ହେଡଲାଇନସ୍:

କ୍ରୀଡ଼ା ଓ ଯୁବସେବା,ଇଲେକ୍ଟ୍ରୋନିକ୍ସ ଓ ସୂଚନା-ପ୍ରଯୁକ୍ତି ବିଭାଗର ସମୀକ୍ଷା ବୈଠକ ନେଲେ ମନ୍ତ୍ରୀ ତୁଷାରକାନ୍ତି 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ସିସି କ୍ୟାମେରା ଜରିଆରେ ହେବ ପୁରୀ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ତଦାରଖ

 ଇଣ୍ଟିଗ୍ରେଟେଡ୍ ସ୍ପୋଟର୍ସ କମ୍ପ୍ଲେକ୍ସ, ଇନ୍ଡୋର ହଲ୍ ଏବଂ ହଷ୍ଟେଲ୍ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଶାସକ ପ୍ରଶାସକ) : ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗୀୟ କାର୍ଯ୍ୟ ଏବଂ ୫-"ଟି' କାର୍ଯ୍ୟସୂଚୀ ଅନୁପାଳନ ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିା ରାମଚଣ୍ଡୀସ୍ଥିତ ଇକୋ ରିଟ୍ରିଟ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ ଅଧିକାରୀ ଏବଂ ପିଏମୟୁ ଅଧିକାରୀମାନଙ୍କ ସହିତ ପୁରୀରେ ଚାଲିଥିବା ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ଅଗ୍ରଗତି ନେଇ ମନ୍ତ୍ରୀ ଶ୍ରୀ ବେହେରା ଆଲୋଚନା କରିଥିଲୋ ପରେ ପୁରୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତଦାରଖ ପାଇଁ ଅଚାନକ ଗସ୍ତ କରିଥିଲୋ

ମନ୍ତ୍ରୀ ଶ୍ରୀ  ବେହେରା ପେଣ୍ଠକଟା ଏବଂ ତାଳବଣିଆଠାରେ ଥିବା ଇଣ୍ଟିଗ୍ରେଟେଡ୍ ସ୍ପୋଟର୍ସ କମ୍ପ୍ଲେକ୍ସର ବହୁମୁଖୀ ଇନ୍ଡୋର ହଲ୍ ଏବଂ ସ୍ପୋଟର୍ସ ହଷ୍ଟେଲ୍ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହିତ କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀ ଏବଂ କ୍ରୀଡ଼ା ବିଭାଗ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ |  ଏଥି ସହିତ ନିର୍ମାଣର ମାନ ବଜାୟ ରଖି ସମୟ ଅବଧି ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲୋ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଲାଗି ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ସହିତ କ୍ରୀଡ଼ା ଭିତ୍ତିଭୂମି ଯେପରି ଶୀଘ୍ର କ୍ରୀଡାବିତଙ୍କ  କାର୍ଯ୍ୟରେ ଲାଗିବ ସେ ନେଇ ମନ୍ତ୍ରୀ ଶ୍ରୀ ବେହେରା ଅଧିକାରୀ ଏବଂ ଦାୟିତ୍ୱରେ ଥିବା ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲୋ ଏଥିସହିତ ନିର୍ମାଣ କାର୍ଯ୍ୟର ସଠିକ୍ ତଦାରଖ ଲାଗି ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଇବା ପାଇଁ ଜିଲ୍ଲା  ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲୋ ଆଜିର ବୈଠକ ରେ ୫-"ଟି' ସୂତ୍ର ଆଧାରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟପନ୍ଥା ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲୋ 

0
0
0
s2sdefault