ହେଡଲାଇନସ୍:

ଟୀକାକରଣ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓଡ଼ିଶାର ପକ୍ଷ ରଖିଲେ। 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଆଗାମୀ ଜାନୁଆରୀ ୧୩ ତାରିଖରେ ଦେଶବାସୀଙ୍କୁ କୋରୋନାର ପ୍ରତିଷେଧକ ଟୀକାର ପ୍ରଥମ ଡୋଜ ଦିଆଯିବାର ସମ୍ଭାବନା ରହିଛି। କେନ୍ଦ୍ର ସ୍ତରରେ ଏ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟ ସ୍ତରରେ ସରକାରମାନେ କ୍ରିୟାଶୀଳ ହୋଇ ପଡ଼ିଛନ୍ତି। ଆଜି କୋରୋନାର ପ୍ରତିଷେଧକ ଟୀକା ଦିଆଯିବା ନେଇ ଏବଂ ଏ ସମ୍ପର୍କରେ କେନ୍ଦ୍ରର ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ଦେବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। 

ଉକ୍ତ ଆଲୋଚନାରେ ସମସ୍ତ ଅଞ୍ଚଳକୁ ଟୀକା ପହଞ୍ଚାଇବା ପାଇଁ ବ୍ୟବସ୍ଥା ବିଷୟରେ,ଏହାର ଷ୍ଟୋରେଜ ଓ ବିତରଣ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ସରକାରଙ୍କ ପକ୍ଷରୁ ଜାନୁଆରି ୧୩ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ଦେଶବାସୀଙ୍କୁ ମିଳିବା ନେଇ ସଙ୍କେତ ମିଳିଛି। ପ୍ରାରମ୍ଭିକ ଭାବେ ୩ କୋଟି କରୋନା ଯୋଦ୍ଧାଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। 

ଉକ୍ତ ବୈଠକରେ ଓଡ଼ିଶା ପକ୍ଷରୁ ରାଜ୍ୟ  ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯୋଗ ଦେଇଥିଲେ । ଆସନ୍ତାକାଲି ସାରା ଦେଶରେ ପୁଣି ଥରେ ହେବାକୁ ଥିବା ଟିକାର ଡ୍ରାଏ ରନ୍ ଉପରେ ମଧ୍ୟ ବୈଠକରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ କିଭଳି ସଠିକ୍ ଉପାୟରେ ଟିକା ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ କରୋନା ପାଇଁ ଭାରତରେ ଦୁଇଟି ଟିକାକୁ ଅନୁମୋଦନ ମିଳିଛି । ପ୍ରଥମେ DCGI ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଏବଂ ପରେ ପରେ ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ମିଳିଥିଲା। ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ପ୍ୟାନେଲ କୋଭାକ୍ସିନର କେବଳ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।

0
0
0
s2sdefault