ବିଧାୟିକାଙ୍କୁ ଚଲାଇ ବୁଲି ଦେଖାଇଲେ କ୍ଷୟକ୍ଷତିର ପରିମାଣ ।
ବାରିପଦା/ଦିଲ୍ଲିପ ମହାନ୍ତି;ହାତୀ ଉପଦ୍ରବ ରେ ଅତିଷ୍ଠ ହଇ ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ । ଉତ୍ୟକ୍ତ ଲୋକେ ବିଧାୟିକାଙ୍କୁ ଚଳାଇ ଚଳାଇ ନେଇ କ୍ଷୟକ୍ଷତିର ସ୍ଥଳ ଦେଖାଇ ଥିଲେ । ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ତାଟୋ ନିକଟରେ ।ଗତ ଏକ ମାସ ହେଲାଣି ତାଟୋ,କୁଂଜିଆ ,ବିଉଁରିଆ,
ନାକୁଡ଼ାମତା ଆଦି ଗ୍ରାମ ମାନଙ୍କରେ ହାତୀ ଉପଦ୍ରବ ବ୍ୟାପକ ପନି ପରିବା ,ଘର ଦ୍ୱାର ସହିତ କଦଳୀ ବଗିଚା ନଷ୍ଟ କରିବା ସହିତ ୫ରୁ ଅଧିକଘର ଭାଙ୍ଗିସାରି ଲେଣି ହାତୀ ପଲ ।ଯାହାକୁ ନେଇ ଆଜି ଦିନ ୧୦.୩୦ ସମୟରୁ ଦୁଧିଆଣି ରେଞ୍ଜ ଅଫିସ ଘେରାଓ କରିବା ସହିତ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଞ୍ଚଳ ବାସୀ ।ତେବେ ଏତେ ସବୁ ଘଟଣା ହେଉଥିଲେ ବି ବନବିଭାଗ ହାତୀ ଘଉଡେଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣକରୁ ନଥିବାରୁ ଗ୍ରାମବାସୀ ଅତିଷ୍ଠ ହଇ ଆଜି ସକାଳ ୨୨୦ ନାମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।ସେହିପରି ଏହି ରେଞ୍ଜରେ କାର୍ଯ୍ୟ କରୁଥିବା କର୍ମଚାରୀ ଙ୍କୁ ଅବହେଳା ପାଇଁ ଏପରି ପ୍ରତେକ ଦିନ ହଉ ଥିବାରୁ ତୁରନ୍ତ ଏଠାରୁ ତାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି । ସେହିପରି କ୍ଷତିପୂରଣ ମଧ୍ୟ ଯଥା ଶୀଘ୍ରଯୋଗାଇବା ପାଇଁ ଦାବି କରି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।