବାକୁ ଯାଉଥିବା  କିଛି ବିଶୃଙ୍ଖଳିତ ସେବାୟତ ଗୋଷ୍ଠୀ ତଥା ସେମାନଙ୍କ ପଲିଟିକାଲ ବସଙ୍କ ପକ୍ଷରୁ ସୃଷ୍ଟ ଚାପ ଆଗରେ ସରକାର ମୁଣ୍ଡ ନୁଆଁଇଲେ ?  ଦେଶର ସର୍ବୋଚ୍ଚ ଅଦାଲତ ଆଦେଶ ଦେବାମାତ୍ରେ ତାକୁ ତୁରନ୍ତ  ତା ପରଦିନ ଠାରୁ କାର୍ଯ୍ୟକାରୀ କରାଇବା କଣ ଭୁଲ | ସୁପ୍ରିମକୋର୍ଟ କଣ ହାଇକୋର୍ଟ ଉପରେ ବୋଲି କହୁଥିବା କିଛି ସେବାୟତ ତଥା ସୁପ୍ରିମକୋର୍ଟଙ୍କ ବାରଣ ସତ୍ୱେ ଭକ୍ତଙ୍କ ଥାଉ ଆମକୁ କେହି ଅଟକାଇ ପାରିବେନି ବୋଲି କହି ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଚାଲେଞ୍ଜ ଦେଇଥିବା କତିପୟ ସେବାୟତଙ୍କ ଧମକରେ ସରକାର ଡରି ଯାଇ ନାହାନ୍ତି ତ ! କାଳେ ରଥଯାତ୍ରାରେ ଏମାନେ ନୀତି ବିଭ୍ରାଟ କରିବା ଆଶଙ୍କାରେ ସରକାର ଆଶଙ୍କା ଗ୍ରସ୍ତ ହୋଇ ନାହାନ୍ତି ତ !!   ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବା କଣ ସରକାର ଚାହୁଁନାହାନ୍ତି !!! ଶ୍ରୀ ଜେନା ମହୋଦୟ ସୁପ୍ରିମକୋର୍ଟଙ୍କ ଆଦେଶ କୁ କାର୍ଯ୍ୟକାରୀ କରିବାର ଦିନେ ପୂରିନି, ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକାସ କ୍ୟୁରି ଓଡିଶା ଆସିବା ପୂର୍ବରୁ ଜିଲ୍ଲା ଜଜଙ୍କ  ଉପସ୍ଥିତିରେ  ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ସରୁଣୁ ନସରୁଣୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ବଦଳାଇବା ଭଳି ଅତର୍ଚ୍ଛା ମାଡିଲା କାହିଁକି !

ଏହା ନିଶ୍ଚିତ ଭାବେ ରାଜ୍ୟ ସରକାରଙ୍କ ପ୍ରେରୋଗେଟିଭ | ହେଲେ ଶ୍ରୀ ଜେନାଙ୍କ ବଦଳି ହେବ ପଛରେ ସେବାୟତଙ୍କ ଚାପ ଆଉ ଭୋଟ ରାଜନୀତି ମୁଖ୍ୟ କାରଣ ବୋଲି କେତେକ ମହଲରେ ଅଭିଯୋଗ ହୋଇଛି |  ଗତ ବର୍ଷ ଏପ୍ରିଲ ୧୯ରେ ଶ୍ରୀ ଜେନାଙ୍କୁ ରାଜ୍ୟ ସରକାର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରିଥିଲେ । ଆଉ ତାଙ୍କୁ ବଦଳି କଲା ବେଳକୁ ସେ ବୈଠକରେ ବସିଥିଲେ !  ଅପର ପକ୍ଷରେ ଶ୍ରୀମନ୍ଦିରରେ  ଭକ୍ତଙ୍କ ଦକ୍ଷିଣା ସଂପର୍କରେ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ  ପରେ ପୁରୀରେ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ  ହୋଇଥିଲା  ।  ଏହି ବୈଠକରେ ପୁରୀ ଜିଲ୍ଲା ଜଜ୍ ଅମ୍ବୁଜ ମୋହନ ଦାସ ଅଧ୍ୟକ୍ଷତା କରିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ପ୍ରଦୀପ ଜେନା, ଜିଲ୍ଲାପାଳ ଓ ଏସ୍ପି ଉପସ୍ଥିତ ଥିଲେ  ।  ମୁଖ୍ୟ ପ୍ରଶାସନ ଶ୍ରୀ ଜେନା କହିଛନ୍ତି ଯେ ବୈଠକରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶକୁ ପାଳନ କରିବା ଲାଗି ପ୍ରଶାସନ ଯେଉଁସବୁ ପଦକ୍ଷେପ ନେଇଛି ତାହା ସେବାୟତମାନଙ୍କୁ ଜଣାଇଦିଆଯାଇଥିଲା  । ଏ ସଂପର୍କରେ ଯଦି ସେବାୟତ ମାନଙ୍କର କୌଣସି ଆପତ୍ତି ଥାଏ, ତେବେ ସେମାନେ ସତ୍ୟପାଠ ଜରିଆରେ ଜିଲ୍ଲା ଜଜଙ୍କୁ ଜଣାଇବେ ଓ ଜିଲ୍ଲା ଜଜ ସେ ସଂପର୍କରେ ସୁପ୍ରିମକୋର୍ଟଙ୍କୁ ଅବଗତ କରିବେ  । ତେଣୁ ଏ ପ୍ରକ୍ରିୟା ଚାଲିପାରେ, ବିଳମ୍ବିତ ହୋଇବି ପାରେ ! ଶ୍ରୀ ଜେନା ଏହି ପ୍ରକ୍ରିୟାକୁ ତୁରନ୍ତ କାର୍ଯ୍ୟକାରୀ କରି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ କରିଥିଲେ ବୋଲି କିଛି ବୁଦ୍ଧିଜୀବୀ ମତ ଦେଇଛନ୍ତି | ହେଲେ ଏବେ ସୁପ୍ରିମକୋର୍ଟ ଙ୍କ ଆଦେଶ କାର୍ଯ୍ୟାନ୍ଵନ ତ୍ୱରାନ୍ୱିତ ହୋଇ କିଛି ଅଭଦ୍ରୋଚିତ ସେବାୟତଙ୍କ ଆତଙ୍କ  ତଥା ଆଧ୍ୟାତ୍ମିକ ଲୁଟତରାଜରୁ  ମୁକ୍ତି ମିଳୁଛି ନ ବିଳମ୍ବିତ ହେଉଛି | ପୂର୍ବରୁ  ସୋମବାର ଅପରାହ୍ଣରେ ଜିଲ୍ଲା ଜଜ ଶ୍ରୀ ମନ୍ଦିର ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ  । ଏହା ସହିତ ସେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିଲେ  ।

ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ପରିସରରେ ସେବାୟତ, କର୍ମ·ରୀ ଆଉ ଦାନ ନେଇପାରିବେ ନାହିଁ  । ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରତି ବଢୁଥବା ଶୋଷଣକୁ ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ବି·ର କରି ରବିବାର ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ କୁ ଶ୍ରୀମନ୍ଦିର ପ୍ରଶାସନ କାଯର୍ୟକାରୀ କରି ନୋଟିସ ଜାରି କରିଥିଲେ  । ସିଂହଦ୍ୱାର ସୂଚନା କେନ୍ଦ୍ରରେ ଡାକବାଜି ଯନ୍ତ୍ର ସହାୟତାରେ ଭକ୍ତଙ୍କୁ ଅବଗତ କରାଯିବା ସହିତ ଦାନକୁ ହୁଣ୍ଡିରେ ପକାଇବାକୁ ନିବେଦନ କରାଯାଇଥିଲା  । ସୁପ୍ରିମକୋର୍ଟଙ୍କ ରିଟ୍ ପିଟିସନ୍ ନଂ ୬୪୯/୨୦୧୮ ବଳରେ ଶ୍ରୀଜଗନ୍ନାଥ  ମନ୍ଦିରରେ ଭକ୍ତମାନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ଉଦ୍ଦେଶ୍ୟ ରେ ଦିଆଯାଉଥିବା ନୈବିଦ୍ୟ, ଦାନ ଅର୍ଥ କିମ୍ବା ବସ୍ତୁକୁ କୌଣସି ସେବକ କିମ୍ବା ତାଙ୍କର ସହଯୋଗୀ କିମ୍ବା କର୍ମଚାରୀମାନେ ଗ୍ରହଣ କରିପାରିବେ ନାହିଁ ବୋଲି ନୋଟିସ୍ରେ ସ୍ପଷ୍ଟ କରାଯାଇଥିଲା । ଭକ୍ତ ଶ୍ରୀଜୀଉମାନଙ୍କ ଉଦ୍ଦେଶ୍ୟରେ ଦେଉଥିବା ଦାନକୁ ଶ୍ରୀମନ୍ଦିରସ୍ଥ ହୁଣ୍ଡିରେ ପକାଇ ପାରିବେ  । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାନୁଷ୍ଠାନ , ଶ୍ରୀମନ୍ଦିରସ୍ଥ ଶାଖା କାର୍ଯ୍ୟାନୁଷ୍ଠାନ  ଏବଂ ଶ୍ରୀମନ୍ଦିର ସୂଚନା କେନ୍ଦ୍ରମାନଙ୍କରେ ଦାନ ଦେଇ ରସିଦ୍ ନେଇ ପାରିବେ ବୋଲି ଉଲ୍ଲେଖ ରହିଥିଲା ।

 

0
0
0
s2sdefault