(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ, ଗୁଣୁପୁର ଥାନା ଅନ୍ତର୍ଗତ ପ୍ରାଥମିକ ସେବାଶ୍ରମ ହାଡୁଗୁଡା ର 2025-26 ଶିକ୍ଷା ବର୍ଷ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ବିଦ୍ୟାଳୟର ପ୍ରଧାନ ସେବିକା ପୁଷ୍ପଲତା ମଣ୍ଡାଙ୍ଗିଙ୍କ ସଭାପତିତ୍ବ ଓ ଶିକ୍ଷକ ସ୍ୱାଧୀନ କୁମାର ସାହୁଙ୍କ ସଂଯୋଜନା ରେ ଆୟୋଜିତ ଏକ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ସୁସ୍ମିତା ରଥ, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଜନ ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ଆପ୍ପାରାଓ ପାତିକା ତତ ସଙ୍ଗେ ସଙ୍ଗେ ଏହି ବିଦ୍ୟାଳୟ ର ଶିକ୍ଷକ ଯଥା ବର୍ତମାନର ପ୍ରଧାନ ସେବକ ଘୋଟନା ସେବାଶ୍ରମ ଶ୍ରୀ ଶିବ ପ୍ରସାଦ ମିଶ୍ର, ଶ୍ରୀ ଦିବାକର ରଥ ବାଙ୍କିଲି ଉଚ୍ଚ ବିଦ୍ୟାଳୟର ସ୍ନାତକ କଳା ଶିକ୍ଷକ, ଶ୍ରୀ ଦିଲ୍ଲୀପ କୁମାର ଚୌଧୁରୀ, ପ୍ରଧାନ ସେବକ ଲଣ୍ଡା ଲକ୍ଷ୍ମୀପୁର,ଶିକ୍ଷକ ନରେଶ ଶବର, ଶିକ୍ଷକ ତ୍ରିଲୋଚନ ଶବର ଓ ପୂର୍ବତନ ସେବାୟତ ସଦାନନ୍ଦ ଶବର ମଂଚାସୀନ ଥିଲେ l ଉପସ୍ଥିତ ଅତିଥି ଓ ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଏହା ପରେ ଦିବଂଗତ ଗାୟକ ତଥା ସଂଗୀତ ଅଭିଜିତ ମଜୁମଦାର (ଦାଦା )ଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ନରସିଂହ ସାହୁ ଦାଦାଙ୍କ ଏକ ଜଗନ୍ନାଥ ଭଜନ ପରିବେଷଣ କରି ଭକ୍ତିମୟ ଓ ଭାବମୟ ପରିବେଶ ସୃଷ୍ଟି କରିଥିଲେ l ପ୍ରଧାନ ସେବିକା ବାର୍ଷିକ ବିବରଣୀ ପାଠ କରିଥିଲେ l
ସମସ୍ତ ଅତିଥିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଉପସ୍ଥିତ ଅତିଥି ମନେ ଶିକ୍ଷା ଓ ସହ -ଶିକ୍ଷା କ୍ଷେତ୍ର ରେ ଛାତ୍ର ଛାତ୍ରୀ କିଭଳି ନିଜର ପାରଦର୍ଶିତା ଦେଖାଇବେ ସେ ଦିଗରେ ଉପଦେଶ ଦେଇଥିଲେ l ସମସ୍ତ ଅତିଥି ପର୍ଯ୍ୟାୟ କ୍ରମେ ବିଭିନ୍ନ କ୍ରୀଡା ରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରି ଥିଲେ l ତା ପରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା l ଶେଷରେ ଏହି ବାର୍ଷିକ ଉତ୍ସବ ଟିକୁ ସାଫଲ୍ୟ ମଣ୍ଡିତ କରି ଥିବା ସମସ୍ତ ଶିକ୍ଷକ -ଶିକ୍ଷୟିତ୍ରୀ, ମେଟ୍ରୋନ, ସେବାୟତ ମାନଙ୍କୁ ପ୍ରଧାନ ସେବିକା ଧନ୍ୟବାଦ ଅର୍ପଣ କରିବା ସହ ପରିଶେଷରେ ଶିକ୍ଷକ ସ୍ୱାଧୀନ କୁମାର ସାହୁ ସମସ୍ତ ଅତିଥି,ପ୍ରଧାନ ସେବିକା,ସହକର୍ମୀ, ଛାତ୍ର -ଛାତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ପ୍ରାଥମିକ ସେବାଶ୍ରମ ହାଡୁଗୁଡା ରେ ବାର୍ଷିକ ଉତ୍ସବ ପାଳିତ !
- Hits: 7








