ନୁଆଦିଲ୍ଲୀ : ସବୁବେଳେ ରୋକଠୋକ ବୟାନ ଆଉ "ଜରା ହଟକେ" କାର୍ଯ୍ୟ ପାଇଁ ଚର୍ଚାରେ ରହୁଥିବା ବିଜେପି ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ୱାମୀ ପୁଣି ଆଜି ତେଲ ଟୁଇଟକୁ ନେଇ ଚର୍ଚାରେ | ସେ ଆଜି ଏକ ରୋଚକ ଟୁଇଟ କରିଛନ୍ତି ତେଲକୁ ନେଇ | ଦେଇଛନ୍ତି ତୁଳନାତ୍ମକ ଚିତ୍ର | ସେ ବିଶେଷ କିଛି ଲେଖି ନାହାନ୍ତି ,ସାଙ୍କେତିକ ଭାବେ ଏକ ପୋଷ୍ଟ ଅପଲୋଡ଼ କରିଛନ୍ତି | ଯେଉଁଥିରେ ଲେଖାଯାଇଛି " ରାମଙ୍କ ଇଣ୍ଡିଆରେ ପେଟ୍ରୋଲ ୯୩ ଟଂକା, ସୀତାଙ୍କ ନେପାଳରେ ୫୩ ଟଂକା ଓ ରାବଣଙ୍କ ଲଙ୍କାରେ ୫୧ ଟଙ୍କା" | ପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧି ଓ ସର୍ବୋପରି ଗତକାଲି ବଜେଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଅଢେଇ ଟଂକା ଆଉ ଡିଜେଲ ଉପରେ ୪ ଟଂକା କୃଷି ସେସ ଲାଗୁ କରିଥିବା ପରିପ୍ରେକ୍ଷୀରେ ଏହି ପୋଷ୍ଟ ଟି କରିଛନ୍ତି |
ରାଜ୍ୟ
ଚର୍ଚାରେ ସ୍ୱାମୀଙ୍କ ତେଲ ଟୁଇଟ : ରାବଣ ରାଜ୍ୟରେ ଶସ୍ତା
- Hits: 406