ସମ୍ବଲପୁର(ରମାକାନ୍ତ ବିଶ୍ବାଳ): ଦୀର୍ଘ ୪୦ ଘଣ୍ଟା ରୁ ଉର୍ଦ୍ଧ୍ଵ ସମୟ ପରେ ଫିଟିଲା ସମାଧାନର ବାଟ। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଲିଖିତ ପ୍ରତିଶୃତି ପରେ ଜାତୀୟ ରାଜପଥ ଅବରୋଧର ଆନ୍ଦୋଳନରୁ ଓହରିଲେ ଆନ୍ଦୋଳନକାରୀ । ଆସନ୍ତା ୪ ଦିନ ମଧ୍ୟରେ ପ୍ରତିଶୃତି ଫଳପ୍ରଦ ନହେଲେ କୁଚିଣ୍ଡା ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କରାଯିବ ଆମରଣ ଅନଶନ ବୋଲି ଚେତାବନୀ ଦେଲେ ଆନ୍ଦୋଳନକାରୀ । ସୂଚନାଯୋଗ୍ୟ ଯେ ଚାଷୀଙ୍କ ବିଭିନ୍ନ ସମସ୍ୟା ର ସ୍ଥାୟୀ ଓ ଶୀଘ୍ର ସମାଧାନ ଦାବୀ ରେ ଗତକାଲି ଠାରୁ ସମ୍ବଲପୁର ବିଜେପି ପକ୍ଷରୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଷଣ୍ଢପଥର ଠାରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।