ବାରିପଦା(ଦିଲ୍ଲୀପ ମହାନ୍ତି) - ମୟୁରଭଞ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ପୂର୍ବାହ୍ନ ସମୟରେ ହଠାତ୍ ଅଗ୍ନିକାଣ୍ଡ ଘଟି କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ସମେତ ନୋଟିଫିିକେସନ ରେଜିଷ୍ଟାର ଔଷଧ ସମେତ କିଛି ଆସବାପତ୍ର ଜଳି ସମ୍ପୂନ୍ନ ନଷ୍ଟ ହୋଇଯାଇଅଛି । ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏପରି ଘଟଣା ବିଦ୍ୟୁତ ସଟ ସର୍କିଟ ପାଇଁ ହୋଇଥିବାର ଜଣାଯାଇଅଛି । ନିଆଁ ସ୍ୱାସ୍ଥ୍ୟକେନ୍ଦ୍ରର ଯକ୍ଷ୍ମା ବିଭାଗରେ ଲାଗିଥିଲାବେଳେ ଏହାକୁ ଆୟତ୍ତ କରାଯାଇପାରିବାରୁ ଏକ ବଡ ଦୂର୍ଘଟଣାକୁ ଏଡାଇଦିଆଯାଇପାରିଥିଲା ।
ରାଜ୍ୟ
ଡାକ୍ତରଖାନାରେ ନିଆଁ
- Hits: 470