ହେଡଲାଇନସ୍:

ମର୍ମନ୍ତୁଦ ଦୁର୍ଘଟଣା ରେ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତ୍ୟୁ ପରେ ବେସାହାରା ଚାରି ଛୁଆ ଓ ସ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ଗ୍ରାମରେ ଗତକାଲି ରାତି ପ୍ରାୟ ଆଠଟା ସମୟରେ ଘଟି ଯାଇଥିଲା ଏକ ମର୍ମନ୍ତୁଦ ଦୁର୍ଘଟଣା । ଜାମସେଠ ଗ୍ରାମର ମଧୁସୂଦନ ବନଛୋର ଜଣେ ଅତି ଗରିବ ଶ୍ରେଣୀର ଲୋକ । ପର ପାଖରେ ମୂଲ  ଲାଗି ନିଜର ପରିବାର ପୋଷଣ କରୁଥିଲେ ମଧୁ । ଗତ ରାତିରେ ସେହି ଗ୍ରାମର ଜଣେ ଲୋକର ଜମିରେ ଟ୍ରାକ୍ଟର ସାହାଯ୍ୟରେ ଚାଷ କାମ କରୁଥିବା ସମୟରେ ଟ୍ରାକ୍ଟର ଟି ଓଲଟି ପଡିବାରୁ ଟ୍ରାକ୍ଟର ତଳେ ଚାପି ହୋଇ ମଧୁଙ୍କ  ଜୀବନ ଚାଲି ଯାଇଥିଲେ । ଆଜି ସକାଳେ ପାଇକମାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମେସିନ ସାହାଯ୍ୟ ରେ ଟ୍ରାକ୍ଟର ବାହାର କଲା ପରେ ମଧୁଙ୍କ ଶବ ଉଦ୍ଧାର କରାଯାଇଥିଲା । ଏହାପରେ ପୋଲିସ ଶବ କୁ ବ୍ୟବଚ୍ଛେଦ କରିବା ପାଇଁ ପଦ୍ମପୁର ଉପଖଣ୍ଡ  ଡାକ୍ତରଖାନାକୁ ପଠେଇ ଦେଇଥିଲା । ଅନ୍ୟପଟେ ମୃତକ ମଧୁର ଚାରି ଜଣ ଛୁଆ ଅଛନ୍ତି । ବର୍ତମାନ ଘରର ଏକମାତ୍ର ରୋଜଗାର କରୁଥିବା ଲୋକର ମୃତ୍ୟୁ ପରେ ଦୁଖଃ ରେ ଭାଙ୍ଗି ପଡିଛନ୍ତି ମଧୁର ସ୍ତ୍ରୀ । କେମିତି ଛୁଆ ମନଙ୍କ ମୁହଁରେ ଆହାର ଦେବେ ସେ ଚିନ୍ତା ତାଙ୍କୁ ଘାରିଛି । ରାସନ କାର୍ଡ ରହିଛି ସତ କିନ୍ତୁ ସେଥିରେ ମାତ୍ର ଦଶ କେଜି ଚାଉଳ ପାଉଛନ୍ତି । ଛୁଆ ମାନେ ଅତି ଛୋଟ ଥିବାରୁ ସେ ଅନ୍ୟତ୍ର କାମ କରି ଯିବା ମଧ୍ୟ ସମ୍ଭବ ନୁହ। କହିବାକୁ ଗଲେ ବର୍ତ୍ତମାନ ଏହି ପାଞ୍ଚ ଜଣ ସମ୍ପୁର୍ଣ୍ଣ ଭାବରେ ଅସହାୟ । ସରକାର ଙ୍କର କର୍ମଚାରୀ ମାନେ ଏବେ ଆଗକୁ ଆସି ଯଥା ସମ୍ଭବ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

0
0
0
s2sdefault