ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢାକୁ ସ୍ୱାଗତ କଲା ଓଡିଶା ଅଭିଭାବକ ମହାସଂଘ
ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟ ସରକାର ଆସନ୍ତା 8 ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବା ସହ ପାଠପଢା ନିଷ୍ପତ୍ତିକୁ ସ୍ୱାଗତ କରିଛି ଓଡିଶା ଅଭିଭାବକ ମହାସଂଘ | ହେଲେ ସ୍କୁଲକୁ ଯିବାକୁ ଥିବା ପିଲାମାନଙ୍କ ଶୁନ୍ୟ ସଂକ୍ରମଣର ଗ୍ୟାରେଣ୍ଟି ରାଜ୍ୟ ସରକାର ଦିଅନ୍ତୁ ବୋଲି ମହାସଂଘ ଦାବି କରିଛି |
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍କୁଲ ଖୋଲା ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ପିଲାମାନଙ୍କ ଶୂନ୍ୟ ସଂକ୍ରମଣର ଗ୍ୟାରେଣ୍ଟି ରାଜ୍ୟ ସରକାର ନେବାକୁ ଦାବୀ ଜଣାଇଛି l ସରକାର ଯେମିତି ବାତ୍ୟା ଓ ବନ୍ୟା ସମୟରେ ସମସ୍ତ ବିଭାଗକୁ ଲଗାଇ ଜିରୋ କାଜୁଆଲିଟିର ପଦକ୍ଷେପ ନେଇ ସଫଳତା ସହ ପ୍ରଶଂସା ପାଇଛନ୍ତି ଠିକ ସେହିପରି ସ୍କୁଲ ଖୋଲିବା କ୍ଷେତ୍ରରେ ମଧ୍ୟ ପିଲାମାନଙ୍କ ଓ ଅଭିଭାବକ ମାନଙ୍କ ସୁରକ୍ଷା କ୍ଷେତ୍ରରେ ଅନୁରୂପ ପଦକ୍ଷେପ ନିଅନ୍ତୁ l ସ୍ୱାସ୍ଥ୍ୟ ବିଭାଗର ତତ୍ୱାବଧାନରେ ସ୍କୁଲରେ ପିଲାଙ୍କ ସୁସ୍ଥତା ଓ ପରିମଳ ପାଇଁ ଆବଶ୍ୟକତା ଅନୁଯାଇ ଗ୍ରାମାଞ୍ଚଳରେ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ସହରାଞ୍ଚଳରେ ନଗର ଉନ୍ନୟନ ଓ ପୂର୍ତ୍ତ, ଜନସ୍ୱାସ୍ଥ୍ୟ ବିଭାଗ ସହ ପୋଲିସ ବିଭାଗକୁ ମଧ୍ୟ ଏଥିରେ ସାମିଲ କରି ପଦକ୍ଷେପ ନିଅନ୍ତୁ l ପାଠ ପଢ଼ିବାର ଆବଶ୍ୟକତା ଦୃଷ୍ଟିରୁ ଅଭିଭାବକମାନେ ସ୍କୁଲ ଛାଡିବାକୁ ତାଙ୍କର ସମ୍ମତି ଜଣାଇଛନ୍ତି ତେଣୁ ସମସ୍ତ ଦାୟିତ୍ୱ ସରକାର ନେବା ସହ ମାସ୍କ ଓ ସାନିଟାଇଜର ଆବଶ୍ୟକ ଅନୁଯାଇ ସରକାର ଯୋଗାଇବା ସହ ତଦାରଖ କରିବାକୁ ମହାସଂଘ ଦାବୀ କରିଛି l ଯେହେତୁ ପରୀକ୍ଷାର ତାରିଖ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି ଓ ଶନିବାର ଓ ରବିବାର ସହିତ ଶହେ ଦିନର ପାଠ ପଢ଼ା ପାଇଁ ଘୋଷଣା ହୋଇଛି ତେଣୁ ଶିକ୍ଷକ ମାନଙ୍କୁ କେବଳ ପାଠ ପଢ଼ାଇବାର ଦାୟିତ୍ୱ ଦେବା ସହ ଅନ୍ୟାନ୍ୟ ସମସ୍ତ ଦାୟିତ୍ୱ ସରକାର ନେବାକୁ ପତ୍ର ଲେଖି ଦାବୀ କରିଛି l ଆଜିର ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଶୋଇ, ସତ୍ୟବ୍ରତ ପରିଜା, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ,ଉପଦେଷ୍ଟା ରମେଶ ମହାନ୍ତି, ଉପସଭାପତି ନନ୍ଦକିଶୋର ମଲ୍ଲିକ, କାର୍ତ୍ତିକ ସାହୁ, ସୂର୍ଯ୍ୟନାରାୟଣ ଜେନା, ଅରୁଣ ସ୍ୱାଇଁ, ବିଶ୍ୱଜିତ ନାୟକ ଓ ଅମୁଲ୍ୟ ପରିଡା ଆଦି ଉପସ୍ଥିତ ଥିଲେ l