ହେଡଲାଇନସ୍:

ପରୀଟିଏ ପାଇଁ କଥାଟିଏ ସଚେତନତା କାର୍ଯ୍ୟକ୍ରମ : କନ୍ୟାଙ୍କ ପ୍ରତି ଅସଦାଚରଣ ରୋକିବା ଆମର କର୍ତ୍ତବ୍ୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )-ସମାଜରେ କ୍ରମାଗତ ଭାବେ ଶିଶୁ ନିର୍ଯ୍ୟାତନା ଦିନକୁ ଦିନ ବୃଦ୍ଧିପାଇବା ଆରମ୍ଭ କରିଥିବାରୁ ଏହାକୁ ପ୍ରତିହତ କରି ନିର୍ଯ୍ୟାତିତ ଅମୃତର ସନ୍ତାନମାନଙ୍କୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ସମାଜର ସମସ୍ତ ନାଗରିକ ପ୍ରତିଶ୍ରୁତବଦ୍ଧ ହେବାର ଆବଶ୍ୟକତା ରହିଛି । ସମସ୍ତ ନାଗରିକମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିଲେ ସମାଜରେ କନ୍ୟାରତ୍ନମାନଙ୍କ ଉପରେ ବୃଦ୍ଧିପାଉଥିବା ନିର୍ଯ୍ୟାତନକୁ ରୋକିଯିବା ସମ୍ଭବ ହୋଇପାରିବ । ଏଥି ନିମନ୍ତେ ପ୍ରଥମେ ପରିବାରରେ ପିତା-ମାତାଙ୍କ ସହିତ ସମସ୍ତ ସଦସ୍ୟ ସଚେତନ ହେବା ଦରକାର । ନାରୀ ଓ ପୁରୁଷ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ନାରୀମାନେ ପୁରୁଷଙ୍କ ସହିତ ସମସ୍ତ କ୍ଷେତ୍ରରେ ସମାନ ଭାବେ କାନ୍ଧକୁ କାନ୍ଧ ମେଳାଇ ଆଗେଇ ଚାଲିଛନ୍ତି । ପୁରାଣ, ରାମାୟଣ, ମହାଭାରତ ଆଦି କ୍ଷେତ୍ରରେ ମଧ୍ୟ ନାରୀମାନଙ୍କୁ ଗୁରୁତ୍ୱ ପ୍ରଦାନ କରାଯାଇଛି । କଳା, ସାହିତ୍ୟ, ଦର୍ଶନ, ବିଜ୍ଞାନ, ଆବିଷ୍କାର, ଉଦଭାବନ, ନ୍ୟାୟାଳୟ, ପରିଚାଳନା ଓ ପରିକଳ୍ପନା ଆଦି ବିଭିନ୍ନ କ୍ଷେତ୍ରରେ ନାରୀମାନେ ତୁଙ୍ଗପଦବୀରେ ଅଧିଋଢ଼ା ହୋଇ ନିଜର ଦକ୍ଷତା ଓ ପାରଦର୍ଶୀତା ପ୍ରଦର୍ଶନ କରିଆସୁଛନ୍ତି । ତେଣୁ ଶିଶୁମାନଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର, ଦୁଷ୍କର୍ମ ସହିତ ଲିଙ୍ଗ ଭେଦାଭେଦ ଆଦିକୁ ରୋକିବା ଦିଗରେ ଜନସଚେତନତା ସୃଷ୍ଟି ପାଇଁ ଜିଲ୍ଲା ପୁଲିସ ଓ ୟୁନିସେଫ ପକ୍ଷରୁ ମେ ୨୮ରୁ ଜୁନ ୧୧ ପର୍ଯ୍ୟନ୍ତ ପରୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସୋମବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଓ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ବାରିପଦା ପୁଲିସ ପେରେଡ଼ ପଡ଼ିଆ ପରିସରରେ ପରୀଟିଏ ପାଇଁ କଥାଟିଏ ଉଦ୍ଦେଶ୍ୟରେ ଆୟୋଜିତ ସଚେତନତା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମତପୋଷଣ କରିଥିଲେ ।                 

                 କାର୍ଯ୍ୟକ୍ରମକୁ କ୍ରାଇମ ଡ଼ିଏସପି ପ୍ରଭାତ କୁମାର ବିଶ୍ୱାଳ ପରିଚାଳନା କରିଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭୂବନାନନ୍ଦ ଜେନା, ଡ଼ିଆଇବି ଡ଼ିଏସପି ଦିଲ୍ଲୀପ ପଟେଲ, ବାରିପଦା ସଦର ଏସଡ଼ିପିଓ ଅଭିମନ୍ୟୁ  ନାୟକ, ଜିଲ୍ଲା ଶିଶୁ ଅଧିକାରୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ , ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର ଉପକ୍ଷେତ୍ର ନିର୍ଦ୍ଦେଶକ  ଯଜ୍ଞଦତ୍ତ ପତି ଓ ଯୁବ କଳାକାର ସ୍ୱରାଜ ବାରିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

 

0
0
0
s2sdefault