ହେଡଲାଇନସ୍:

ବର୍ଷେ କାର୍ଯ୍ୟକାଳର ହିସାବ ଦେଲେ ଢୋଲକିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

‘ୱାନ  ଇୟର ଆଜ୍ ଆନ ଏମଏଲଏ ନୂଆପଡ଼ା’ ପୁସ୍ତକ ଉନ୍ମୋଚିତ

ନୂଆପଡ଼ା(ଅମିତ ପୁରୋହିତ) : ସ୍ଥାନୀୟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପରିସରରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ଶ୍ରୀ ଢୋଲକିଆ ନିଜ କାର୍ଯ୍ୟକାଳର ଏକ ବର୍ଷର ହିସାବ ଜନ ସାଧାରଣଙ୍କୁ ଦେଇଥିଲେ । ଏହି ଅବସରରେ ‘ଉଆନ ଇୟର ଏଜ୍ ଏନ ଏମଏଲଏ ନୂଆପଡ଼ା’ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଗତ ଏକ ବର୍ଷ ଭିତରେ ନୂଆପଡା ବିଧାନ ସଭା ମଣ୍ଡଳୀର ୨୩୯ ଜଣ ଗୁରୁତର ରୋଗୀଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ରାୟପୁର ବଡ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ସହାୟକ ହୋଇଛନ୍ତି । ସେଥିରୁ ରାୟପୁର ରାମକ୍ରିଷ୍ଣା କେୟାର ହସ୍ପିଟାଲରେ ୨୦୪ ଜଣ ଓ ବାଲକୋ ମେଡିକାଲରେ ୩୯ ଜଣ ଚିକିସôିତ ହୋଇ ଆରୋଗ୍ୟ ହୋଇଛନ୍ତି । ପ୍ରାଣୀଧନ ବିଭାଗ ଜରିଆରେ ଷ୍ଟୋର ବିଲ୍ଡିଂ, ଡି ଲିଟର ବ୍ରୋଲର ସ୍କିମ, ଲେୟର ଫାର୍ମ, ଏନଏଆଇପି-ଇ, ଏନଏଡିସିପିରେ ୧୭.୦୯ ଲକ୍ଷ ଖର୍ଚ୍ଚ କରି ଲୋକଙ୍କୁ ସ୍ୱାବଲମ୍ବି କରିଛନ୍ତି । ଚାଉଳ ପ୍ରଦର୍ଶନ ପାଇଁ ୬ ଶହ ହେକ୍ଟର ଜମିରେ ୭୬୮ ଜଣ ଚାଷୀ, ଲାଇନ ଧାନ ଚାଷରେ ଶହେ ହେକ୍ଟର ଜମିରେ ୧୬୨୦ ଚାଷୀ, ମରୁଡି ସହଣୀ ଫସଳରେ ୫ ଶହ ହେକ୍ଟରରେ ୭୬୨ ଚାଷୀ, କ୍ରପିଂ ସିଷ୍ଟମ ବେସରେ ୩ ଶହ ହେକ୍ଟରରେ ୪୦୮ ଚାଷୀ, ବ୍ଲକଗ୍ରାମରେ ୨ ଶହ ହେକ୍ଟରରେ ୫୦୧ ଚାଷୀ, ଗ୍ରୀନଗ୍ରାମ ପ୍ରଦର୍ଶନରେ ୫ ଶହ ହେକ୍ଟରରେ ୧୧୬୫ ଚାଷୀ ଉପକୃତ ହୋଇଛନ୍ତି । କେନ୍ଦୁ ପତ୍ର ବିଭାଗରେ ୯୯,୦୨୮ ଜଣ ହିତାଧିକାରୀ ୬.୪୪ କୋଟି ଓ ବନ୍ୟପ୍ରାଣୀ ବିଭାଗରେ ୩୮୬୪ ହେକ୍ଟର ଜମିରେ ୫୯,୩୨,୮୫୫ ପ୍ଲାଣ୍ଟରେ ୧୦ କୋଟି ୬୦ ଲକ୍ଷ ଖର୍ଚ୍ଚ ହୋଇଛି । ନୂଆପଡା ଓ କୋମନା ବ୍ଲକର ବିଭିନ୍ନ ପଞ୍ଚାୟତର ଉନ୍ନତି ପାଇଁ ୬.୩୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସିଜିଏଫରେ ୧୬ଟି ପ୍ରକଳ୍ପରେ ୩୫.୫୦ ଲକ୍ଷ, ବିଜୁ କେବିକେରେ ୭୬ ପ୍ରକଳ୍ପରେ ୨.୯୫ କୋଟି, ଢବ୍ଲୁଓଡିସି ରେ ୧୦୭ ପ୍ରକଳ୍ପରେ ୨.୪୧ କୋଟି, ବିଧାୟକ ପାଣ୍ଠିରେ ୭୭ ପ୍ରକଳ୍ପରେ ୨.୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମଧୁବାବୁ ପେନସନ ଯୋଜନାରେ ୭୦୨୦ ଜଣ ବିକଲାଙ୍ଗ, ବୃଦ୍ଧବୃଦ୍ଧା, ବିଧବା ଉପକୃତ ହୋଇଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଜରିଆରେ କରୋନା ସମୟରେ ୮ଟି ମହିଳା ଏସଏଚଜି ୨୪୨ ଟିଏମସି ପରିଚାଳନା କରିଥିଲେ । ସେହିପରି ୧୨୭୧ ନୂତନ ଓ ୫୫୨ ପୁରୁଣା ମହିଳା ଏସଏଚଜିକୁ ବ୍ୟାଙ୍କ ସହ ଲିଙ୍କ କରି ୨୭.୮୮ କୋଟି ରଣ ପ୍ରଦାନ କରିଛୁ । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ବ୍ୟକ୍ତିଗତ, ସାମଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ସଂଗଠନକୁ ୩୫ କୋଟି ୧୧ ଲକ୍ଷ ଓ ୨୩ଟି ଗରିବ ପରିବାରକୁ ୭.୦୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛୁ । ୩୩ଟି ରକ୍ତଦାନ ଶିବିରରେ ୧୪୪୦ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲା ମୁଖ୍ୟ ରକ୍ତଭଣ୍ଡାରକୁ ହସ୍ତାନ୍ତର କରିଛୁ । ଗତ ୭ ବର୍ଷରେ ୬୬୨ ଜୋଡା ବର ଓ କନ୍ୟାକୁ ମାଗଣାରେ ବିବାହ କରିଛୁ । ୪୮,୭୭୦ ଜଣ ପେନସନଧାରୀଙ୍କୁ ୪.୮୭ କୋଟିର ଏକ୍ସଗ୍ରେସିଆ ଅର୍ଥ ପ୍ରଦାନ କରିଛୁ । ରାଜ୍ୟର ୧୫ ଜିଲ୍ଲାରେ ଚକ୍ଷୁ କେମ୍ପରେ ୧ ଲକ୍ଷ ଲୋକେ ଅଂଶ ଗ୍ରହଣ କରିଛନ୍ତି । ସେଥିରୁ ୭୦ ହଜାର ଲୋକଙ୍କୁ ଅସ୍ତେ୍ରାପଚାର କରି ଲେନ୍ସ ଲାଗିଛି, ୧୦ ହଜାର ଲୋକଙ୍କୁ ଗୋମ ଅପରେସନ ଓ ୨୦ ହଜାର ଲୋକଙ୍କୁ ପ୍ରାଥମିକ ଚିକିସôା କରି ଔଷଧ ପ୍ରଦାନ କରିଛୁ ବୋଲି ବିଧାୟକ ଶ୍ରୀ ଢୋଲକିଆ ସୂଚନା ଦେଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି, ଜିଲ୍ଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ଅବନୀ ରଂଜନ ଯୋଷୀ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଯୁବନେତା କାର୍ତ୍ତିକ ଦୀପ, ରମାକାନ୍ତ ଠାକୁର, ପ୍ରୀୟରଂଜନ ମେହେର, ସନ୍ତୋଷିନୀ ସଲମା ପ୍ରମୁଖ ଉପସ୍ଥିତ ଥିଲେ | ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।  

0
0
0
s2sdefault