ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) : ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଜେପି ପକ୍ଷରୁ ସ୍ଥାନୀୟ ଶୁଣ୍ଢିମୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଗୁରୁବାର ମଣ୍ଡଳ ସ୍ତରୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ନୂତନ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ସଂଗଠନକୁ କିପରି ତୃଣମୂଳ ସ୍ତରରୁ ସୁଦୃଢ କରାହେବ ସେହି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏଥିରେ ରେଢାଖୋଲ ବ୍ଲକ ଅଞ୍ଚଳର ସନ୍ଥକବି ଭୀମଭୋଇ ମଣ୍ଡଳ , ଚାରମାଳ ମଣ୍ଡଳ , ରେଢ଼ାଖୋଲ ନଗର ମଣ୍ଡଳର କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ହୋଇ ଥିଲେ ।ଏହି ଶିବିରକୁ
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର , ବିଜେପି ଜିଲ୍ଲା ସଭାପତି ଗିରିଶ ଚନ୍ଦ୍ର ପଟେଲ୍ , ରାଜ୍ୟ ସଂପାଦକ ସିମାଞ୍ଚଳ ଖଟେଇ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର , ଜିଲ୍ଲା ସଂପାଦକ ଅନିଲ ବେହେରା, ପୂର୍ବତନ ନଗର ଅଧ୍ୟକ୍ଷା ସୁଷମା ମୁଣ୍ଡା , ଡାକ୍ତର ରାଜକିଶୋର ବଡ଼ପଣ୍ଡା, ସମ୍ବଲପୁର ସାଂସଦଙ୍କ ରେଢାଖୋଲ ବ୍ଳକ ପ୍ରତିନିଧି ଶିବରାମ ସାହୁ , ରେଢ଼ାଖୋଲ ନଗର ସଭାପତି ରାମାନୁଜ ମହାପାତ୍ର , ଉପସଭାପତି ଝିଲି ବହିଦାର , ସାଧାରଣ ସଂପାଦକ ନରେନ୍ଦ୍ର ମଲ୍ଲିକ, ରାଜେନ୍ଦ୍ର ପ୍ରସାଦ ବୈଠାରୁ , ଯୁବ ମୋର୍ଚ୍ଚା ସଭାପତି ଅମର ସିଂ , ସୋରଜ ପ୍ରଧାନ , ଚେରେଙ୍ଗା ଦେହୁରୀ , ମହିଳା ମୋର୍ଚ୍ଚା ସଭାପତି ମଞ୍ଜୁସା ପ୍ରଧାନ , ସଂପାଦକ ଦିଲ୍ଲୀପ ଲାଉରିଆ , ସୋମ୍ୟରଞ୍ଜନ ଶାସିନୀ , ବିଚିତ୍ରାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ଥିଲେ।