ହେଡଲାଇନସ୍:

ମର୍ମନ୍ତୁଦ ଦୁର୍ଘଟଣାରେ ମୃତକଙ୍କର ଘରେ ପ୍ରଶାସନିକ ଅଧିକାରୀ, ସମବେଦନା ଜଣାଇଲେ ଉପଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୃତକଙ୍କର ପରିବାରକୁ ସରକାରଙ୍କର ନିୟମ ମୁତାବକ ସମସ୍ତ ସାହାଯ୍ୟ ସହଯୋଗ କରାଯିବ 

ବରଗଡ :- ଗତ ଦୁଇଦିନ ତଳେ ପାଇକମାଲ ବ୍ଲକ ଜାମସେଠ ଗ୍ରାମରେ ଘଟିଥିବା ଏକ ମର୍ମନ୍ତୁଦ ଦୁର୍ଘଟଣା ରେ ବିଲରେ ଟ୍ରାକ୍ଟର ଦ୍ୱାରା ଚାଷ କରୁଥିବା ଜଣେ ଡ୍ରାଇଭର ମଧୁସୂଦନ ବନଛୋର ଟ୍ରାକ୍ଟର ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା  ଖବର ପ୍ରସାରିତ ହେବା ପରେ ଆଜି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ, ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର, ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ମେହେର ମୃତକ ଙ୍କର ସ୍ତ୍ରୀ ଓ ପରିବାର ଲୋକଙ୍କୁ ଭେଟିଥିଲେ । ମୃତକଙ୍କର ସ୍ତ୍ରୀ ଉପଜିଲ୍ଲାପାଳଙ୍କୁ ନିଜର ଦୁଃଖ ବଖଣିବା ସହିତ ଗୋଟେ ଘର ଓ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ନିବେଦନ କରିଥିଲେ । ମୃତକଙ୍କର ପରିବାରକୁ ସରକାରଙ୍କର ବିଭିନ୍ନ ଯୋଜନାରେ ଯଥା ସମ୍ଭବ ସାହାଯ୍ୟ କରାଯିବ ବୋଲି ଉପଜିଲ୍ଲାପାଳ କହିବା ସହିତ ପାଇକମାଲ ବିଡ଼ିଓଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ ।

ଆମେ ପ୍ରଶାସନକୁ ଗୁହାରି କରି ଲେଖିଥିଲୁ ଏଇ ଦୁଃଖ କାହାଣୀ, ପ୍ରଶାସନକୁ ଧନ୍ୟବାଦ ତତ୍ପରତା ଦେଖାଯାଇଥିବା ଯୋଗୁ .......

http://shasakprashasak.com/index.php/state/18382-2021-01-05-13-20-13 

0
0
0
s2sdefault