ହେଡଲାଇନସ୍:

ହିନ୍ଦୋଳ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କୋଇଲା ବୋଝେଇ ଟ୍ରକ । 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ରେଢାଖୋଲ ସବ୍‌ଡିଭିଜନ ଚାରମାଳ ଥାନାର ହିନ୍ଦୋଳ ଠାରେ ଆଜି ଅପରାହ୍ନ ୩ ଟା ପାଖାପାଖିରେ ଏକ କୋଇଲା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିବା ପୋଲିସ୍ ସୂତ୍ରରୁ ପ୍ରକାଶ।

ପ୍ରକାଶ ଯେ, ସମ୍ବଲପୁର କଟକ ରାସ୍ତା ଜାତୀୟ ରାଜପଥ ୫୫ ର ଚାରମାଳ ଥାନା ହିନ୍ଦୋଳ ଠାରେ ଅନୁଗୋଳରୁ ସମ୍ବଲପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ (ସିଜି-୦୪ ଜେସି- ୮୫୭୧)ରାସ୍ତା ପାଶ୍ୱର୍ରେ ଓଲଟି ପଡିଥିଲା। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଥିବା ଜଣା ପଡିଛି। କେହି ବି କିଛି ହୋଇ ନଥିବା ଜଣାପଡିଛି। ଚାରମାଳ ପୋଲିସ୍ ଟ୍ରକକୁ ଜବତ କରି ଏକ ମାମଲା ରୁଜୁ କରିଛି।

0
0
0
s2sdefault