ହେଡଲାଇନସ୍:

ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ଆଜି ଶନିବାର ହେଉଛି ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ଜନ୍ମଜୟନ୍ତୀ । ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ସମ୍ବଲପୁର ଜେଲଛକ ଠାରେ ତାଙ୍କ ପ୍ରତିମୁତ୍ତିରେ ମାଲ୍ୟାର୍ପଣ କରାଯାଇ ଏହି ମହାନ ଜାତୀୟ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସମ୍ବଲପୁର ବାସିନ୍ଦା । ସମ୍ବଲପୁର ଜିଲ୍ଲା ପ୍ରସାସନ ପକ୍ଷରୁ ଜିଲ୍ଲାପାଳ ସୁଭମ ସକସେନାଙ୍କ ସମେତ ବିଧାୟକ ରୋହିତ ପୁଜାରି , ପୂର୍ବତନ ବିଧାୟିକା ଡ଼ ରାସେଶ୍ୱରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲା ଓକିଲ ସଂଘ ,ଓଡିଶା ସାଂସ୍କୃତିକ ସମାଜ ସହ ବିଭିନ୍ନ ରାଜନୈତିକ ଦଳର ନେତା ଓ ସଂଗଠନମାନେ ବୀର ସୁରେନ୍ଦ୍ର ସାଏ ଙ୍କୁ ମାଲ୍ୟାପଣ କରି ଶ୍ରଦ୍ଦାଞ୍ଚଲି ଦେଇଥିଲେ । ବୀର ସୁରେନ୍ଦ୍ର ସାଏଙ୍କ ଅବଦାନ ଭାରତୀୟ ସ୍ୱ।ଧିନତା ଆନ୍ଦୋଳନରେ ଅତୁଳନୀୟ  । ସୁରେନ୍ଦ୍ର ସାଏ ସ୍ୱ।ଧିନତା ଆନ୍ଦୋଳନ ରେ 37 ବର୍ଷ କାରାବରଣ କରିଥିଲେ । ସେ ପ୍ରଥମ ପଯ୍ୟାୟରେ ୧୮୪୦ -୧୮୫୭  ପର୍ଯ୍ୟନ୍ତ ୧୭ ବର୍ଷ ଧରି ହଜାରିବାଗ ଜେଲ କାରାବରଣ କରିଥିଲେ । ପରେ ୧୮୬୪- ୧୮୮୪ ପର୍ଯ୍ୟନ୍ତ  ଅସିରଗଡ ଜେଲରେ ୨୦ ବର୍ଷ ଧରି ବନ୍ଦୀ ରହିଥିବା ବେଳେ ତାଙ୍କର ମୄତ୍ୟୁ ହୋଇଥିଲା ।

0
0
0
s2sdefault