ହେଡଲାଇନସ୍:

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ପରିଚୟ ଗୃହ ଲୋକାର୍ପିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା  ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ୱାରା ଝାରସୁଗୁଡ଼ା ପୌରପାଳିକାର ପାଞ୍ଚଟି ୱାର୍ଡର ବିଭିନ୍ନ ବସ୍ତିରେ ପରିଚୟ ଗୃହ ଉଦଘାଟିତ ହୋଇଯାଇଛି । ୱାର୍ଡ ନମ୍ବର ୯ରେ ରାଜୀବ ନଗର ( ଯାଜ୍ଞସେନି ହସ୍ପିଟାଲ ପାଖ) ଓ ବିଦ୍ୟାନଗର , ୱାର୍ଡ ନମ୍ବର ୮ରେ ପଞ୍ଚପଡ଼ା ଓ ଝରିଆନାର , ୧୧ନମ୍ବର ୱାର୍ଡରେ ନୂଆପଡ଼ା , ୱାର୍ଡ ନମ୍ବର ୭ରେ ବି ଟି ଏମ୍ ଓ ୱାର୍ଡ ନମ୍ବର ୧ରେ ସତନାମୀପଡ଼ାଠାରେ ପରିଚୟଗୃହମାନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ବସ୍ତି  ଅଂଚଳରେ ବିଭିନ୍ନ ସଭା ସମିତି ଓ ସାମାଜିକ କାର୍ଯ୍ୟ ସକାଶେ ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀ ଏହା ଦ୍ୱାରା ଉପକୃତ ହେବେ ।  ମହିଳା ଶସକ୍ତିକରଣ ଦିଗରେ ଏହା ଆଉ ଏକ ପଦକ୍ଷେପ ଓ ଝାରସୁଗୁଡ଼ା ନୂତନ ନିର୍ମାଣର ଏକ ଅଂଶବିଶେଷ ବୋଲି  ଉଲ୍ଲେଖ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ, ଆଗାମୀ ଦିନରେ  ଝାରସୁଗୁଡ଼ାରେ ଚବିଶଟି ୱାର୍ଡରେ ସ୍ୱୟଂ ସହାୟକ ଗୋଷ୍ଠୀ ସକାଶେ ତିରିଷରୁ ଅଧିକ ପରିଚୟ ଗୃହ ନିର୍ମାଣ କରାଯିବ ବୋଲି କହିଥିଲେ । ଜିଲ୍ଲାରେ ବିଜୁଳି , ରାସ୍ତାଘାଟ , ପାନୀୟ ଜଳ ଓ ସ୍ୱାସ୍ଥ୍ୟ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରି ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ରାଜ୍ୟ ସରକାରଙ୍କ ଅର୍ବାନ  ଓଏଜ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ ସ୍କିମ ( Urban wage employment initiative scheme )ରେ  ପାଞ୍ଚ ଲକ୍ଷ ଷାଠିଏ ହଜାର ଟଙ୍କା ବ୍ୟୟରେ ପ୍ରତ୍ୟେକ ପରିଚୟ ଗୃହ ନିର୍ମିତ ହୋଇଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏ ସବୁ  ନିର୍ମାଣ କରାଯାଇଥିବାରୁ ମନ୍ତ୍ରୀ ଏଥି ପାଇଁ ସ୍ୱୟଂ ସହାୟ ଗୋଷ୍ଠିମାନଙ୍କର ପ୍ରଶଂସା କରିଥିଲେ ।  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଝାରସୁଗୁଡ଼ା ପୌରପାଳିକା ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ , ତାପସ ରାୟ ଚୌଧୁରୀ , ସନ୍ଦୀପ ଅବସ୍ତି , ତ୍ରିନାଥ ଗୁଆଲ , ପ୍ରତାପ ନନ୍ଦ , ରଘୁମଣି ପଟେଲ ପ୍ରମୁଖ ବିଭିନ୍ନ ସଭାରେ ମଞ୍ଚାସୀନ ଥିଲେ । ସେହିପରି ପିଣ୍ଟୁ ପାଢ଼ୀ , ରାଜୁ ପାଣିଗ୍ରାହୀ, ମଦନ ହାତୀ, ରବି ସିଂ ,ସିଦ୍ଧାର୍ଥ ସରକାର , ଅଶୋକ ଦାଶ , ଆଲୋକ ତ୍ରିପାଠୀ , ମାନସ ରାୟ ଗୋବିନ୍ଦ ସିଙ୍ଘାନିଆ , ସୁବାସ କେଡ଼ିଆ , ପ୍ୟାରେଲାଲ ଶ୍ରୀବାସ୍ତବଙ୍କ ସମେତ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ସଂଖ୍ୟାରେ ମହିଳା ବିଭିନ୍ନ ସଭାରେ ଉପସ୍ଥିତ ଥିଲେ ।

 

0
0
0
s2sdefault