ଥୁଆମୂଳ ରାମପୁର ଓ କାଶୀପୁର ବ୍ଲକରେ “ଉନ୍ନତ” କାର୍ଯାଳୟର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ ): ଉତ୍କଳ  ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ଏବଂ ବିଆରଏଲଏଫ ( ଭାରତ ରୁରାଲ ଲାଇଭଲିହୁଡ୍ ଫାଉଣ୍ଡେସନ)ର ମିଳିତ ଜୀବିକା ଉପାର୍ଜନ ପ୍ରୟାସ “ଉନ୍ନତ” ପ୍ରକଳ୍ପ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଏବଂ ରାୟଗଡା ଜିଲାର କାଶୀପୁର ବ୍ଲକରେ ନିଜର ପ୍ରକଳ୍ପ କାର୍ଯ୍ୟାଳୟ ଖୋଲିବା ସହିତ ତାହାର ପ୍ରଥମ ମାଇଲଖୁଣ୍ଟ ସ୍ଥାପନ କରିଛି । ସ୍ୱେଚ୍ଛାସେବୀ  ସଂଗଠନ ‘ଜନସାହାଯ୍ୟ’ ଥୁଆମୂଳ ରାମପୁରରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ବେଳେ ସିୱାଇଏସଡିକୁ ରାୟଗଡା ଜିଲା କାଶୀପୁର ବ୍ଲକରେ ସିଏସଓ ସହଭାଗି ଭାବରେ ପ୍ରକଳ୍ପ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ପୃଥକ ପୃଥକ କାର୍ଯ୍ୟକ୍ରମରେ ଉଭୟ ପ୍ରକଳ୍ପ କାର୍ଯ୍ୟାଳୟକୁ ୟୁଏଆଇଏଲ, ବିଆରଏଲଏଫ, ବ୍ଲକ ପ୍ରଶାସନ, ସିଏସଓ ସହଭାଗି ଏବଂ ଗ୍ରାମବାସୀଙ୍କ ପ୍ରତିନିଧିମାନଙ୍କ ଦ୍ୱାରା ଉଦଘାଟନ କରାଯାଇଛି ।  ଥୁଆମୂଳ ରାମପୁରରେ “ଉନ୍ନତ” ପ୍ରକଳ୍ପ କାର୍ଯ୍ୟାଳୟକୁ ମାଇନ୍ସ ଅପରେସନ ହେଡ ଶ୍ରୀ ମୁକେଶ ଝା ଉଦଘାଟନ କରିଥିବାବେଳେ କାଶୀପୁର ବ୍ଲକରେ ପ୍ରକଳ୍ପ କାର୍ଯ୍ୟାଳୟକୁ ୟୁଏଆଇଏଲର ୟୁନିଟ ହେଡ ଶ୍ରୀ ମଜହରୁଲ୍ଲା ବେଗ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଥୁଆମୂଳ ରାମପୁର ବ୍ଲକର ବିଡିଓ ଶ୍ରୀ ନିଶାନ ମିଶ୍ର ଏବଂ ବିଆରଏଲଏଫର ସିଓଓ ଶ୍ରୀ କୁଲଦୀପ ସିଂ ଉପସ୍ଥିତ ଥିଲେ । 

ଏହି ଅବସରରେ ପ୍ରକାଶ କରି ୟୁଏଆଇଏଲର ୟୁନିଟ ହେଡ ଶ୍ରୀ ମଜହରୁଲ୍ଲା ବେଗ ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହିତ ଏହାକୁ ରାଜ୍ୟ ଓ ଜାତୀୟ ସ୍ତରରେ କୃଷି ରୂପାନ୍ତରଣର ଏକ ମଡେଲ କାର୍ଯ୍ୟକ୍ରମ ଭାବରେ ଗଢିତୋଳିବାକୁ ସମୁଦାୟ “ଉନ୍ନତ” ଟିମକୁ ଉତ୍ସାହିତ କରିଥିଲେ । ଶ୍ରୀ ମୁକେଶ ଝା ଖଣି ପରିପାର୍ଶ୍ଵିକ  ଅଂଚଳରେ ବାସକରୁଥିବା ଲୋକଙ୍କ ଜୀବନରେ ପରିବର୍ତନ ଆଣିବାର ମହତ ପ୍ରୟାସ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଥିଲେ । 

ଉକ୍ତ ପ୍ରକଳ୍ପରୁ ସୁଫଳ ମିଳିବା ନେଇ ଥୁଆମୂଳ ରାମପୁର ବ୍ଲକ ବିଡିଓ ଶ୍ରୀ ନିଶାନ ମିଶ୍ର ଆଶା ପୋଷଣ କରିବା ସହିତ ତାଙ୍କ ତରଫରୁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କାର୍ଯ୍ୟକ୍ରମ ଅବସରରେ ଶ୍ରୀ କୁଲଦୀପ ସିଂ ପ୍ରକଳ୍ପର ପ୍ରଶସ୍ତ କ୍ଷେତ୍ର ଏବଂ ହିତକାରୀ ଦିଗ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ସମୁଦାୟ କାର୍ଯ୍ୟକ୍ରମକୁ ୟୁଏଆଇଏଲର ସିଆର ଓ ସଷ୍ଟେନେବିଲିଟି ଜିଏମ ଡଃ ଲୋପାମୁଦ୍ରା ପ୍ରିୟଦର୍ଶିନୀ, ୟୁଏଆଇଏଲ, ସିୱାଇଏସଡି ଏବଂ ଜନସାହାଯ୍ୟ ଟିମ ସଦସ୍ୟଙ୍କ ସହିତ ସଂଚାଳନ କରିଥିଲେ ।  

0
0
0
s2sdefault