ହେଡଲାଇନସ୍:

ଉତ୍କଳ କନିକା ଗ୍ୟାଲେରିଆରେ କାର୍ଯ୍ୟକ୍ରମ " ମୁଁ ବି ସଚେତନ ନାଗରିକ " 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କଳ୍ପନା ଛକସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ଏବଂ କମେସନେରଟ ଅଫ ପୋଲିସ ଟ୍ରାଫିକ ଏବଂ Rapido ସଚେତନତା କାର୍ଯ୍ୟକ୍ରମ   " ମୁଁ ବି ସଚେତନ ନାଗରିକ " ଅନୁଷ୍ଠିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଟ୍ରାଫିକ ପୋଲିସ କମିଶନରେଟ ଅତିରିକ୍ତ ଡିସିପି ଶ୍ରୀ କେ. କେ. ପାଣିଗ୍ରାହୀ, ଇନ୍ସପେକ୍ଟର ଇନ-ଚାର୍ଜ , ଟ୍ରାଫିକ-୧ ଶ୍ରୀ ସୁରେନ୍ଦ୍ର ବଲ୍, ଇନ୍ସପେକ୍ଟର ଇନ-ଚାର୍ଜ , ଟ୍ରାଫିକ-୨ , ଶ୍ରୀମତୀ ଅଞ୍ଜଳୀ ଛୋଟରାୟ, ଉତ୍କଳ ଗ୍ୟାଲେରିଆ ମଲ୍ ଡାଇରେକ୍ଟର ଶ୍ରୀମତୀ ପୂର୍ଣ୍ଣିମା ବୈଦ୍, ମାର୍କେଟିଂ ହେଡ ଦୁଲାଲ ସାହୁ, ମାର୍କେଟିଂ ମ୍ୟାନେଜର ସୁଦାମ ସାହୁ ଏବଂ ପି.ଆର.ଓ ଅକ୍ଷୟ କୁମାର ଦାସ ସମେତ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ପାଣିଗ୍ରାହୀ ସାଧାରଣ ଜନତା ଙ୍କୁ ଉଦବୋଧନ ଦେଇ ଗାଡ଼ି ଚଳାଇବା ସମୟରେ ତଥା ଘରୁ ବାହାରିବା ସମୟରୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ହେଲମେଟ ବ୍ୟବହାର କରିବା ନିହାତି ଆବଶ୍ୟକ ରହିଛି । ସେହିପରି ୨ ଚକିଆ ଯାନ ପାଇଁ ଅତ୍ୟାଧିକ ୨ ଜଣ ସବାରି ସାଙ୍ଗକୁ ୨ ଜଣଙ୍କ ହେଲମେଟ ପରିଧାନ ମଧ୍ୟ ବାଞ୍ଛନୀୟ । ୪ ଚକିଆ ଚାଳକ ଏବଂ ସବାରୀ ବ୍ୟକ୍ତି ମଧ୍ୟ  ସିଟ ବେଲ୍ଟ ପିନ୍ଧିବା ଅତିଜରୁରି ଅଟେ ।

କାର୍ଯକ୍ରମର ଅନ୍ୟତମ ଅତିଥି ଶ୍ରୀ ବଳ ସାଧାରଣରେ ସଚେତନ କରିବାକୁ ଯାଇ କହିଥିଲେ ଯେ ସରକାର ଙ୍କ ଦ୍ଵାରା ପ୍ରସ୍ତୁତ ସଡ଼କ ନିୟମାବଳୀ କୁ ସଠିକ ରୂପେ ପାଳନ କରିବାକୁ ଅନୁରୋଧ କରିଥିଲେ ଏବଂ ଏହାକୁ ଅମାନ୍ୟ କଲେ ଆମେ ଆପଣଙ୍କ ଉପରେ କଡା ନଜର ରଖିବାକୁ ବାଧ୍ୟ ହେବୁ । ସେହିପରି ଶ୍ରୀମତୀ ଛୋଟରାୟ ନିଜର ଭାଷଣରେ କରିଥଲେ ଯେ, ନାରୀ ଗାଡ଼ି ଚାଳକ ପୁରୁଷ ଚାଳକ ମାନଙ୍କ ଠାରୁ ବହୁ ମାତ୍ରା ରେ ସଚେତନ ଅଟନ୍ତି । ଉତ୍କଳ ଗ୍ୟାଲେରିଆ ମଲ୍ ର ଡାଇରେକ୍ଟର ଶ୍ରୀମତୀ ବୈଦ ଉକ୍ତ ସଚେତନତା କାର୍ଯକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ ଏବଂ ଏହିପରି ସଚେତନତା କାର୍ଯକ୍ରମ ସାଧାରଣ ଜନତାଙ୍କ ପାଇଁ ବହୁ ସରକାରୀ ହେବ । ମଲ ର ମାର୍କେଟିଂ ହେଡ୍ ଶ୍ରୀ ସାହୁ ସମ୍ମାନୀୟ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି ମଲର ଆଭ୍ୟନ୍ତରୀଣ  କକ୍ଷ ପରିଦର୍ଶନ କରେଇଥିଲେ ।

0
0
0
s2sdefault