-
କୋବିଡ଼ କଟକଣା ପାଳନ କରିବା ବାଧ୍ୟତାମୂଳକ
-
ସାତ ଦିନ କେବଳ ବରଗଡ଼ ଜିଲ୍ଲାର ଶ୍ରଦ୍ଧାଳୁ କରିବେ ଦର୍ଶନ
ବରଗଡ :- ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଆସନ୍ତା ଛଅ ତାରିଖ ବୁଧବାର ଦିନ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ନିମନ୍ତେ ଖୋଲାଯିବ । ଆଜି ମନ୍ଦିର ଅତିଥି ଭବନରେ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏକ ଉଚ୍ଚ ସ୍ଥାରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ କୋବିଡ଼ କଟକଣା ଯୋଗୁ ଗତ ମାର୍ଚ୍ଚ ମାସ 18 ତାରିଖରୁ ମନ୍ଦିର ଶ୍ରଦ୍ଧାଳୁ ଙ୍କର ଦର୍ଶନ ପାଇଁ ବନ୍ଦ କରାଯାଇଥିଲା । ତେବେ ପ୍ରଶାସନର ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ନର ଦର୍ଶନ ପାଇଁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ କୋବିଡ଼ ନିୟମବଳୀର ପାଳନ କରିବେ । ଯଥା ,ମନ୍ଦିର ପରିସରରେ ମାକ୍ସ ପରିଧାନ କରିବା ଓ ସାମାଜିକ ଦୁରତା ବଜାୟ ରଖିବା । ନଡ଼ିଆ ବ୍ୟତୀତ କୋଣସି ପ୍ରକାର ଭୋଗ କରି ପାରିବେ ନାହିଁ । ଝରଣାରେ ଗାଧୋଇବା ସମ୍ପୁର୍ଣ୍ଣ ମନା । ଷାଠିଏ ବର୍ଷରୁ ଅଧିକ ବା ଦଶ ବର୍ଷରୁ କମ ବ୍ୟକ୍ତି ଙ୍କୁ ମନ୍ଦିର ଭିତରକୁ ନ ଯିବା ପାଇଁ ଅନୁରୋଧ । ସେହିଭଳି ରୋଗଗ୍ରସ୍ତ ଓ ଗର୍ଭବତୀ ମହିଳା ମାନେ ମଧ୍ୟ ମନ୍ଦିର ଭିତକୁ ଯାଇ ପରବେ ନାହିଁ । ଏହା ସହିତ ଆସନ୍ତା ଛଅ ତାରିଖରୁ ତେର ତାରିଖ ପର୍ଯନ୍ତ କେବଳ ବରଗଡ଼ ଜିଲ୍ଲାର ଶ୍ରଦ୍ଧାଳୁ ମାନେ ଠାକୁର ଙ୍କର ଦର୍ଶନ କରି ପାରିବେ । ଜିଲ୍ଲାର ଶ୍ରଦ୍ଧାଳୁ ମାନେ ସାଥିରେ ଯେ କୋଣସି ଫୋଟୋ ପରିଚୟ ପତ୍ର ଆଣିବା ନିହାତି ଆବଶ୍ୟକ । ତେର ତାରିଖ ପରେ ଅନ୍ୟ ଜିଲ୍ଲାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଅନ୍ୟ ଜିଲ୍ଲାର ଭକ୍ତ ମାନେ ଚାରି ଦିନ ଆଗରୁ କୋବିଡ଼ ଟେଷ୍ଟ ରିପୋର୍ଟ ସାଙ୍ଗରେ ଆଣିବା ନିହାତି ଆବଶ୍ୟକ । ସେହିଭଳି ବର୍ତ୍ତମାନ ପରବର୍ତ୍ତୀ ନିର୍ଦେଶ ପର୍ଯନ୍ତ ବାହାର ରାଜ୍ୟର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ଛଅ ତାରିଖରୁ ପ୍ରତ୍ୟେକ ଦିନ ସକାଳ ଆଠ ଘଣ୍ଟାରୁ ଦଶ ଘଣ୍ଟା , ଦଶଟା ତିରିଶରୁ ବାର ଘଣ୍ଟା , ଦିପହର ଦୁଇ ଘଣ୍ଟାରୁ ଚାରି ଘଣ୍ଟା ଓ ଚାରିଟା ତିରିଶରୁ ସନ୍ଧ୍ୟା ଛଅ ଘଣ୍ଟା ପର୍ଯନ୍ତ ଶ୍ରଦ୍ଧାଳୁ ମାନେ ଠାକୁରଙ୍କର ଦର୍ଶନ କରି ପାରିବେ । ଆଜିକାର ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ , ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ବିଡ଼ିଓ ଶ୍ରୀ ସୁରେନ୍ଦ୍ର କୁମାର ମେହେର, ମନ୍ଦିର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ, ପାଇକମାଳ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ, ଶ୍ରୀ ସୁବୋଧ ପଣ୍ଡା , ସାମ୍ବାଦିକ ବନ୍ଧୁ ଶ୍ରୀ ସୁରଥ ସାହୁ , ଶ୍ରୀ ବିଶ୍ବମ୍ବର ମୁଣ୍ଡ , ସତ୍ୟ ପୁରୋହିତ, ମନମିତ ପୁରୋହିତ , ସୁଜ୍ଞାନତ ତ୍ରିପାଠୀ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ସରିବା ପରେ ଜିଲାପାଳ ଓ ଅଧିକାରୀ ମାନେ ମନ୍ଦିର ପରିସର କିଭଳି ଭାବରେ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ କୁ ସୁରୁଖୁରୁରେ ସମ୍ପାଦନ କରାଯାଇ ପାରିବ ସେ ବାବଦରେ ଅନୁଧ୍ୟାନ କରିଥିଲେ ।