ପୁରୀ ଏବଂ ଯୋଗ ନଗରୀ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ହରିଦ୍ୱାରରେ ମହାକୁମ୍ଭ ମେଳା ସମୟରେ ପୁରୀ ଏବଂ ଯୋଗ ନଗରୀ ରିଷିକେଶ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି | 08477/08478 ପୁରୀ-ଯୋଗ ନଗରୀ ରିଷିକେଶ-ପୁରୀ ସ୍ପେଶାଲ ଟ୍ରେନ 27 ଜାନୁୟାରୀରୁ 30 ଏପ୍ରିଲ, 2021 ମଧ୍ୟରେ ପୁରୀରୁ ପ୍ରତିଦିନ ରାତ୍ର ୮ଘ.୪୫ମି.ରେ ଛାଡିବାକୁ ଥିବାବେଳେ ଏହା 30 ଜାନୁୟାରୀରୁ 3 ମଇ, 2021 ମଧ୍ୟରେ ରିଷିକେଶରୁ ଭୋର ୫ଘ.୩୫ମି.ରେ ଛାଡିବ |

ଏହି ଟ୍ରେନ୍ ପୁରୀ ଓ ଝାରସୁଗୁଡା ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ସୋରୋ, ବାଲେଶ୍ୱର, ହିଜଲି, ଚକୁଲିଆ, ଘଟଶୀଳା, ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ମନୋହରପୁର, ରାଉରକେଲା, ରାଜଗାଙ୍ଗପୁର ଷ୍ଟେସନ ଠାରେ ଏବଂ ରାଇଗଡ଼ ଓ ଋଷିକେଶ ମଧ୍ୟରେ ଉଭୟ ପାର୍ଶ୍ୱରୁ ଗୁରୁତ୍ୱପୂର୍ଣ ଷ୍ଟେସନ ଯଥା ବିଳାସପୁର, ଅନୁପପୁର, କାଟନି ମାରୱାରା, ଝାନ୍ସୀ, ଗ୍ୱାଲିଅର୍, ଆଗ୍ରା କାଣ୍ଟ, ମଥୁରା, ହଜରତ ନିଜାମୁଦ୍ଦିନ, ମିରଟ ସିଟି ଏବଂ ହରିଦ୍ୱାର ଷ୍ଟେସନ ମାନଙ୍କରେ ରହଣି କରିବ |

0
0
0
s2sdefault