ରାୟଗଡା (ସରୋଜ କୁମାର ସାହୁ) : ରାୟଗଡା ପୌର ପରିଷଦ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନା ଏବଂ ସେବା ଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କିତ ଏକ ସମୀକ୍ଷା ବୈଠକ ପୌର ପରିଷଦର ସମ୍ମିଳନୀ କକ୍ଷରେ ଜିଲାପାଳ ସରୋଜ କୁମାର ମିଶ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ନିର୍ବାହୀ ଅଧିକାରୀଙ୍କ ସମେତ ପୌରପରିଷଦର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ରାୟଗଡ଼ ପୌରପରିଷଦ ଦ୍ଵାରା ପରିଚାଳନା କରାଯାଉଥିବା ବିଭିନ୍ନ ଯୋଜନା ଏବଂ ସେବା ଯଥା - ଉନ୍ନତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ), ଜାତୀୟ ସହରାଞ୍ଚଳ ଜୀବିକା ମିଶନ୍, ଜାଗା ମିସନ୍, ସହରାଞ୍ଚଳ ଆଲୋକୀକରଣ, ସାମାଜିକ ଭତ୍ତା ବଣ୍ଟନ, ପଲିଥିନ୍ ବନ୍ଦ ଇତ୍ୟାଦି ବିଷୟ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ଯୋଜନା ଏବଂ ସେବାଗୁଡିକର ବିଭିନ୍ନ ଦିଗ ଉପରେ ଆଲୋଚନା କରାଗଲାପରେ ସମ୍ମାନୀୟ ଜିଲ୍ଲାପାଳ କିଛି ଗୁରୁତ୍ଵପୂର୍ଣ ପ୍ରସ୍ତାବ ରଖିଥିଲେ । ସେହି ପ୍ରସ୍ତାବ ଗୁଡିକୁ ପୌର ପରିଷଦ ଦ୍ଵାରା ଧ୍ୟାନରେ ରଖାଗଲା ଏବଂ ଯଥା ଶୀଘ୍ର ସେଗୁଡିକୁ କାର୍ଯ୍ୟରତ କରାଯିବା ପାଇଁ ସ୍ଥିର କରାଗଲା ଯାହାର ପ୍ରତିଫଳନ ଆସନ୍ତା କିଛିଦିନ ମଧ୍ୟରେ ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ସ୍ଥାନ ମାନଙ୍କରେ ଦେଖିବାକୁ ମିଳିବ । ରାୟଗଡ ସହରକୁ ଆବର୍ଜନା ଏବଂ ପଲିଥିନ ମୁକ୍ତ ସହର ଭାବରେ ଗଢିତୋଳିବାପାଇଁ ଜିଲ୍ଲାପାଳ ବିଶେଷ ଗୁରୁତ୍ଵ ପ୍ରଦାନ କରିଥିଲେ । ପରିଶେଷରେ ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |
ରାଜ୍ୟ
ପୌର ପରିଷଦର ବିଭିନ୍ନ ସେବା ଗୁଡିକର ସମୀକ୍ଷା କଲେ ଜିଲ୍ଲାପାଳ
- Hits: 264