ଅପାରଗ ଅଧିକାରୀଙ୍କ ପାଇଁ ଚାଷୀ ପାଣି ଟୋପାଏ ପାଇବାରୁ ବଞ୍ଚିତ !
ବରଗଡ :- ପଦ୍ମପୁର ଉପଖଣ୍ତ ଜମରତଲା ପଂଚାୟତ ଅର୍ନ୍ତଗତ କଣ୍ଠେଶ୍ବରପୁର ରେ ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବିନିମରେ ୩ ଗୋଟି ସବ–କେନାଲ ର ବ୍ୟବସ୍ତା ରଖି କ୍ଷୁଦ୍ର ଜଳ ସେଚନ ବିଭାଗ ପଦ୍ମପୁର ତରଫରୁ କଣ୍ଠେଶ୍ବର ପୁର ଗ୍ରାମରେ ଏକ ଡ୍ୟାମ ପ୍ରେଜେକ୍ଟ ତିଆରି କରିଥିବା ବେଳେ ବର୍ତ୍ତମାନ ଚାଷୀ ଚାଷ ପାଇଁ ପାଣି ଟୋପାଏ ରୁ ବଞ୍ଚିତ l ବର୍ଷକୁ ୨ଥର ଚାଷ କରିବା ପାଇଁ ଡ୍ୟାମ ଠାରୁ ସବ –କେନାଲ ଜରିଆରେ ପାଖାପାଖି ୪୦୦ ହେକ୍ଟର ଜମିକୁ ପାଣି ମିଳିବା ପାଇଁ କେନାଲ ତିଆରି ହୋଇଥିବା ବେଳେ କେନାଲ ର ଗେଟ ମରାମତି ଓ ରକ୍ଷଣା ବେଶକ୍ଷଣ ଅଭାବ ରୁ ପାଣି ଅହରହ ପ୍ରବାହିତ ହୋଇ ଏଣେ ତେଣେ ଖେଳିବାରେ ଲାଗିଛି। କେନାଲ ର ନିଷ୍କାସନ ଦ୍ବାର ଠାରୁ କେନାଲ ଉଚ୍ଚତାରେ ଥିବାରୁ ଚାଷୀ ବହିଯାଉଥିବା ପାଣିକୁ ମଧ୍ୟ କେନାଲ ଜରିଆରେ ନେବାକୁ ଅସମର୍ଥ। ଡ୍ୟାମ ତିଆରି ହେବା ଦିନଠାରୁ କଣ୍ଠେଶ୍ବର ପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନାମରେ ଅନେକ ଟଙ୍କା ନିୟମିତ ବିନିମୟ ହୋଇଆସୁଥିବା ଦେଖିବାକୁ ମିଳୁଛି । ହେଲେ ଆଜି ପର୍ଯ୍ୟନ୍ତ ଏହି କେନାଲ କାର୍ଯକାରୀ ହୋଇପାରୁନାହିଁ । ଏହି ଡ୍ୟାମ ଅଂଚଳ ର ଚାଷୀ ଙ୍କ ପାଇଁ ଜିବନ ଜୀବିକା ପରିବର୍ତ୍ତନ ର କାରଣ ହେବ ବୋଲି ଚାଷୀ ସ୍ବପ୍ନ ଦେଖି ସରକାର ଙ୍କ ଦ୍ବାରା ନିର୍ମାଣ ଏହି ପ୍ରୋଜେକ୍ଟ ପାଇଁ ବହୁତ ପରିଶ୍ରମ କରିଥିଲେ । ହେଲେ ବର୍ତ୍ତମାନ ଏହି ଡେମ ଚାଷୀଙ୍କ ସମସ୍ୟା ଦୁର କରିବା ବଦଳରେ ମୁଣ୍ତ ବ୍ୟଥା ର କାରଣ ପାଲଟିଛି। ବହୁ କଷ୍ଟରେ ଡେମ ର ସବ କେନାଲ ମାନଙ୍କ ଭିତରୁ ଗୋଟିଏ କେନାଲ କାମ କରୁଥିବା ବେଳେ ଅନ୍ୟ ସ୍ଥାନ ମାନଙ୍କରେ ଥିବା ଲିକେଜ୍ ଯୋଗୁଁ ତାହା ମଧ୍ୟ ବେକାର ହୋଇ ପଡିଛି । ୨୦୧୦ ମସିହାରେ ନିର୍ମିତ ହୋଇଥିବା ସରପଲସ ର ତଳ ପାଖ ଅଂଚଳ ନିମ୍ନମାନର କାମ ହୋଇଥିବାରୁ ବର୍ଷା ପାଣିରେ ଧୋଇହୋଇ ଭାଙ୍ଗି ସାରିଛି ଯାହା ଆଗାମୀ ଦିନର ବର୍ଷାରେ ସଂପୂର୍ଣ୍ଣ ଧୋଇ ହୋଇଯିବା ସୁନିଶ୍ଚିତ । ସରକାରୀ ବାବୁ ମାନଙ୍କ ଖାମଖେଆଲି ନିତି ଯୋଗୁଁ ପଦ୍ମପୁର ମରୁଡି ପ୍ରପିଡିତ ଅଂଚଳ ହୋଇ ପାଣି ସମସ୍ୟା ସଦା ସର୍ବଦା ଥିବାବେଳେ କ୍ଷୁଦ୍ର ଜଳ ସେଚନ ବିଭାଗ ପଦ୍ମପୁର ରେ ଚିରାଚରିତ ଭାବେ ବହୁ ଦୁନିର୍ତୀ ଦେଖିବାକୁ ମିଳୁଛି । କଣ୍ଠେଶ୍ବର ପୁର କ୍ଷୁଦ୍ର ଜଳ ପ୍ରକଳ୍ପ ରୁ ବାହାରିଥିବା କେନାଲ ରେ କିଭଳି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ବିନିମୟରେ ୫ରୁ ଅଧିକ ଚେକ ଡ୍ୟାମ୍ ନିର୍ମାଣ କରାଯାଇଛି ତାହା ବଡ଼ଧରଣର ଦୁନିର୍ତୀଗନ୍ଧ ସ୍ପଷ୍ଟ ବାରି ହେଉଛି l ଜମରତଲା, ବେହେରାଟାଲ, ଅର୍ନ୍ତଲା ଗ୍ରାମର ଚାଷୀ ଭାଇମାନେ ବାରମ୍ବାର ଏହି ବିଷୟକୁ ନେଇ ବରଗଡ଼ ଜିଲ୍ଲାପାଳ ମହାଶୟ, ଏମ.ଆଇ ଡିଭିଜନ୍ ଚିପ ଏଜ୍ୟୁଜୁଟିଭ ଅଫିସର ଙ୍କୁ ଲିଖିତ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ବିଭାଗୀୟ ନିରବତା ବ୍ୟତୀତ ଅନ୍ୟ କିଛି ଦେଖିବାକୁ ମିଳୁନାହିଁ। କୈାଣସି ପ୍ରକାର ସରକାରୀ ସହାୟତା ନ ମିଳିବା ପରେ ଚାଷୀ, ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କୁ ଯାଇ ଭେଟିଥିଲେ ଓ ସବୁ କଥା କହିଥିଲେ । ମନ୍ତ୍ରୀ ଶ୍ରୀ ସିଂ ଚାଷୀଙ୍କ ଅଭିଯୋଗ କୁ ଶୁଣିବା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିବାକୁ ଏମ୍.ଆଇ ଡିଭିକନ ପଦ୍ମପୁର ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏହି ନିର୍ଦ୍ଦେଶର ୨୫ ଦିନ ବିତିବା ଯାଇଥିଲେ ମଧ୍ୟ କୈାଣସି ପ୍ରକାର କାର୍ଯ୍ୟ ଆଜିଯାଏ ଦେଖିବାକୁ ମିଳି ପାରିନାହିଁ। ଏହି ସମ୍ବନ୍ଧରେ ଏମ୍.ଆଇ ଡିଭିଜନର ଏସ.ଡି.ଓ ଶ୍ରୀ ଗୋପାଳ ଚନ୍ଦ୍ର ଲେଙ୍କା ଙ୍କୁ ପଚରାଇବାରୁ ସେ ଆଜି ହିଁ ଏହି ପ୍ରକଳ୍ପକୁ ପରିଦର୍ଶନ କରିବେ ଏବଂ ଯଥାଶିଘ୍ର କାମ ଆରମ୍ଭ କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି l କଣ୍ଠେଶ୍ବର ପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ବ୍ୟୟ ଅଟକଳ ବାବଦକୁ ପଚରାଇବାରୁ ସେ ଏସ.ଡି.ଓ ପଦବିରେ କିଛିଟା ଦିନରୁ ଇନଚାର୍ଯ୍ୟ ଥିବା କହି କଥାକୁ ଏଡାଇ ସଠିକ ଉତ୍ତର ଦେଇ ପାରିନଥିଲେ l