ହେଡଲାଇନସ୍:

ଦିଅଁ ଦର୍ଶନ କଲେ, ଲୋକଙ୍କ ଦୁଃଖସୁଖ ବୁଝିଲେ ରାଜସ୍ବ କମିଶନର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ (ଶାସକ ପ୍ରଶାସକ) : ମାଟି ସହିତ ଯୋଡି ହୋଇଥିବା ପ୍ରଶାସକ | ମଣିଷ ଦରଦୀ ଆଉ ସରକାରଙ୍କ ଯୋଜନାର ସୁଫଳ ନିହାତି ଆବଶ୍ୟକ କରୁଥିବା ଲୋକଙ୍କ ପାଖରେ ବା ଯୋଗ୍ୟ ହିତାଧିକାରୀ ପାଖରେ କେମିତି ପହଂଚିପାରିବ ସେଥିପାଇଁ ସର୍ବଦା ଯତ୍ନବାନ | ସେମିତି ଜଣେ ପ୍ରଶାସକ ଭାବେ ଜଣାଶୁଣା ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଶ୍ରୀ ନିରଞ୍ଜନ ସାହୁ | ବ୍ୟକ୍ତିଗତ ସମୟରେ ବି ଲୋକଙ୍କ ପ୍ରଶାସକ | ଗସ୍ତ ବ୍ୟକ୍ତିଗତ ହେଉ କି ସରକାରୀ, କୌଣସି ଲୋକର ଆବଶ୍ୟକତା ତାଙ୍କ ପାଇଁ ପ୍ରାଥମିକତା | ପାଇକମାଲରେ ଅଧିଷ୍ଠିତ ପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥ ଠାକୁରଙ୍କ ଦର୍ଶନ ପାଇଁ ଆଜି ଆସିଥିଲେ ଶ୍ରୀ ସାହୁ ସପରିବାର | ଆଉ ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରୁଥିବା ସମୟରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦେଖି ହଠାତ ତାଙ୍କ ସହ କଥା ହୋଇଥିଲେ ସମ୍ପ୍ରତି ଉତ୍ତରାଞ୍ଚଳ ରାଜସ୍ବ କମିଶନର ଭାବେ ଅବସ୍ଥାପିତ ଶ୍ରୀ ସାହୁ | ତାଙ୍କୁ "ଭତ୍ତା ପାଉଛ କି ନାହିଁ ବାବା" ବୋଲି ପଚାରି ଥିଲେ । ବରିଷ୍ଠ ନାଗରିକ ଜଣକ ଭତ୍ତା ପାଉ ନାହାଁନ୍ତି ବୋଲି କହିବା ମାତ୍ରେ ଶ୍ରୀ ସାହୁ ନିଜେ ତାଙ୍କ ମୋବାଇଲରେ ଫୋଟୋ ନେବା ସହିତ ବୃଦ୍ଧଙ୍କର ନାମ ଓ ଠିକଣା ନୋଟ କରିଥିଲେ । ବରିଷ୍ଠ ନାଗରିକ ଜଣକ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ଗ୍ରାମର ସୁଦର୍ଶନ ଧାରୁଆ ବୋଲି ଜଣା ପଡ଼ିଛି । ରାଜସ୍ବ କମିଶନରଙ୍କର ନିର୍ଦେଶ କ୍ରମେ ଘଟଣାସ୍ଥଳରେ ଉପସ୍ଥିତ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୱାନ ତୁରନ୍ତ ପଟଣାଗଡ଼ ଉପଜିଲ୍ଲାପାଳଙ୍କୁ ଏହି ଘଟଣା ଜଣାଇ ପଦକ୍ଷେପ ନେବାକୁ କହିଥିଲେ ।

 ଆଜି ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀ ସାହୁ ସପରିବାର ପ୍ରସିଦ୍ଧ ନୃସିଂହନାଥ ପୀଠରେ  ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢା ବୁଲି ମନ୍ଦିର ପରିସରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ | ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦରୱାନ , ଉପଖଣ୍ଡ ସୂଚନା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଏ ଅବସରରେ ଉପସ୍ଥିତ ରହି ରାଜସ୍ବ କମିଶନରଙ୍କୁ ସବୁ ବିଷୟରେ ଅବଗତ କରାଇଥିଲେ | 

 

0
0
0
s2sdefault