ହେଡଲାଇନସ୍:

ତରୁଣ ସାହିତ୍ୟାନୁରାଗୀମାନଙ୍କୁ ନେଇ ଗଠିତ  ହେଲା ଭଞ୍ଜଭୂମି ସାହିତ୍ୟ ସଂସଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-06-18-Bhanjabhumi-sahity.jpg - 51.48 kB

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ତରୁଣ ସାହିତ୍ୟାନୁରାଗୀମାନଙ୍କୁ ନେଇ ଗଠିତ ହୋଇଥିଲା ଭଞ୍ଜଭୂମି ସାହିତ୍ୟ ସଂସଦ । ଉକ୍ତ କାର୍ଯ୍ୟକ୍ରମରେ ସଂସଦର ନୂତନ କର୍ମକର୍ତ୍ତାମାନଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଲେଖିକା ରଞ୍ଜିତା ପାତ୍ରଙ୍କୁ ସଂସଦର ସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ସ୍ନେହାଶିଷ  ମହାନ୍ତି ଓ ହରିପ୍ରିୟା ଆଚାର୍ଯ୍ୟଙ୍କୁ ଉପସଭାପତି, ଶିକ୍ଷକ ଦୀପକ ରାମଙ୍କୁ ସମ୍ପାଦକ, ଅମୀୟ ରଞ୍ଜନ ପଣ୍ଡା ଓ ଧନେଶ୍ୱର ଟୁଡ଼ୁ ଯୁଗ୍ମସମ୍ପାଦକ, କୋଷାଧ୍ୟକ୍ଷ ଭାବେ ଜଗନ୍ନାଥ ତରେଇ, କାର୍ଯ୍ୟକାରୀ ସମିତିକୁ ଚତୁର୍ଭୂଜ ନାୟକ, ନୀଳମାଧବ ଦଳେଇ, ଧ୍ରୁବେନ୍ଦ୍ର ନାଏକ, ଜ୍ୟୋତ୍ସ୍ନାରାଣୀଦାସ, ନିଦ୍ରାଦେବୀ ପଲାଇ, ସୁକାନ୍ତୀ ପଣ୍ଡା, ଇପସିତା ପଲେଇ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ମହାପ୍ରଭୂ ଶ୍ରୀଶ୍ରୀହରିବଳଦେବ ଜୀଉଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ବିଭିନ୍ନ ସାହିତ୍ୟିକ ମାନଙ୍କର ସୃଷ୍ଟି ସମୂହକୁ ନେଇ ‘ଶତାବ୍ଦୀର ସ୍ୱରଲିପି’ ସ୍ମରଣିକା ପ୍ରକାଶିତ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାରସ୍ୱତ ସାଧକ ବିଶିକେଶନ ଦେହୁରୀ, ଲେଖକ ଡ଼ଃ ବିଚିତ୍ର ନାଥ ସାହୁ, କବି ଅମିତାଭ ମିଶ୍ର ପ୍ରମୁଖଙ୍କୁ ସଂସଦର ଉପଦେଷ୍ଟା ଭାବେ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ଏହି ଅବସରରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବିମାନେ ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।

 

0
0
0
s2sdefault