ପାଇକମାଳ ବ୍ଲକ କଳାକାର ମହାସଂଘର କଳାକାର ସମ୍ମିଳନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଳ _ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ କଳାକାର ମହାସଂଘ ର ଏକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ମହାସଂଘ ର ସଭାପତି ଶ୍ରୀ ପ୍ରେମସାଗର ଫୌଜଦାର ଙ୍କ ନେତୃତ୍ବରେ କୋଭିଡ କଟକଣା ସତ୍ତ୍ଵେ କମ୍ କଳାକାର ମାନଙ୍କୁ ନେଇ ମାକ୍ସ, ସେନିଟାଏଜର ଓ ସାମାଜିକ ଦୂରତା ରକ୍ଷା କରି ଏକ ଶୋଭାଯାତ୍ରା ରେ ପାଲା, ଦାସ୍ କାଠିଆ, କରମା, ସଂଚାର, କୀର୍ତ୍ତନ, ଦୁଲ୍ ଦୁଲି ଓ ଗଣ୍ଡା ବଜା ପାଇକମାଳ ଖେଳ ପଡିଆ ଠାରୁ ଆରମ୍ଭ କରି ନୃସିଂହନାଥ ମାର୍ଜାରୀ କେଶରୀ କଳାମଣ୍ଡପ ପର୍ଯ୍ୟନ୍ତ ବ୍ଳକ ର ୨୨ ଟି ପଞ୍ଚାୟତ ର ସମସ୍ତ କଳା ସଂଘ ର କଳାକାର ନିଜ ନିଜ ପୋଷାକ ପରିଧାନ କରି ନିଜ ବାଦ୍ୟଯନ୍ତ୍ର ସହିତ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l କଳାମଣ୍ଡପ ରେ ପହଞ୍ଚିଲା ପରେ ବରିଷ୍ଠ କଳାକାର ଶ୍ରୀଯୁକ୍ତ ତ୍ରିଲୋଚନ ମେହେରଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ସଭାରେ ଅତିଥି ଭାବେ ଶ୍ରୀଯୁକ୍ତ ସୁବୋଧ ପଣ୍ଡା ଓ ସାମ୍ବାଦିକ ବଡ ଶତପଥୀ ଉପସ୍ଥିତ ଥିଲେ l ବି. କେ. ଏସ୍. ଏସ୍. ର ଉପସଭାପତି ଶ୍ରୀ ଲଲିତ ଜଗତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସିଥିବା ୧୨ ଗୋଟି ସଚେତନତା କାର୍ଯ୍ୟକ୍ରମ ଗୁଡିକୁ ଉପସ୍ଥାପନ କରିଥିଲେ l ଅନେକ ଆଲୋଚନା ପରେ ନିଜ ପଞ୍ଚାୟତ ସ୍ଥାନୀୟ ଦଳ ସଚେତନତା କାର୍ଯ୍ୟକ୍ରମ କରି ପାରିବେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇ ଦଳ ଚୟନ କରି ଅଳ୍ପ ସମୟ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଗୋଟିଏ ପରେ ଗୋଟିଏ ଦଳ ନିଜର କଳା ପ୍ରଦର୍ଶନ କରିଥିଲେ l ମହାସଂଘ ତରଫରୁ ସମସ୍ତ କଳାକାର ଙ୍କୁ ମାନପତ୍ର ଓ ବି. କେ. ଏସ୍. ଏସ୍. ତରଫରୁ ନିଜ ପଞ୍ଚାୟତ ରେ ସ୍ୱାସ୍ଥ୍ୟ ଉପରେ କଳା ପରିବେଷଣ କରିବା ପାଇଁ ଚୟନ ଦଳ ଗୁଡିକୁ ଆଦେଶ ପତ୍ର ଦିଆ ଯାଇଥିଲା lକାର୍ଯ୍ୟକ୍ରମ କୁ ଲଲିତ ଜଗତ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ମାତ୍ରାରେ ସହୋଯାଗ କରିଥିଲେ ମହାସଂଘ ର ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜୟ ପ୍ରଧାନ, ବିଶ୍ଵନାଥ ସେଠ୍, ଦୁର୍ଯ୍ଯୋଧନ ତ୍ରିପାଠୀ, ଦେବେନ୍ଦ୍ର ସାହୁ, ଟାଇଲ୍ ଚନ୍ଦ୍ର ଭୋଇ, ଦୁଃଶାସନ କୁମ୍ଭାର, ମୋହିତ ବାଗ l ଦୀର୍ଘ ୧୦ ମାସ ପରେ କଳାକାର ମାନଙ୍କର ମୁହଁରେ ହସ ଫୁଟି ଥିବାରୁ ସରକାର ଓ ପ୍ରାଶାସନିକ ଅଧିକାରୀ ମାନଙ୍କୁ କଳାକାର ମହାସଂଘର ସମସ୍ତ କଳାକାର  ଧନ୍ୟବାଦ୍ ଜଣାଇଛନ୍ତି l କଳାକାର ମହାସଂଘର ଏଭଳି କାର୍ଯ୍ୟକ୍ରମ ଦେଖି ବୁଦ୍ଧିଜୀବୀ, କଳାପ୍ରେମୀ ପ୍ରସଂଶା କରିଛନ୍ତି l ଶେଷରେ ମହାସଂଘ ର କୋଷାଧକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault