ସୁବର୍ଣ୍ଣପୁର / ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ରେ ଆସନ୍ତା ୮ ତାରିଖ ରୁ ଖୋଲିବ ସମସ୍ତ ଧର୍ମ ଅନୁଷ୍ଠାନ । ରାଜ୍ୟରେ କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ଗତ ୨୦୨୦ ମାର୍ଚ୍ଚ ୨୦ ତାରିଖରୁ ମନ୍ଦିର , ମସଜିଦ୍, ଚର୍ଚ୍ଚ ତଥା ଅନ୍ଯାନ୍ଯ ଧାର୍ମିକ ଅନୁଷ୍ଠାନ, ମନୋରଞ୍ଜନ କାଯ୍ୟକ୍ରମ, କ୍ରୀଡା, ସଂସ୍କୃତିକ କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ ସମାଗମ ବନ୍ଦ୍ ରଖାଯାଇଥିଲା । ସ୍ଵତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଆଦେଶ ନାମା ସଂଖ୍ୟା ୭୩୮୪/ ଆର ଆଣ୍ଡ ଡିଏମ ତା ୩୦/୧୨/୨୦୨୦ ଅନୁଯାଇ ସୁବର୍ଣ୍ଣପୁର ଜିଲ୍ଲା ରେ ଆସନ୍ତା ଆଠ ତାରିଖ ଦିନ ଠାରୁ କୋଭିଡ ନିୟମ ପାଳନ କରାଯାଇ ସମସ୍ତ ଧାର୍ମିକ ଅନୁଷ୍ଠାନ, ମନ୍ଦିର , କ୍ରୀଡା କାର୍ଯ୍ୟକ୍ରମ, ସଂସ୍କୃତିକ କାର୍ଯ୍ୟକ୍ରମ ଖୋଲିବାକୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଜିଲ୍ଲା କାର୍ଯ୍ଯାଳୟ ଜରୁରୀକାଳିନ ବିଭାଗ ପତ୍ର ସଂଖ୍ୟା ୭୪ / ତା ୪ /୧/ ୨୦୨୧ ଅନୁଯାଇ ଆଦେଶ ନାମା ଜାରି କରିଛନ୍ତି । ଏହି କାର୍ଯ୍ୟକ୍ରମ ମାନଙ୍କରେ ଶହେ ଲୋକ ଏକତ୍ରିତ ହୋଇ ପାରିବେ । ଧାର୍ମିକ ଅନୁଷ୍ଠାନ ଏବଂ ପୂଜା ସ୍ଥାନରେ ଲୋକଙ୍କ ପ୍ରବେଶକୁ ନେଇ ଦେବୋତ୍ତର ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସ୍ଥାନୀୟ ତହସିଲ, ସ୍ଥାନୀୟ ଆଇ ଆଇସି, ପଞ୍ଚାୟତିରାଜ ବିଭାଗ ପ୍ରତିନିଧି, ମନ୍ଦିର ପରିଚାଳନା କମିଟି ସଦସ୍ଯ, ଧାର୍ମିକ ଅନୁଷ୍ଠାନ ପରିଚାଳନା କମିଟି ମାନଙ୍କୁ ନେଇ ଏକ ବୈଠକ ହେବ ଏଥିରେ କୋଭିଡ ନିୟମାବଳୀ ସୁନିଶ୍ଚିତ କରିବାକୁ ହେବ । ସପ୍ତାହରେ କେବଳ ରବିବାର ମନ୍ଦିର , ମସଜିଦ୍ ଏବଂ ଅନ୍ଯାନ୍ଯ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ପାଳନ କରିବାକୁ ଆଦେଶନାମା ଜାରି କରାଯାଇଛି । କୋଭିଡ କଟକଣା ପାଳନ ଉଳ୍ଲଘଂନ କରୁଥିବା ଅନୁଷ୍ଠାନକୁ କୋଭିଡ କଟକଣା ଦୂରହେବା ପର୍ଯ୍ୟନ୍ତ ବନ୍ଦ୍ କରାଯିବ ବୋଲି ଆଦେଶ ନାମାରେ ଦର୍ଶାଇଛି ।
ରାଜ୍ୟ
ସୁବର୍ଣ୍ଣପୁର ଜିଲ୍ଲାରେ ୮ ରୁ ଖୋଲିବ ଧର୍ମାନୁଷ୍ଠାନ , କୋଭିଡ କଟକଣା ଉଲ୍ଲଂଘନ କଲେ ଅନୁଷ୍ଠାନ ବନ୍ଦ ରହିବ - ଜିଲ୍ଲାପାଳ ।
- Hits: 534








