ହେଡଲାଇନସ୍:

ଚାଲ ବଣଭୋଜି କରିଯିବା  ଦେବଦର୍ହା ଶୈବପୀଠ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ଶୀତ ୠତୁରେ ବନ୍ଧୁ ବାନ୍ଧବ ତଥା ପରିବାର ଲୋକଙ୍କ ସହ ବଣଭୋଜି କରିବା ପାଇଁ ସମସ୍ତେ ଇଛା କରିଥାନ୍ତି ଏବଂ ବଣଭୋଜି କରିବା ପାଇଁ ଉତ୍ତମ ସ୍ଥାନ ଯେପରିକି ଗମନାଗମନର ସୁବିଧା, ପାନୀୟ ଜଳ,ଦର୍ଶନୀୟ ସ୍ଥାନ ବା ପ୍ରାକୄତିକ ଦୄଶ୍ୟ ରହିଥିବ ଏପରି ଜାଗା  ଖୋଜିଥାନ୍ତି । ଏପରି ଏକ ସବୁ ଦର୍ଶନୀୟ ସ୍ଥାନ ତଥା ପ୍ରକୄତିକ ପରିବେଶରେ ପରିପୂର୍ଣ୍ଣ ବଣଭୋଜି ଉପଯୋଗୀ ସ୍ଥାନ ହେଉଛି ଦେବଦର୍ହା ଶୈବପୀଠ । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଚର୍ଦପାଲି ପଞ୍ଚାୟତରେ ଅବସ୍ଥିତ ଏହି ଦେବଦର୍ହା ଶୈବପୀଠରେ ଏବେ ଲୋକଙ୍କ ବଣଭୋଜିର ଆସର ଜମିଛି । କରୋନା କଟକଣା ଯୋଗୁଁ ଲୋକେ ଦୀର୍ଘଦିନ ହେବ ଘରେ ରହି ବିରକ୍ତିକର ପରିବେଶରୁ ଜୀବନକୁ ଉପଭୋଗ କରିବା ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଦେବଦର୍ହା ଶୈବପୀଠକୁ ଆସୁଛନ୍ତି । ଏହି ଶୈବପୀଠ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସିମାନ୍ତବର୍ତୀ ଅଞ୍ଚଳରେ ରହିଛି । ଏଠାକୁ ପଡୋଶୀ ରାଜ୍ୟ ଛତିଶଗଡ଼ ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାର ପର୍ଯ୍ୟଟକ ମାନେ ଆସି ବଣଭୋଜିର ମଜାନେବା ସହ ଏଠାକାର କିମ୍ବଦନ୍ତୀ ବିଷୟରେ ମଧ୍ୟ ଜାଣି ପାରୁଛନ୍ତି । ପର୍ଯ୍ୟଟକ ମାନଙ୍କ ପାଇଁ ଦେବଦର୍ହା ଶୈବପୀଠର ପରିଚାଳନା କମିଟି ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦେବଦର୍ହା ଶୈବପୀଠକୁ ଯିବାକୁ ହେଲେ ପଦ୍ମପୁର ସହରରୁ ୧୨ କିମି ଜଗଦଲପୁର ଅଭିମୁଖେ ଯାତ୍ରା କରି ଲଖମରା କଲେଜ ଛକରୁ ୫ କିମି ରାସ୍ତା ଲଖମରା ଗ୍ରାମ ମଧ୍ୟ ଦେଇ ଅଙ୍ଗନଦୀ ପାର ହୋଇ ଯିବାକୁ ପଡିବ ।

0
0
0
s2sdefault