ସଚିବାଳୟ ଗମ୍ଭୀରାରୁ ବାହାରିଲେ ଆଇପିଏସ ଅଫିସର ବିଜୟ ଶର୍ମା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ପ୍ରିଣ୍ଟିଂ ଷ୍ଟେସିନାରୀ ଆଣ୍ଡ ପବ୍ଲିକେଶନର ନିର୍ଦ୍ଦେଶକ  ଭାବେ ନିଯୁକ୍ତ 

  • ହିମାଂଶୁ ଲାଲଙ୍କୁ ପଦୋନ୍ନତି ପରେ ଜେଲ ଦାୟିତ୍ୱ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ବହୁଦିନ ପରେ ସଚିବାଳୟର ଗମ୍ଭୀରା ଭିତରୁ ବାହାରକୁ ବାହାରିଲେ ବରିଷ୍ଠ  ଆଇପିଏସ ଅଫିସର ବିଜୟ କୁମାର ଶର୍ମା  । ୧୯୮୬ ବ୍ୟାଚ ଆଇପିଏସ ଅଫିସର ଶ୍ରୀ ଶର୍ମା ପୋଲିସ ମହାନିର୍ଦ୍ଦେଶକ ପଦରୁ ବିବାଦୀୟ ତଥା ଅଚାନକ ଭାବେ ଅନ୍ତର ହେବା ପରେ ଘରୋଇ ବିଭାଗର ଅଫିସର ଅନ୍ ସ୍ପେସିଆଲ ଡ୍ୟୁଟି  ଭାବେ ଅବସ୍ଥାପିତ ଥିଲେ  । ଶେଷରେ ତାଙ୍କୁ ମିଳିଛି ଛପାଖାନା ଦାୟିତ୍ୱ  । ଅର୍ଥାତ ତାଙ୍କୁ ରାଜ୍ୟ ସରକାର ପ୍ରିଣ୍ଟିଂ ଷ୍ଟେସିନାରୀ ଆଣ୍ଡ ପବ୍ଲିକେଶନର ନିର୍ଦ୍ଦେଶକ  ଭାବେ ନିଯୁକ୍ତି ଦେଇଛନ୍ତି  । ସେହିପରି ୨୦୦୩ ବ୍ୟାଚ୍ ଆଇପିଏସ ହିମାଂଶୁ ଲାଲଙ୍କୁ ମିଳିଛି ଜେଲ ଦାୟିତ୍ୱ  । ସେ ଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ତାଙ୍କୁ  ଆଇଜି ପ୍ରିଜନ୍ସ ଆଣ୍ଡ କରେକ୍ସନ ସର୍ଭିସେସ ଭାବେ ନିଯୁ୍କ୍ତି ଦିଆଯାଇଛି  । 

0
0
0
s2sdefault