ହେଡଲାଇନସ୍:

ସଚେତନ ହେମା ଦ୍ୱାରା ଅଭିନବ ଉପାୟରେ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର : ଓଡିଶାର ଅଗ୍ରଣୀ ଅନୁଷ୍ଠାନ ସଚେତନ ହେମା,ଢୋଳବନ୍ଧ ଦ୍ୱାରା ଅଭିନବ ଉପାୟ ଦଣ୍ଡନୃତ୍ୟ କଳା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । କାର୍ଯ୍ୟକ୍ରମଟିର ଶୁଭାରମ୍ଭ ଅବସରରେ ବୁଡେନ ଗ୍ରାମରେ ବ୍ଲକ ଅଧ୍ୟକ୍ଷ କୁମରମଣି ନାୟକ,ସଙ୍ଗୀତଜ୍ଞ ରମେଶ ଗୁର୍ଲା,କଳା ଓ ସଂସ୍କୃତି ସଂଘର ଉପସଭାପତି ଅଶ୍ୱିନୀ ପଟେଲ,ଗ୍ରାମର ପ୍ରଦିପ ସାହୁ,ଗଙ୍ଗାଧର ସାହୁ,ହର ଭୋଇ,ଅଙ୍ଗନବାଡି କର୍ମୀ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।ରାଜବୋଡାସମ୍ବର ବ୍ଲକର ଉପାନ୍ତ ଅଂଚଳ ବତୀପଥର ଗ୍ରାମରୁ ୨୦/୧/୨୧ ଓ ୨୧/୧/୨୧ ଦିନ ମାତୃତ୍ୱ ସ୍ୱାସ୍ଥ୍ୟ,ଶିଶୁ ସ୍ୱାସ୍ଥ୍ୟ,ଯକ୍ଷ୍ମା ରୋଗ ଆଦି ବିଷୟରେ ଉପରେ ପର୍ଯ୍ୟବେସିତ ଦଣ୍ଡନୃତ୍ୟ ମମତାକୁ ସଚେତନ ହେମା ଅନୁଷ୍ଠାନର କଳାକାରମାନେ ବତୀପଥର,ବୁଡେନ,ଅର୍ନ୍ତଲା,ଡଙ୍ଗାଛଂଚା,ସିଲେଟପାଲି,ଲମରଜୁନା ଆଦି ଗ୍ରାମରେ ପରିବେଷଣ କରିଥିଲେ । ନାଟ୍ୟକାର ରାଜକୁମାର ସାହ ପାଣ୍ଡୁଲିପି ରଚନା ଓ ନିର୍ଦ୍ଦେଶନାରେ କରଥିିବାବେଳେ ଅଭିନୟରେ ଥିଲେ କାରତିକ ମହାନନ୍ଦ,ହେମନ୍ତ ମହାକୁର,ମଦନ ସାହୁ,ଜନ୍ମ ବରିହା,ପଦ୍ମିନୀ ସାଂଡ  । ଅଲେଖ ବାଗ ,ଲାଲସାହେବ ସାହୁ ଓ କୁଳମଣି ପସାୟତ ବାଦ୍ୟ ଯନ୍ତ୍ର ପରିଚାଳନା କରିଥିଲେ  । ଏହିପରି ଏକ ଅଭିନବ ଶୈଳୀର କାର୍ଯ୍ୟକ୍ରମକୁ କଳାଜିବୀ ମହଳରେ ଉଚ୍ଚ ପ୍ରଶଂସା କରିଥିବା ବେଳେ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜମଳା ଅଧୀନରେ ଏହି ସଚେତନତା ଆୟୋଜିତ ହୋଇଥିଲା ବେଳେ ଆହୁରି ଅନେକ ଜାଗାରେ ଏହାକୁ ପରିବେଷଣର ଲକ୍ଷ୍ୟ ରଖାଯାଇଛି ବୋଲି କହନ୍ତି ଅନୁଷ୍ଠାନର   ନିର୍ଦ୍ଦେଶକ ରାଜକୁମାର ସାହୁ । 

 

 

 

         

 

 

0
0
0
s2sdefault