ହେଡଲାଇନସ୍:

ଖମନମୁଣ୍ଡାରେ ଡୁମାଳ ସମାଜର ସାଧାରଣ ବୈଠକ : ଗୋବର୍ଦ୍ଧନ ପ୍ରଧାନ ସଭାପତି ଓ ଅନନ୍ତ କ୍ଷେତି ସଂପାଦକ ମନୋନୀତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

11-06-18-Dumal-samaj-baitha.jpg - 82.27 kB

କଣ୍ଟାମାଳ (ବଂଶିଧର ମାଝୀ) ;  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖମନମୁଣ୍ଡା ପଞ୍ଚାୟତ ର ମା ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ରବିବାର ଡୁମାଳ ସମାଜ ପକ୍ଷରୁ ଏକ ସାଧାରଣ ସଭା ସଂଘ ସଭାପତି ପୁରୁଷୋତ୍ତମ ଡାଙ୍ଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଛି । ବୈଠକରେ ସମାଜର ପୂର୍ବତନ ସଂପାଦକ ଶ୍ରୀ ଡାଙ୍ଗ ପାଠ କରିଥିବା ପୂର୍ବ ବୈଠକର ବିବରଣୀ ସର୍ବ ସମ୍ମତି କ୍ରମେ ଗୃହିତ ହୋଇଥିଲା । ଏହି ଅବସରରେ କମିଟି ପୁନର୍ଗଠନ ପାଇଁ ବୈଠକରେ ପ୍ରସ୍ତାବ ଆଗତ ହୋଇଥିଲା । ଏଥିରେ ଗୋବର୍ଦ୍ଧନ ପ୍ରଧାନ ଙ୍କୁ ସଭାପତି ପାଇଁ ବଳରାମ ଚାଉଳିଆ ପ୍ରସ୍ତାବ ଦେଇଥିବା ବେଳେ ଜଗଦିସ ପ୍ରଧାନ ସମର୍ଥନ ଦେଇଥିଲେ । ସେହିପରି ନୂତନ କମିଟିରେ ସଂପାଦକ ଭାବେ ଅନନ୍ତ କ୍ଷେତି ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ପରବର୍ତ୍ତୀ ବୈଠକରେ ପରିଚାଳନା ସମିତିର ଅନ୍ୟ ପଦପଦବୀ ମନୋନୟନ କରିବା ପାଇଁ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ଶେଷରେ ଉପସଭାପତି ପୁରୁଷୋତ୍ତମ ଡାଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ । 

          

 

0
0
0
s2sdefault