ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ଆଜି କୋରୋନା ଟୀକା ପଂହଂଚି ଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା କାଲି ଠାରୁ ଦେଶ ବ୍ୟାପି ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଇତି ମଧ୍ୟରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରତ୍ୟେକ କେନ୍ଦ୍ର ଗୁଡିକୁ ଟୀକା ପହଞ୍ଚାଇବାରେ ଲାଗିଛନ୍ତି । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ତହସିଲ ସାହୁ , ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଙ୍କର ଉପସ୍ଥିତରେ ଟୀକା ପହଁଚିବା ପରେ ଉପଖଣ୍ଡ ଡାକ୍ତରଖାନାରେ ଟୀକାକୁ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରଖା ଯାଇଛି ।
ରାଜ୍ୟ
ଉପଖଣ୍ଡକୁ ପହଁଚିଲା କୋରୋନା ଟୀକା
- Hits: 706