କଣ୍ଟାବାଞ୍ଜି(ଚୁଡାମଣି ସୁନା): ସରକାର ଲୋକଙ୍କ ଜନମଂଗଳ କାମ ପାଇଁ ଅନେକ ଯୋଜନା କରିଛନ୍ତି । ଯୋଜନାରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଂକା । ହେଲେ ପ୍ରଶାସନିକ ଉଦାସିନତା ଓ ଦୁର୍ନିତିଖୋର ଅଧିକାରିଙ୍କ ଯୋଗୁ ଏହି ସବୁ ଯୋଜନା ସତେ ଯେମିତି ବାଟ ମାରଣା ହେଇ ଯାଉଛି । ଯୋଜନାରେ ଆସୁଥିବା ଟଙ୍କା ଲୋକଙ୍କ କାମରେ ଆସୁନାହିଁ ବରଂ ଦୁର୍ନିତିଖୋର ଅଧିକାରି ଏବଂ ଠିକାଦାରଙ୍କୁ ସିଧା ସଲଖ ପକେଟକୁ ଯାଉଥିବା ଅଭିଯୋଗ ଆସୁଛି । ସରକାରି ଟଙ୍କା ଠିକ ଭାବ କେମିତି ଖର୍ଚ୍ଚ ହେବ ସେନେଇ ସବୁ ସମୟରେ ସରକାର କାମ କରୁଛନ୍ତି, କିନ୍ତୁ ଦୁର୍ନୀତି କରୁଥିବା ଅଧିକାରୀ କାଗଜ କଲମରେ କାମ ଦେଖାଇ ଟଂକା ସବୁ ନିଜ ପକେଟ ଗରମ କରୁଥିବା ଅଭିଯୋଗ ପ୍ରାୟ ସବୁ ସମୟରେ ଆସିଥାଏ । ତେବେ ଏଭଳି ଏକ ଅଭିଯୋଗ ଆସିଛି କଂଟାବାଞ୍ଜି ନିର୍ବାଚନ ମଣ୍ଡଳିରୁ । କଂଟାବାଞ୍ଜି ନିର୍ବାଚନ ମଣ୍ଡଳିର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ବ୍ଲକରେ ସ୍ଵଚ୍ଛ ଭାରତ ଅଭିଯାନରେ ଶୌଚାଳୟ ନିର୍ମାଣ ପାଇଁ ଆସିଥିବା କୋଟି କୋଟି କା ବାଟ ମାରଣା ହେଇଥିବା ଅଭିଯୋଗ ହେଉଛି । ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ଅଧିକାରି ମାନେ କୌଣସି ତଥ୍ୟ ଦେଉନାହାନ୍ତି । ସୁଚନାଅଧିକାର ଆଇନ ବଳରେ ତୁରେକେଲା ବ୍ଲକ ବେହେରେନସିଲେଟ ଗାଁର ରୋହନ କୁମାର ମହତ ନଭେମ୍ବର ମାସରେ ଏହି ୩ଟି ବ୍ଲକରେ ସ୍ଵଚ୍ଛ ଭାରତ ଅଭିଯାନରେ ଶୌଚାଳୟ ନିର୍ମାଣକୁ ନେଇ ତଥ୍ୟ ମାଗିଥିଲେ । ହେଲେ ଆଜିକୁ ୨ ମାସରୁ ଅଧିକ ହେବ କୌଣସି ବ୍ଲକରୁ ତଥ୍ୟ ଆସିନାହିଁ । ପ୍ରଶାସନିକ ଅଧିକାରି ତଥ୍ୟ ଦେଉନଥିବାରୁ ଏହା ନିଶ୍ଚିତ ଭାବେ ମହାଦୁର୍ନୀତ ହେଇଥିବା ଅଭିଯୋଗ ହେଉଛି । ଅନେକ ଫଚାୟତର ଗାଁ ମାନଙ୍କରେ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ଶୌଚାଳୟ ନିର୍ମାଣ ପାଇଁ ଠିକାଦାର ନିଯୁକ୍ତ କରିଥିଲେ । ଠିକାଦାର ମାନେ ନିମ୍ନ ମାନର କାମ କରିଛନ୍ତି। ଯେଉ ହିତାଧିକାରି ନିମ୍ନମାନର କାମର ଅଭିଯୋଗ କଲେ ତାକୁ ନିଜେ ଶୌଚାଳୟ ନିର୍ମାଣ କଲା ପରେ ତୁମ ଖାତାରେ କା ଜମା ହୋଇଯିବ ବୋଲି କହିଥିଲେ । ହେଲେ ଆଜିଯାଏ ଏମିତି ଅନେକ ହିତାଧିକାରି ଅଛନ୍ତି ଯେଉମାନେ ନିଜେ ଶୌଚାଳୟ ନିର୍ମାଣ କଲେ ହେଲେ ଶୌଚାଳୟର ଟଙ୍କା ତାଙ୍କ ଖାତାରେ ପଡିନାହିଁ । ହିତାଧିକାରି ଟଙ୍କା ପାଇଁ ଅଭିଯୋଗ କଲେ ଆଜି କାଲି ଟଙ୍କା ପଡ଼ିବ ବୋଲି ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ମାନେ ଆଶ୍ବସନା ଦେଉଛନ୍ତି । ବେହେରେନସିଲେଟ ଗାଁର ଭାନୁମତି ଜାଲଙ୍କ ନାଁରେ ଶୌଚାଳୟ ଆସିଥିବା ଅଧିକାରି ତାଙ୍କୁ କହିଥିଲେ । ଠିକାଦାର କାମ କରିବ ବୋଲି କହିବାରୁ ହିତାଧିକାରି ମନା । କରିଦେଲେ । ଆମର ଆସିଛି ତେଣୁ ଆମେ ତିଆରି କରିବୁ ବୋଲି କହିବାରୁ ଠିକ ଅଛି କର | ଟଙ୍କା ପରେ ପଡ଼ିଯିବ ବୋଲି କୁହାଗଲା । ହେଲେ ଆଜକୁ ପ୍ରାୟ ୧ ବର୍ଷରୁ ଅଧିକ ହେବ ଶୌଚାଲୟ ନିର୍ମାଣ କାମ ଶେଷ। ହେଲା ପରେ ମଧ୍ୟ କାର ଦେଖା ଦର୍ଶନ ନାହିଁ ଅଭିଯୋଗ କରନ୍ତି ଭାନୁମତି । ଏମିତି ଅନେକ ହିତାଧିକାରି ଅଛନ୍ତି। ଯେଉଁ ମାନେକି ଆଜିଯାଏ କା ପାଇନାହାନ୍ତି। ଦେଖିବାକୁ ଗଲେ ସତରେ ଏମାନଙ୍କ ଟଙ୍କା ଆସିନି ବୋଲି ଏମାନଙ୍କୁ ଦିଆଯାଇନି ନାଁ ଟଙ୍କା ସିଧାସଳଖ ହିତାଧିକାରିଙ୍କ ନାଁରେ ଠିକାଦାର ଓ ଯନ୍ତ୍ରୀଙ୍କ ଖାତାକୁ ଯାଇଛି । ଏହା ମାତ୍ର ଏକ ଉଦାହରଣ , ଭାତ ହାଣ୍ଡିରୁ ଗୋଟେ ଚିପିଲା ପରି | ଏମିତି ଅନେକ ଗଡବଡ ହୋଇଥିବା ଅଭିଯୋଗ ହୋଇଛି । ବିଶେଷ କରି ଗ୍ରାମାଂଚଳ ଲୋକ ସେତେଟା ଯୋଜନା ପ୍ରତି ସଚେତନ ନଥିବା ଯୋଗୁ ଠିକାଦାର ଏବଂ ଯନ୍ତ୍ରୀ ନିଜେ ମିସି ତୋର ଅଧେ କି ମୋର ଅଧେ ସବୁ ରାଧେ ରାଧେ କରିଛନ୍ତି । ଏଭଲି ଠିକାଦାର ଏବଂ ଯନ୍ତ୍ରୀଙ୍କ ନାଁରେ ଉଚ୍ଚସ୍ତରୀୟ ତଦନ୍ତ ହେଲେ ସବୁ କିଛି ତଥ୍ୟ ସାମ୍ନାକୁ ଆସିବ ବୋଲି ସୁଚନା କର୍ମୀ ସୁଚନା ଶ୍ରୀ ମହତ ମତ ଦେଇଛନ୍ତି ।
ରାଜ୍ୟ
ପାଇଖାନା ପଇସା ବି : ମହାଦୁର୍ନୀତିର ଅଭିଯୋଗ ଆଣିଲେ ଯୁବ ସମାଜ ସେବୀ
- Hits: 275