ହେଡଲାଇନସ୍:

ବିଶ୍ବ ବ୍ରେଲି ଦିବସ ଏବଂ ଲୁଇସ ବ୍ରେଲିଙ୍କ ୨୧୨ ତମ ଜନ୍ମଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ  ସ୍ବେଛାସେବୀ ଅନୁଷ୍ଠାନ "ସିସିଡି" ଆନୁକୂଲ୍ୟରେ ଜିଲ୍ଲାର ଭିନ୍ନକ୍ଷମ ଅନୁଷ୍ଠାନ "ସମର୍ଥ" ତରଫରୁ ପାରଳାଖେମୁଣ୍ଡି ସ୍ଥିତ ସମର୍ଥର ଭୋକେସନାଲ ତଥା ସମ୍ବଳ ସାଧନ କେନ୍ଦ୍ର ଠାରେ "ବିଶ୍ବ ବ୍ରେଲି ଦିବସ ଏବଂ ଲୁଇସ ବ୍ରେଲିଙ୍କ ୨୧୨ ତମ ଜନ୍ମ-ଦିବସ ପାଳିତ ହୋଇଯାଇଛି ।

 ଏହି ଅବସରରେ ଭିନ୍ନକ୍ଷମ ଅନୁଷ୍ଠାନ "ସମର୍ଥ"ର ଜିଲ୍ଲା ସଭାପତି ତଥା ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣାଙ୍କ ପରିଚାଳନାରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାସ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଦିବସ ପାଳନର ତାପ୍ତର୍ଯ୍ୟ ଓ ବ୍ରେଲି ଲିପିର ସ୍ରଷ୍ଟା ଲୁଇ ବ୍ରେଲିଙ୍କ ଜୀବନ ଆଦର୍ଶ ସମ୍ପର୍କରେ କହିଥିଲେ । ମୁଖ୍ୟତଃ ଭାବେ ସମସ୍ତ ଭିନ୍ନକ୍ଷମ ତଥା ଦୃଷ୍ଟିହୀନ ମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ପ୍ରୋତ୍ସାହନ ସମ୍ପର୍କରେ ଆଲୋଚନା କରି ସମସ୍ତ ଦୃଷ୍ଟିହୀନ ମାନେ ବ୍ରେଲି ଶିକ୍ଷା ମାଧ୍ୟମରେ କିଭଳି ଉଚ୍ଚଶିକ୍ଷା  ପାଇପାରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ,  ତାହାହିଁ ଆଜି ଦିବସ ପାଳନର ମୂଳ ଆହ୍ବାନ , ଏଥିପାଇଁ  ସମସ୍ତେ ଏମାନଙ୍କ ପ୍ରତି ସହାୟତା ହୁଅନ୍ତୁ ବୋଲି କହିଥିଲେ ।

 ଏହି କାର୍ଯ୍ୟକ୍ରମରେ "ସିସିଡି" ଅନୁଷ୍ଠାନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଗଜପତି ଜିଲ୍ଲାର ସମସ୍ତ ଭାଇଭଉଣୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଏବଂ ସେମାନଙ୍କୁ  ସ୍ୱୟଂ ସହାୟକ ସଂଘ ଓ ସମବାୟ ଗଠନ କରି ସମସ୍ତଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପଥରେ ଆଗେଇ ଆସିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । 

 ମହିଳା ସମବାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ଏ . ପଦ୍ମାରାଜୁ  ଅନ୍ୟତମ ଅତିଥିଭାବେ ଯୋଗଦେଇ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଏବଂ ଆବଶ୍ୟକ ସ୍ଥଳେ ସିସିଡି ର ସହାୟତା ପାଇ ଜୀବନଜୀବିକା ପାଇଁ କିଭଳି ସେମାନଙ୍କ କ୍ଷୁଦ୍ର ବ୍ୟବସାୟ ସ୍ଥାପନ କରିପାରିବେ , ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ସମର୍ଥ ଅନୁଷ୍ଠାନର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ବେହେରା ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ତାଙ୍କ ଅଭିଭାଷଣରେ ବ୍ରେଲି ଦିବସ ପାଳନ କରିବା ପାଇଁ , ବ୍ରେଲି ଲିପିକୁ ବୁଝିବା ପାଇଁ ଏବଂ ବ୍ରେଲି ଲିପିକୁ ଶିଖିବା ପାଇଁ ସିସିଡି ଓ ସମର୍ଥ ଅନୁଷ୍ଠାନ  ଗତ ୨୦୦୪ ମସିହାରୁ ସମସ୍ତ ଦୃଷ୍ଟିହୀନ ଭାଇଭଉଣୀ ମାନଙ୍କୁ ପ୍ରୋତ୍ସାହିତ କରି ଆସିବା ସହ ପ୍ରତି କ୍ଷେତ୍ରରେ ଭିନ୍ନକ୍ଷମ ତଥା ଦୃଷ୍ଟିହୀନ ବ୍ୟକ୍ତି ମାନଙ୍କ ପାଇଁ ସରକାର ତଥା ଜିଲ୍ଲା ପ୍ରଶାସନଙ୍କ ଠାରେ ଦୃଷ୍ଟି ଆକର୍ଷଣ କରି ଆସୁଅଛୁ । ତେଣୁ ଆଜିର ଏହି  ବ୍ରେଲି ଲିପିର ସ୍ରଷ୍ଟା - ଲୁଇସ ବ୍ରେଲିଙ୍କ ପବିତ୍ର ୨୧୨ ତମ ଜନ୍ମଦିନ ଅବସରରେ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ଆମେ  ଅନୁରୋଧ କରୁଛୁ ଯେ ,  ଏହି ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥର ଭିନ୍ନକ୍ଷମ ତଥା ଦୃଷ୍ଟିହୀନ ମାନଙ୍କ ପ୍ରତି ସଦୟ ହୋଇ ସହାୟତା କରନ୍ତୁ , ଯାହାକି ସମସ୍ତ ଦୃଷ୍ଟିହୀନ ବ୍ୟକ୍ତି ବ୍ରେଲି ଶିକ୍ଷା ମାଧ୍ୟମରେ ଉଚ୍ଚଶିକ୍ଷା ପାଇପାରିବେ ଏବଂ ସେମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ବୋଲି କହିଥିଲେ । 

ଏହି ଅବସରରେ  କାର୍ଯ୍ୟକ୍ରମରେ ଦୃଷ୍ଟିହୀନ ମାନଙ୍କୁ ଧଳାବାଡି ଓ ବ୍ରେଲ ଦିନ ପଞ୍ଜିକା ପୁସ୍ତକ , ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା ।  ଜିଲ୍ଲାର ବିଭିନ୍ନ ବ୍ଲକଅଞ୍ଚଳରୁ ୫୦ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।  ଏହି ସମସ୍ତ କାର୍ଯ୍ୟକ୍ରମକୁ ସିସିଡି ଅନୁଷ୍ଠାନର ଶ୍ରୀ ତପନ କୁମାର ପାଣିଗ୍ରାହୀଙ୍କ ସମେତ ଶ୍ରୀ ଏସ: ସୀମାଞ୍ଚଳମ , ଶ୍ରୀ କେ.ଶିବାଜୀ , ଶ୍ରୀ ଗଜେନ୍ଦ୍ର ବଡରଇତ , କଳ୍ପନା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।

       

0
0
0
s2sdefault