ହେଡଲାଇନସ୍:

କୋଭିଡ୍-୧୯ ଟୀକାକରଣ କାର୍ଯ୍ୟ ପରିଚାଳନାର ଗାଇଡ଼ଲାଇନ ସମ୍ପର୍କରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ମହାମାରୀର ମୁକାବିଲା ପାଇଁ ଗଜପତି ଜିଲ୍ଲାବ୍ୟାପୀ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା କୋଭିଡ-୧୯ ଟୀକାକରଣ କାର୍ଯ୍ୟ ପରିଚାଳନାର ସଫଳତା ତଥା କୋଭିଡ୍ ଟୀକାକରଣର ମାର୍ଗଦର୍ଶିକା ତଥା  ଗାଇଡ଼ଲାଇନ ଉପରେ ଏକ ସଚେତନତା ମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ  ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମାନଙ୍କ ସମେତ ବିପିଏମ: , ବିଡିଏମ: ,  ପିଏଚଓ  ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ । 

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଏମାନଙ୍କୁ , ମୁଖ୍ୟତଃ ସେମାନଙ୍କ ଅଞ୍ଚଳରେ କୋଭିଡ୍ ଟୀକାକରଣ ପାଇଁ ଯେଉଁ କେନ୍ଦ୍ର ସବୁ ଖୋଲା ହେବ , ସେହି ଟୀକାକରଣର ସଫଳତା ଓ ଗାଇଡ଼ଲାଇନ ଉପରେ ସଚେତନତା ତାଲିମ ପ୍ରଦାନ କରାଯାଇଛି । 

ଟୀକାକରଣ ପାଇଁ ,  କେନ୍ଦ୍ର ଗୁଡିକରେ ନିୟୋଜିତ ହୋଇଥିବା ସ୍ୱାସ୍ଥ୍ୟ କର୍ମଚାରୀ ଦଳ ଗୁଡିକ କୋଭିଡ୍ ଟୀକାକରଣର ମାର୍ଗଦର୍ଶିକା  ଗାଇଡ଼ଲାଇନର କିଭଳି ଅନୁପାଳନ କରି ଟୀକାକରଣ ପାଇଁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କୁ ସଫଳତାର ସହ ଟୀକାକରଣ କରାଇବେ , ସେ ସମ୍ପର୍କରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ବୋଲି କହିଥିଲେ । 

ରାଜ୍ୟସ୍ତରରୁ ଜୁମ୍ ଆପ୍ ମାଧ୍ୟମରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ତାଲିମ କରାଯାଇଥିଲା।  ତାଲିମ ପ୍ରାପ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ବ୍ଲକ ସ୍ତରୀୟ ଦଳକୁ ତାଲିମ ପ୍ରଦାନ କରିଥିଲେ। ଟିକାକରଣ ନିମନ୍ତେ ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା, ଅନ୍-ଲାଇନ୍ ଓ ଅଫ-ଲାଇନ୍ ରିପୋର୍ଟିଂ ବ୍ୟବସ୍ଥା,  ଟିକା ସଂରକ୍ଷଣ, କୋଭିଡ୍ ଟିକା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା।  ଟିକାକରଣ ନିମନ୍ତେ ପ୍ରତିକ୍ଷା କକ୍ଷ,  ଟିକାକରଣ କକ୍ଷ ଓ ନିରୀକ୍ଷଣ କକ୍ଷ ଭାବେ ତିନୋଟି ପୃଥକ କୋଠରୀ ଚିହ୍ନଟ କରାଯିବ ବୋଲି ଉପସ୍ଥିତ ସମସ୍ତଙ୍କୁ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଇ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା । 

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ଏଡିପିଏଚଓ(ପରିବାର କଲ୍ୟାଣ) ଡାଃ ଏମ ଏସ ମୁନିର , ଡିପିଏଚଓ ଡାଃ ମୁବାରକ ଅଲ୍ଲୀ , ବ୍ରହ୍ମପୁର ସ୍ଥିତ ସରଭିଆଲେନ୍ସ ମେଡିକାଲ ଅଫିସର , ଆରସିଏଚ ଡେପୁଟି ମ୍ୟାନେଜର ଶ୍ରୀ ଶୁଶାନ୍ତ କୁମାର ନାୟକ ଏବଂ ଜିଲ୍ଲା ଡାଟା ମ୍ୟାନେଜର ଶ୍ରୀ ଅରବିନ୍ଦ ପାଣିଙ୍କ ସମେତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

0
0
0
s2sdefault