ଜାତୀୟ ସ୍ତରୀୟ ମିସ୍ ଇଣ୍ତିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲର +୨ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ସାହୁ ଗ୍ଲିଟର୍ସ ପାଜିଏଣ୍ଟ ଦ୍ବାରା ଆୟୋଜିତ ଜାତୀୟସ୍ତରୀୟ ମିସ୍ ଇଣ୍ତିଆ ପ୍ରତିଯୋଗିତାରେ ପ୍ରଥମ ରନର୍ସ ହେବାର ବିରଳ କୃତିତ୍ୱ ହାସଲ କରିଛନ୍ତି ।
ପାରଳଖେମୁଣ୍ତିର ରାଜଦାଣ୍ତ ସାହିର ଅଶୋକ କୁମାର ସାହୁ ଏବଂ ପ୍ରେମଲତା ସାହୁଙ୍କ କନ୍ୟା ପ୍ରିୟଙ୍କା ଏହି ବିରଳ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ଜାତୀୟ ସ୍ତରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୩ ଜଣ ପ୍ରତିଯୋଗୀଙ୍କ ସହ ସମ୍ମୁଖୀନ ହୋଇଥିଲେ ପ୍ରିୟଙ୍କା ।
ପ୍ରତିଯୋଗୀତାର ବିଭିନ୍ନ ରାଉଣ୍ତ ଯଥା:‐ପରିଚୟ ଆଦାନ ପ୍ରଦାନ ରାଉଣ୍ତ , ରୁଚି ଓ ଟାଲେଣ୍ଟେଡ ରାଉଣ୍ତ ତଥା ପ୍ରଶ୍ନୋତ୍ତର ରାଉଣ୍ତ ସର୍ବୋପରି ରାମ୍ପରେ ନିଜର ଶ୍ରେଷ୍ଠ ଦକ୍ଷତା ଉପସ୍ଥାପନା କରିଥିଲେ ।
ଏହି ପ୍ରତିଯୋଗୀତାରେ ବିଚାରକ ଭାବେ ମିସେସ୍ ଏସିଆ ୨୦୧୯ ତଥା ଗ୍ଲିଟର୍ସ ପାଜିଏଣ୍ଟର ପ୍ରତିଷ୍ଠାତା ପ୍ରାଚି ମାହତ୍ରେ , ଏହାର ପରିଚାଳନା ନିର୍ଦ୍ଦେଶକ ଅଭିଶେକ ମାହତ୍ରେ , କସ୍ମେଟୋଲୋଜିଷ୍ଟ ତଥା ପଶ୍ଚିମ ଓଡିଶାର ମିସେସ୍ ଫିଟନେସ ଡିଭା ୨୦୧୯ ଡା. ଭର୍ଷା ମାନେ , ଜ୍ୟୋଭିସର ପ୍ରତିଷ୍ଠାତା ଡ.ଜ୍ୟୋତି ସାତପୁତେ , ସୀମା ଦେଶାଇ ନାୟାର ଏବଂ ମିତାଲି ଧୁତ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ପ୍ରତିଯୋଗୀତାର ପ୍ରସ୍ତୁତି ପାଇଁ ଶ୍ରୀ ଶୁଭେନ୍ଦୁ ମୋହନ ସେନାପତି ଏବଂ ଡିଜିପିକ୍ସ ଶିବା ପ୍ରେରଣା ତଥା ତାଲିମ ପ୍ରଦାନ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ଏମ୍ ଏମ୍ ସ୍ପୋଟ୍ସର ସତ୍ତ୍ବାଧିକାରୀ ତଥା ପ୍ରିୟଙ୍କାଙ୍କ ମାଆ ପ୍ରେମଲତାଙ୍କ ପ୍ରେରଣା ଏଦିଗରେ ଯଥେଷ୍ଟ ଉତ୍ସାହିତ କରିଥିଲା । ପ୍ରିୟଙ୍କାଙ୍କର ଏହି ବିରଳ କୃତିତ୍ୱ ପାଇଁ ସେଞ୍ଚୁରିଆନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଦୀଶା ପାଢୀ ଏବଂ କାଲାପୂର୍ଣ୍ଣା ନାଲା ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।