ପରିବାର ଲୋକ କହିଲେ "ଘଟଣା ଓ କାରଣକୁ ନେଇ ଚାଲିଛି ଅପପ୍ରଚାର"
ମଣ୍ଡିରେ ନୁହେଁ "ଘରେ ହୋଇଛି ଦିବ୍ୟାଙ୍କ ମୃତ୍ୟୁ,ମଣ୍ଡିରେ ଧାନ ନଉଠିବା ଏକମାତ୍ର କାରଣ ନୁହେଁ"
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ଦିବ୍ୟ ସାହୁ ( ବୟସ ପାଖାପାଖି 55 ) ଗତ କୋଡିଏ ତାରିଖ ରାତି ପ୍ରାୟ ଏଗାର ଘଣ୍ଟା ସମୟରେ ନିଜ ବାସଭବନରେ ହୃଦଘାତ ରେ ମୃତ୍ୟୁ ହୋଇ ଯାଇଥିଲା । ହେଲେ ଗତ ଦୁଇଦିନ ହେଲା ଦିବ୍ୟ ଙ୍କର ମୃତ୍ୟୁକୁ ନେଇ ଯେଉଁ ଖବର ପ୍ରକାଶ ପାଉଛି ଆଉ ଯେଉଁଭଳି ରାଜନୀତି ସରଗରମ ହେଉଛି, ସେଭଳି ଅବାନ୍ତର ଓ ନିରର୍ଥକ ଅପପ୍ରଚାର କୁ ନେଇ ତାଙ୍କର ପରିବାର ଓ ବନ୍ଧୁବାନ୍ଧବ ଅତ୍ୟନ୍ତ ମର୍ମାହତ। ତାକୁ ନେଇ ମୃତକଙ୍କ ପରିବାର ସଦସ୍ୟ ମନ ଉଣା କରିବା ସହ ସେଭଳି ଅପପ୍ରଚାର ଠିକ ନୁହେଁ ବୋଲି କହିଛନ୍ତି ମୃତ ଦିବ୍ୟ ଶଙ୍କରଙ୍କ ଭାଇ |
କେବଳ ଓଡ଼ିଶାରେ ନୁହେଁ ସାରା ଦେଶରେ ବର୍ତମାନ ଚାଷୀ ବିଭିନ୍ନ ସମସ୍ୟାକୁ ନେଇ ରାଜରାସ୍ତାରେ । ରାଜ୍ୟରେ ବିଭିନ୍ନ ମଣ୍ଡିରେ ଲକ୍ଷ ଲକ୍ଷ ବସ୍ତା । ଟୋକନ ସମସ୍ୟା କାରଣରୁ ଠିକ ସମୟରେ ଅନ୍ନଦାତା ମାନଙ୍କର ଧାନ ଉଠି ପାରୁନାହିଁ । ଏହିଭଳି ଅନେକ ସମସ୍ୟା ଆଜିର ଦିନରେ ଚାଷୀ ସମ୍ମୁଖରେ ରହିଛି । ଦିବ୍ୟ ସାହୁ ଙ୍କର ଗତ ଡିସେମ୍ବର ମାସ 29 ତାରିଖ ଦିନ ଟୋକନ ନମ୍ବର 1015 ଆସିଥିଲା ଓ ଦିବ୍ୟ ଗତ 31ତାରିଖ ଦିନ ଏକଶହ ପଚାଶ ବସ୍ତା ଅର୍ଥାତ 66.80କେଜି ଧାନ ମଣ୍ଡିକୁ ଆଣିଥିଲେ । ଗତ କୋଡିଏ ତାରିଖରେ ତାଙ୍କର ମୃତ୍ୟୁର କିଛି ଘଣ୍ଟା ପରେ କ୍ରମାଗତ ଭାବରେ ଆରମ୍ଭ ହୋଇଯାଇଥିଲା ଅପପ୍ରଚାର । କିଏ କହୁଥିଲା ଦିବ୍ୟଙ୍କର ଧାନ ବିକ୍ରି ନ ହେବାରୁ ଚିନ୍ତାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା , ତ କିଏ ପୁଣି କହୁଥିଲା ମଣ୍ଡିରେ ତାଙ୍କର ଶହେ ତ କିଏ ଦେଢ ଶହ କ୍ୱିଣ୍ଟାଲ ଧାନ ପଡିଥିବା କଥା କହୁଥିବା ବେଳେ କିଏ ପୁଣି ଆଉ ପାଦେ ଆଗକୁ ଯାଇ ଦିବ୍ୟ ଙ୍କର ମୃତ୍ୟୁ ମଣ୍ଡିରେ ହୋଇଥିବା ଭଳି ତଥ୍ୟ ହୀନ ଗଳ୍ପ ପ୍ରକାଶ କରିଥିଲେ । ଦିବ୍ୟ ସାହୁ ଙ୍କର ପରିବାର, ତାଙ୍କର ସାନ ଭାଇ ଶ୍ରୀ ପଂଚୁରାମ ସାହୁ ଆମ ପ୍ରତିନିଧି ଗୌରାଙ୍ଗ ଚରଣ ଦାସ ଙ୍କୁ ଦେଇଥିବା ସୂଚନା ଅନୁସାରେ ମୃତକ ଙ୍କର ନିଶ୍ଚିତ ଭାବରେ ଅନେକ ସମସ୍ୟା ଥିଲା | ଯେମିତି କି ପିଲା ମାନେ ବଡ଼ ବଡ଼ ହୋଇଗଲେଣି , ବିଲରେ ଚାଷ କାମ ଚାଲିଥିବା ଘର ତିଆରି ହେଉଥିବା ,ଏବଂ ମଣ୍ଡିରେ ଧାନ ପଡିଥିବା ଇତ୍ୟାଦି ଅନେକ । ଏଠାରେ ଆମେ ସୂଚିତ କରିବୁ ଯେ ମୃତକ ଜାମସେଠ ସମବାୟ ସମିତିରୁ ଗତବର୍ଷ ନେଇଥିବା କୃଷି ଋଣ ମୃତ୍ୟୁ ର ମାତ୍ର ତିନିଦିନ ପୂର୍ବରୁ ଅର୍ଥାତ 17 ତାରିଖ ଦିନ 70ହଜାର 698 ଟଙ୍କା ସୁଝିଥିଲେ | ସମବାୟ ସମିତିରୁ 40 ହଜାର ଟଙ୍କାର ଦ୍ରବ୍ୟ ଋଣ ( ସାର) ନେଇଥିଲେ । ଶ୍ରୀ ପଂଚୁରାମ ଙ୍କର କହିବା ମୁତାବକ ତାଙ୍କର ବଡ଼ ଭାଇ ଜଣେ ଅତ୍ୟନ୍ତ ସ୍ୱାଭିମାନି ଓ ସରଳ ସ୍ୱଭାର ବ୍ୟକ୍ତି ଥିଲେ | ତାଙ୍କର ମୃତ୍ୟୁ ପରେ ତାଙ୍କର ମୃତ୍ୟୁର କାରଣକୁ ନେଇ ପରିବାର ଲୋକଙ୍କର ସହିତ ଆଲୋଚନା ନ କରି ବା ପ୍ରକୃତ ତଥ୍ୟ ନଥାଇ କୋଣସି ପ୍ରକାର ଅପପ୍ରଚାର ନ କରାଯାଉ । ବର୍ତ୍ତମାନ ପୁରା ସାହୁ ପରିବାର ଅତ୍ୟନ୍ତ ଭାବରେ ଦୁଃଖିତ ଅଛନ୍ତି । ଏହି ଭଳି ପରିସ୍ଥିତି ରେ ଗଣମାଧ୍ୟମ ରେ ପ୍ରକାଶିତ ହେଉଥିବା ଭିତ୍ତିହୀନ ଖବର ତାଙ୍କ ପରିବାରକୁ ବ୍ୟଥିତ କରିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ଦୁଇଦିନ ଭିତରେ ଶ୍ରୀ ଦିବ୍ୟ ସାହୁ ଙ୍କର ମୃତ୍ୟୁ କୁ ନେଇ ଅନେକ ତୁମ୍ଭିତୋଫାନ ହେଉଥିବା ବେଳେ ମୃତକ ଶ୍ରୀ ସାହୁ ଙ୍କର ଭାଇ ଶ୍ରୀ ପଂଚୁରାମ ସାହୁ କେବଳ ମଣ୍ଡି କିମ୍ବା ଧାନ ନ ଉଠିବା କାରଣରୁ ଦିବ୍ୟ ଙ୍କର ମୃତ୍ୟୁ ବାବଦକୁ ହେଉଥିବା ଚର୍ଚ୍ଚା କୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛନ୍ତି ।
ସ୍ବର୍ଗତ ଦିବ୍ୟ ସାହୁଙ୍କ ଭାଇ ପଂଚୁରାମ ସାହୁ ଯାହା କୁହନ୍ତି :