ହେଡଲାଇନସ୍:

କୁଦୋପାଲିରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଛବିଳ ସାଏ ଙ୍କ କର୍ମ ଭୂମି ରକ୍ତ ତୀର୍ଥ କୁଦୋପାଲିରେ ଆଜି ମଂଚ ର ମହିଳା ସଂଯୋଜିକା କାନ୍ତି ମେହେରଙ୍କ ନେତୃତରେ ଗରିବ ବୟୋଜ୍ୟଷ୍ଠ ବ୍ୟକ୍ତିମାନଂକୁ  କମ୍ବଳ ବଣ୍ଟନ କରାଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଂଚ ର ବରିଷ୍ଠ ସଦସ୍ୟ ସୁଦାମ ମେହେର କାର୍ଯ୍ୟକ୍ରମ ପାଇଁ  କମ୍ବଳ ପ୍ରଦାନ କରିଥିଲେ  l ଗାଁ ରେ ଅନେକ ଲୋକଙ୍କୁ ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା  ମିଲୁନଥିବାରୁ ଅଭିଯୋଗ  କରିଥିଲେ । ଏହି ବିଷୟରେ ମହାନଗର ନିଗମ ଅଧିକାରୀ ଙ୍କୁ ଅବଗତ  କରାଇବା ପାଇଁ  ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ପଶ୍ଚିମାଞ୍ଚଳ ଏକତା ମଂଚ ର କାର୍ଯକ୍ରମ ସଂଯୋଜିକା  ଗୀତାରାଣୀ ପଣ୍ଡା ,ପଙ୍କଜିନୀ ମେହେର , ଦେବାଶିଷ ବେହେରା, ଭବାନୀ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ରେ ସହାୟତା  କରିଥିଲେ l

0
0
0
s2sdefault