ସମ୍ବଲପୁର (ରମାକାନ୍ତ ବିଶ୍ବାଳ): ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ ବିଜେପି ପକ୍ଷରୁ ଚାଲିଛି ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର । ପୂର୍ବରୁ ପ୍ରଶିକ୍ଷଣ ପାଇଥିବା ପ୍ରଶିକ୍ଷକ ମାନେ ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ଭାଗ ନେଉଥିବା କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଏହି ମର୍ମରେ ଆଜି ସମ୍ବଲପୁର ଜିଲ୍ଲା ବିଜେପି ର ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ପରମାନପୁର, ଶାସନ ଓ ଲଇଡା ମଣ୍ଡଳ ର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି ।
ପରମାନପୁର ସ୍ଥିତ ଗୋପିକିଶନ କଲ୍ୟାଣ ମଣ୍ଡପରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି ପ୍ରଶିକ୍ଷଣ ଶିବିର କୁ ରେଙ୍ଗାଲି ବିଧାୟକ ନାଉରି ନାଏକ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥବା ବେଳେ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଯାପନ କରିଥିଲେ ।
ଏହି କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ମାନଙ୍କରେ ବିଭିନ୍ନ ବିଷୟରେ ପ୍ରଶିକ୍ଷକ ଙ୍କ ଦ୍ଵାରା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଆଜିର ପ୍ରଶିକ୍ଷଣ ଶିବିର ରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ ଜିଲ୍ଲା ସଭାପତି ଗିରିଷ ପଟେଲ ପୂର୍ବତନ କୃଷକ ମୋର୍ଚ୍ଚା ସଭାପତି ଚନ୍ଦ୍ରଶେଖର ପଣ୍ଡା କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ପ୍ରମୁଖ ପ୍ରଶିକ୍ଷକ ଭାବରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
ଆଜିର ଏହି ପ୍ରଶିକ୍ଷଣ ଶିବିର କୁ ସୁରେନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ପ୍ରକାଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ପ୍ରଶିକ୍ଷଣ ଶିବିରରେ ସୁରେସିନୀ ଓରାମ, ସରସ୍ୱତୀ ମିର୍ଧା, ଆଶିଷ ହୋତା, ଯୁଗଳ ଅଗ୍ରୱାଲ, ପ୍ରଶାନ୍ତ କୁମାର ବାରିକ, ଜୟ ନାରାୟଣ ନାଏକ ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ତିନୋଟି ମଣ୍ଡଳର ମଣ୍ଡଳ ବିଜେପି ର ସଞ୍ଜୀବ ବାରିକ, ବିଦ୍ୟାଧର ମାଝୀ, ଶରତ ଭୋଇ, କୃଷ୍ଣ ଦାଶ, ନନ୍ଦଲାଲ ବେହେରା, ଚିନ୍ମୟ ସାହୁ, ପ୍ରକାଶ ଧାରୁଆ ମନୋରଞ୍ଜନ ଥାପା ପ୍ରମୁଖ ବିଭିନ୍ନ ଦାୟିତ୍ୱ ନିର୍ବାହନ କରିଥିଲେ ।