କେନ୍ଦୁଝର,ତା୭/୨- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଜେଲରୋଡ, କେନ୍ଦୁଝରଗଡ଼ର ପଞ୍ଚମ ଶ୍ରେଣୀର ଛାତ୍ରୀ ସାଇ ଅର୍ପିତା ପ୍ରିୟଦର୍ଶିନୀ, ସୋନାଲି ପ୍ରିୟଦର୍ଶିନୀ ଜେନା, ସ୍ୱାତୀ ସ୍ଵାଗତିକା ବେହେରା ଓ ଛାତ୍ର ଜ୍ୟୋତିବନ୍ଦ୍ର ମହାପାତ୍ର ପ୍ରମୁଖ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବିଦ୍ୟାଳୟର ପ୍ରାର୍ଥନା ସମୟରେ ଆୟୋଜିତ ଏକ ସଭାରେ ଗୋଷ୍ଠୀ ଶିକ୍ଷାଧିକାରୀ ଓଁକାର ଅନ୍ଵେଷ ଯୋଗ ଦେଇ ଉକ୍ତ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଓ ପର୍ଯ୍ୟାୟ ପ୍ରମୁଖ ଦୟାନିଧି ମହାନ୍ତ ଉପସ୍ଥିତ ଥିଲେ। ଉକ୍ତ ଛାତ୍ରଛାତ୍ରୀମାନଙ୍କ କୃତିତ୍ବ ପାଇଁ ପରିଚାଳନା ସମିତି, ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି ।
ରାଜ୍ୟ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ର ୫ମ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ସର୍ବାଧିକ କୃତିତ୍ୱ
- Hits: 8








