ହେଡଲାଇନସ୍:

ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଉଛେଦକୁ ବିଜେଡିର ବିରୋଧ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ କୁମାର ସାହୁ ) :  ରାୟଗଡ ସହରରେ ବିଭିନ୍ନ ସ୍ଥାନରେ ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଉଛେଦ କରାଯାଇଥିଲେ ମଧ୍ୟ ବର୍ତମାନ ସୁ୍ଦ୍ଧା ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜାଗା ପ୍ରଦାନ କରାଯାଇନାହିଁ । ବସ୍ତିବାସିନ୍ଦା ସ୍ଥାୟୀ ଜାଗା ପ୍ରଦାନ କରିବା ଦାବୀରେ ଆଜି ବିଜୁ ଜନତା ଦଳର ପକ୍ଷରୁ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ନେତୃତ୍ୱରେ ବିଜେଡି କର୍ମୀ ଓ ବସ୍ତିବାସିନ୍ଦା ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ରାଜ୍ୟ ସରକାର ବସ୍ତି ବାସିନ୍ଦା ମାନଙ୍କୁ ଥଇଥାନ କରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି ବୋଲି ରାଜ୍ୟସଭା ସାଂସଦ ଶ୍ରୀ ରାଓ ପ୍ରକାଶ କରିଥିଲେ । କିନ୍ତୁ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ରାୟଗଡା ସହରର ବସ୍ତିବାସିନ୍ଦା ମାନଙ୍କୁ ସ୍ଥାୟୀ ଜାଗା ପ୍ରଦାନରେ ବିଳମ୍ବ ଘଟୁଛି ବିଜୁ ଜନତା ଦଳ ପ୍ରକାଶ କରିଛି । ଆୟୋଜିତ ର୍ୟାଲିରେ ବିଜୁ ଛାତ୍ର ଜନତା ଦଳର ସଭାପତି ଦେବାଶିଷ ଖାଡେଙ୍ଗା, ଜଗଦିଶ ପାତ୍ର, ବିନାୟକ କର, ବିନାୟକ ପୋଲେଇ ପାତ୍ର, ସୁଜାତା ପାଳ, ଅନୁସୟା ମାଝି ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault