ହେଡଲାଇନସ୍:

ଜଂଗଲରେ ସଂପୂର୍ଣ୍ଣ ଦଗ୍ଧ ବୃଦ୍ଧଙ୍କ ଶବ ଜବତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ଥାନା ଅଧିନସ୍ଥ କନ୍ଦାଡଂଗର ଗ୍ରାମରେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଲିଛି।ଉକ୍ତ ଗ୍ରାମର ଟିନଚୁ ବରିହା ଜଂଗଳରେ ବୁଲିବା ତାର ଅଭ୍ୟାସ ଥିଲା।ଗତ କାଳି ଉପର ଓଳି ଏକ ଟାଂଗିଆ ଧରି ଜଂଗଳକୁ ଯାଇଥିଲା।ରାତ୍ରରେ ନ ଫେରିବାରୁ ପରିବାର ଲୋକମାନେ ଚିନ୍ତିତ ଥିଲେ।ସକାଳେ ବହୁତ ଖୋଜିଲା ପରେ କୁସୁମଦର୍ହା ଜଂଗଳରେ ତାର ପୋଡା ଶବ ମିଲିଥିଲା।ଖବର ପାଇ ଝାରବନ୍ଧ ଥାନା ଅଧିକାରୀ ଠାକୁରଦାଶ ମୁର୍ମୁ ଓ ସହକର୍ମି ଘଟଣାସ୍ଥଳ ପହଂଚି ,ଶବକୁ ଜବତ କରିଛନ୍ତି।ରାତ୍ର ହୋଇଥିବାରୁ ଆସନ୍ତା କାଳି ଶବର ବ୍ୟବଛେଦ କରାଯିବ ।ଥାନା କେଶ ନମ୍ବର ୦୧/୨୧ ରେ ଏକ ଅପମୃତ୍ୟୁ କେଶ ରୁଜ୍ଜୁ କରି ତଦନ୍ତ ଜାରୀ ରଖୁଛନ୍ତି।

0
0
0
s2sdefault