ବ୍ରାଉନ ସୁଗାର, ନଗଦ ଟଙ୍କା, ଛୁରୀ, ମୋବାଇଲ ଫୋନ ଓ ସ୍କୁଟି ଗାଡ଼ି ଜବତ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବଡ଼ବଜାର ଥାନା ଅନ୍ତର୍ଗତ ତଳ ମେଣ୍ଟୁ ଛକରେ କିଛି ଯୁବକ ମେଳି ବାନ୍ଧି ଆଲୋଚନା କରୁଥିବା ବେଳେ ପୋଲିସ ଗାଡି କୁ ଦେଖି କିଛି ଯୁବକ ସେଠାରୁ ଚମ୍ପଟ୍ ମାରିଥିଲେ। କାର୍ଯ୍ୟରତ ଏସ୍ ଆଇ ସସ୍ମିତା ବେହେରା ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ୩ ଯୁବକ କୁ କାବୁ କରି ଘଟଣା ସମ୍ପର୍କରେ ଯେରା କରିବା ବେଳେ ସେମାନେ ବ୍ରାଉନ ସୁଗାର ବ୍ୟବହାର କରୁଥିବା ପୋଲିସ କୁ କହିଥିଲେ। ପୋଲିସ ଉକ୍ତ ଯୁବକ ମାନଙ୍କ ଠାରୁ କିଛି ବ୍ରାଉନ ସୁଗାର,ନଗଦ ଟଙ୍କା, ଛୁରୀ, ଗୋଟିଏ ସ୍କୁଟି ଗାଡ଼ି ଓ ୪ ଟି ମୋବାଇଲ ଫୋନ ଜବତ କରିଛନ୍ତି।
ଗିରଫ ଯୁବକ ଓମ୍ ଦାସ ଉକ୍ତ କାରବାର ରେ ମୁଖ୍ୟ ଥିବା ବେଳେ କୁକୁଡ଼ାଖଣ୍ଡି ଅଞ୍ଚଳର ଶିବଶଙ୍କର ପଲେଇ ଓ ତେଲେଙ୍ଗା ସାହିର ଆକାଶ ହାତୀ ସହଯୋଗୀ ବୋଲି ଜଣାପଡିଛି। ଉକ୍ତ ଯୁବକ ମାନଙ୍କୁ ପୋଲିସ ମାମଲା ନଂ ୮୩/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।








