ଆନ୍ଦୋଳନ ପାଇଁ ଓହ୍ଲାଇଲେ , ୫ ଘଣ୍ଟା ଧରି କଲେ ୧୦ ନମ୍ବର ରାଜ୍ୟ ରାଜପଥ ଅବରୋଧ।
ସମ୍ବଲପୁର, (ରମାକାନ୍ତବିଶ୍ୱାଳ)- ସମ୍ବଲପୁର ଜିଲ୍ଲା ରେ ଚାଷି ଙ୍କ ସମସ୍ୟା ଦୁର ହେଉନାହିଁ । ଜିଲ୍ଲା ର ରେଙ୍ଗାଲି ବ୍ଲକରେ ଚାଷୀ ଙ୍କ ସମସ୍ୟା ଵହୁଦିନ ହେଳା ଲାଗିରହିଥିଲେ ବି ସମସ୍ୟା ସମାଧାନ ପାଇଁ ଜିଲ୍ଲା ପ୍ରସାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଚାଷୀ । ରେଙ୍ଗାଲୀ ବ୍ଳକର ଚାଷୀ ମାନେ ଚାଷୀ ଙ୍କ ସମସ୍ୟା କୁ ତୁରନ୍ତ ସମାଧାନ ଦାବିରେ ସମ୍ବଲପୁର ରାଉଲକେଲା ୧୦ ନମ୍ବର ରାଜପଥ ର ରେଙ୍ଗାଲି ତହସିଲ ଅପିସ ଛକରେ ରାଜପଥ ଅବରୋଧ କରିଛନ୍ତି । ଚାଷି ମାନେ ଅଭିଯୋଗ କରିଛନ୍ତି ଯେ ରେଙ୍ଗାଲୀ ବ୍ଳକର ଚାଷି ଙ୍କ ଧାନବିକ୍ରି ସମସ୍ୟା ଲାଗିରହିଛି । ଯେଉଁ ଚାଷୀ ଙ୍କ ପାଖରେ ଧାନ ଅଛି ସେମାନଙ୍କ ପାଖରେ ଟୋକନ ନାହିଁ ,ଅଥଚ ଯେଉଁମାନଙ୍କ ପାଖରେ ଧାନବିକ୍ରି ପାଇଁ ଟୋକନ ଅଛି ସେମାନଙ୍କ ପାଖରେ ଧାନ ନାହିଁ । ଏଭଲି ଅବ୍ୟବସ୍ଥା ଘେର ରେ ରେଙ୍ଗାଲୀ ବ୍ଳକର ଚାଷି ମାନେ ଥିବା ବେଳେ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରସାସନ କୋଣଷି ପଦକ୍ଷେପ ନ ନେଇ ନିରବଦ୍ରଷ୍ଟା ସାଜିଥିବା ଚାଷି ଅଭିଯୋଗ କରିଛନ୍ତି । ଏନେଇ ଆଜି ରେଙ୍ଗାଲୀ ର ସତାଧିକ ଚାଷି ତୁରନ୍ତ ସେମାନଙ୍କ ଧାନବିକ୍ରି ପାଇଁ ଯେଉଁ ଅବ୍ୟବସ୍ଥା ରହିଛି ତାହା ଦୁର କରିବା ଦାବିରେ ରାସ୍ତାରୋକ କରିଛନ୍ତି । ଚାଷୀ ଙ୍କ ରାସ୍ତାରୋକ ପାଇଁ ସମ୍ବଲପୁର ରାଉଲକେଲା ୧୦ ନମ୍ବର ରାଜପଥରେ ସହ ସହ ସଂଖ୍ୟାରେ ଯାନବାହନ ଅଟକି ରହିଛି। ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଚାଷୀ ଟୋକନ ପାଇ ମଧ୍ୟ ଧାନବିକ୍ରି କରିପାରୁନଥିବାରୁ ରେଙ୍ଗାଲି ଅଞ୍ଚଲର ଚାଷୀମାନଙ୍କ ଦ୍ବାରା ସୋମବାର ଦିନ ୧୧ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଦୀର୍ଘ ୫ ଘଣ୍ଟା ୧୦ ନମ୍ବର ରାଜ୍ୟ ରାଜପଥ (ବିଜୁ ଏକ୍ସପ୍ରେସ ୱେ) ରେଙ୍ଗାଲି ତହସିଲ ଛକଠାରେ ରାସ୍ତାରୋକ କରାଯାଇଥିଲା ରେଙ୍ଗାଲି, ଲପଙ୍ଗା ଓ ଖିଣ୍ଡା ଅଞ୍ଚଳର ଚାଷୀ କରୁଛନ୍ତି ତୀବ୍ର ଆନ୍ଦୋଳନ
ରେଙ୍ଗାଲି ମାର୍କେଟ ୟାର୍ଡ଼ ରେ ୨ହଜାର ବସ୍ତା, ଖିଣ୍ଡା ରେ ୮୦୦ ବସ୍ତା ଏବଂ ଲପଙ୍ଗା ରେ ୫ହଜାର ବସ୍ତା ଧାନ ପଡିରହିଥିବା ବେଳେ ଚାଷୀମାନଙ୍କ ପାଖରେ ଆହୁରି ଧାନ ବିକ୍ରି କରିବା ପାଇଁ ରହିଛି।ଦୀର୍ଘ ୫ ଘଣ୍ଟା ରାଜରାସ୍ତା ଅବରୋଧ କରିବାପରେ ସମ୍ବଲପୁର ଅତିରିକ୍ତ ଏସ.ପି ଅମରେଶ ପଣ୍ଡା,ସମ୍ବଲପୁର ଏସଡିପିଓ ତପନ କୁମାର ମାହାନ୍ତି,ରେଙ୍ଗାଲି ତହସିଲଦାର ସୁନିଲ କୁମାର ମେହେର ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ବର ସାହୁ ପ୍ରମୁଖ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରି ଧାନଗାଡି ଗୁଡିକ ରାସ୍ତା କଡ଼ କୁ କରି ଫ ସେକ୍ରେଟାରୀଙ୍କୁ ସିଏସଓ ରାମ ଚନ୍ଦ୍ର ଟୁଡୁ, ଗୋପାଳ ପୃଷେଟ,ଏସଏଆରସିଏସ ମନୋଜ କୁମାର ବେହେରା,ଏସଇଏସଓ ରେଙ୍ଗାଲି ତହସିଲଦାର ଏବଂ ଥାନାଅଧିକାରୀ ଓ ଚାଷୀଙ୍କ ଉପସ୍ଥିତିରେ ଟୋକନ ମୁତାବକ ସମସ୍ତ ଚାଷୀଙ୍କ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି l