ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ସ୍କୁଲ ଖୋଲିଛି । ଚଳିତ ବର୍ଷ ମେ’ ମାସରେ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ବେଲେ ଛାତ୍ରଛାତ୍ରୀମାନେ ଆଜିଠାରୁ ସ୍କୁଲର ଶ୍ରେଣୀକକ୍ଷରେ ପାଦ ଥାପିଛନ୍ତି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଚଳିତ ମାସ ୧୦ ତାରିଖରେ ପରୀକ୍ଷା ନିମନ୍ତେ ଫର୍ମ ପୂରଣ କରାଯିବ। ଏହାପୂର୍ବରୁ ଶ୍ରେଣୀକକ୍ଷରେ କୋଭିଡ଼ ନିୟମ ଅନୁଯାୟୀ ଅଳ୍ପ ସଂଖ୍ୟକ ପିଲାଙ୍କୁ ନେଇ କିପରି ପାଠ ପଢାଯିବ ଓ ୧୦୦ ଦିନରେ ଯେପରି ପାଠପଢା ସମ୍ପୁର୍ଣ୍ଣ କରାଯିବ ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ।
ସମ୍ବଲପୁର ଜିଲ୍ଲା ର ସମସ୍ତ ସ୍କୁଲରେ ପ୍ରତି ବିଭାଗରେ ୨୦ରୁ ୨୫ ପିଲା ବସିବା ପାଇଁ ବ୍ୟବସ୍ଥା କରାଯିବା ସହ ବିଦ୍ୟାଳୟରେ ସାନିଟାଇଜର, ହାତଧୁଆ ସାବୁନ ରଖିବା କୁ ବାଧ୍ୟତାମୂଳକ କରାଯାଇଛି । ସମ୍ବଲପୁର ଜିଲ୍ଲା ରେ ୨୧୧ ହାଇସ୍କୁଲ ଖୋଲିଥିବା ବେଳେ ୫୨ ଟି ହାୟର ସେକେଣ୍ଡରି ସ୍କୁଲ ଖୋଲିଛି । ସେହିପରି ଜିଲ୍ଲା ରେ ସ୍କୁଲ ଗୁଡିକ ଖୋଲିବା ପାଇଁ କୋଭିଡ ନିୟମ ତଦାରଖ କରିବା ପାଇଁ ସ୍ୱତନ୍ତ୍ର ତ୍ରିସ୍ତରୀୟ ସ୍କୁଡା ଗଠନ କରାଯାଇଛି ।